ଦେଶର ୭ଟି ଜିଲ୍ଲାରେ ଚୀନ୍ ବେଆଇନ ଭାବେ ଜମି ଦଖଲ କରିଥିବା ନେଇ ନେପାଳୀ କଂଗ୍ରେସ ନେତା ପ୍ରମାଣ ଦେଇଛନ୍ତି।
Trending Photos
କାଠମାଣ୍ଡୁ: ଭାରତ (India) ପରେ ଏବେ ନେପାଳ ଜମି (Nepali Land) ଉପରେ ପଡିଛି ବିସ୍ତାରବାଦୀ ଚୀନ (China) ନଜର। ଦେଶର ଜମିକୁ ଚୀନ ହଡପ କରିଥିବା ନେଇ ନେପାଳ ସରକାର (Nepal Govt) ସାମ୍ନାରେ ପ୍ରମାଣ ଉପସ୍ଥାପନ କରିଛନ୍ତି ବିରୋଧି ନେପାଳୀ କଂଗ୍ରେସ (Nepali Congress) ନେତା ଜୀବନ ବାହାଦୂର ଶାହୀ (Jeevan Bahadur Shahi)।
ଏନେଇ ସେ ଦେଶରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାର (Nepali Communist Govt) ଉପରେ ଆକ୍ରମଣ କରିଛନ୍ତି ନେପାଳ ସରକାର ଚୀନ୍ ନିକଟରେ ଆତ୍ମସମର୍ପଣ କରିଛି ଏବଂ ଚୀନ୍ ନେପାଳର ଜମି ଦଖଲ କରିବାକୁ ଯାଉଛି। ଦେଶର ୭ଟି ଜିଲ୍ଲାରେ ଚୀନ୍ ବେଆଇନ ଭାବେ ଜମି ଦଖଲ କରିଥିବା ନେଇ ନେପାଳୀ କଂଗ୍ରେସ ନେତା ପ୍ରମାଣ ଦେଇଛନ୍ତି।
ଜୀବନ ବାହାଦୂର ଶାହୀ ନେପାଳର ହୁମଲା ଅଞ୍ଚଳ ଠାରେ ଚୀନ ଜମି ଦଖଲ କରିଥିବାର ପ୍ରମାଣ ଗଣମାଧ୍ୟମକୁ ମଧ୍ୟ ପ୍ରଦାନ କରିଛନ୍ତି ସେ । ଏନେଇ ନେପାଳୀ କଂଗ୍ରେସ ନେତାଙ୍କ ପକ୍ଷରୁ କୁହାଯାଇଛି ଚୀନ୍ ଦେଶର ହୁମଲା ଅଞ୍ଚଳରେ ଜମିକୁ ବେଆଇନ ଭାବେ ଦଖଲ କରି ଅନେକ ଅଟ୍ଟାଳିକା ନିର୍ମାଣ କରିଛି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଚୀନରେ ଯୋଗଦେବାକୁ ପ୍ରବର୍ତ୍ତାଉଛି। ଏହି ନିର୍ମାଣ କାର୍ଯ୍ୟକୁ ଚୀନ ବେଶ ଦ୍ରୁତ ଗତିରେ ଜାରି ରହିଛି।
ନେପାଳ-ଚୀନ୍ (China-Nepal) ଅନ୍ତରାଷ୍ଟ୍ରୀୟ ସୀମା ( International Border) ଠାରେ ପୂର୍ବରୁ ସ୍ଥାପିତ ହୋଇଥିବା ୧୨ ନମ୍ବର ସ୍ତମ୍ଭକୁ ଚୀନ ଦ୍ୱାରା ଗାଏବ କରି ଦିଆଯାଇଛି। ନେପାଳୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଥିବାବେଳେ ସେମାନେ ଏହି ଜମିକୁ ନିଜର ବୋଲି ଘୋଷଣା କରୁଛନ୍ତି। ଏହି କାର୍ଯ୍ୟକୁ ବିରୋଧ କରି ଅଭିଯୋଗ କରିଥିବା ଜଣେ ଅଧିକାରୀଙ୍କୁ ନେପାଳ ସରକାର ନିଲମ୍ବିତ କରିଛନ୍ତି। କେବଳ ଏତିକି ନୁହେଁ, ଚୀନ୍ ଅଧିକାରୀ ଏବଂ ସୁରକ୍ଷାକର୍ମୀ ବର୍ତ୍ତମାନ ନେପାଳର ଲୋକଙ୍କୁ ନିଜ ଦେଶର ସୀମା ମଧ୍ୟକୁ ଯିବାକୁ ଦେଉନାହାଁନ୍ତି। ପୂର୍ବରୁ ଏହି ଜମି ଚାରଣଭୂମି ଭାବରେ ବ୍ୟବହୃତ ହେଉଥିଲା, ହେଲେ ବର୍ତ୍ତମାନ ସମଗ୍ର ଅଞ୍ଚଳ ଚୀନ୍ ଦ୍ୱାରା ଅଧିକୃତ।
ଶାହି କହିଛନ୍ତି ଚୀନ ହୁମଲା ବ୍ୟତୀତ ଲାପଚା ଜିଲ୍ଲାରେ ଅନେକ ସ୍ଥାନକୁ ଅଧିକାର କରିନେଇଛି। ବିଶେଷ କରି ଯେଉଁ ସ୍ଥାନରୁ ମାନ ସରୋବର୍ (Man Sarovar) ଉପରେ ନଜର ରଖାଯାଇପାରିବ। ସେ କହିଛନ୍ତି ଯେ ନେପାଳର ଶାସକ ଦଳ ନେପାଳୀ କମ୍ୟୁନିଷ୍ଟ ପାର୍ଟି-ଏନସିପି (NCP-Nepali Communist Party) ଦେଶର ଜମିକୁ ଚୀନକୁ ହସ୍ତାନ୍ତ କରିଛନ୍ତି। ଯାହା ଦେଶର ସାର୍ବଭୌମତ୍ୱ ପାଇଁ ଏକ ବଡ଼ ବିପଦ। ତାଙ୍କ ଦଳ ଏହାକୁ ଦୃଢ ବିରୋଧ କରିବ ବୋଲି କହିଛନ୍ତି କଂଗ୍ରେସ ନେତା।