ପାକ୍ ନାଗରିକ ପାଇଲେ ଭାରତୀୟ ନାଗରିକତା !
ରାଜସ୍ଥାନ ସରକାର 8 ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି
Trending Photos
)
କୋଟା: ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଦେଖା ଦେଇଛି । ଏଭଳି ସ୍ଥଳରେ ରାଜସ୍ଥାନ ସରକାର 8 ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି । ରାଜ୍ୟର ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ନାଗରକିତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ପାକିସ୍ତାନର ସିନ୍ଧ ଅଞ୍ଚଳରୁ କିଛି ପାକ୍ ନାଗରିକ ଭାରତ ଚାଲି ଆସି ରାଜସ୍ଥାନର କୋଟା ଅଞ୍ଚଳରେ ବସବାସ କରିଥିଲେ. ସେମାନଙ୍କ କହିବା ଅନୁଯାୟୀ ସେମାନେ 2000 ମସିହାରେ ନିଜ ଦେଶରେ ପ୍ରତାଡ଼ିତ ହେବା ଫଳରେ ଭାରତ ଆସିବାକୁ ବାଧ୍ୟ ହୋଇଥିଲେ ।
ସେପଟେ କୋଟା ଜିଲ୍ଲାପାଳ କହିଛନ୍ତି କି, ଦେଶରେ ନାଗରିକତା ସଂଶୋଧନ ଆଇନ ବଳରେ ତାଙ୍କୁ ଏହି ନାଗରିକତା ପ୍ରଦାନ କରାଯାଇଛି. ନାଗରିକତା ପ୍ରଦାନ କରାଯିବା ପୂର୍ବରୁ ତାଙ୍କର ସମସ୍ତ ପ୍ରକାର କାଗଜପତ୍ର ସମ୍ବନ୍ଧୀୟ ଯାଞ୍ଚ କରାଯାଇଥିଲା. ଗୃହ ବିଭାଗ ସମସ୍ତ ପ୍ରକାର ଯାଞ୍ଚ କରିସାରିବା ପରେ ତାଙ୍କୁ ଦେଶର ନାଗରିକତା ମିଳିଛି ।
ତେବେ ଏହି ନାଗରିକତା ମିଳିବା ପରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି. ସେମାନେ କହିଛନ୍ତି କି, ଆଜି ଠାରୁ ଆମେ ଭାରତର ନାଗରିକ. ଏହା ପୂର୍ବରୁ ସେମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିଲେ. ସମସ୍ତ ଯାଞ୍ଚ ପ୍ରକ୍ରିୟା ପରେ ସେମାନଙ୍କୁ ନାଗରିକତା ପ୍ରଦାନ କରାଯାଇଛି ।
ସେହିପରି ରାଜଧାନୀର ପୁନର୍ବାସ କଲୋନୀ ଅଞ୍ଚଳରେ ରହୁଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ନବଜାତକ ଜଣେ ଝିଅଙ୍କୁ ଉତ୍ତର ଦିଲ୍ଲୀ ନଗର ନିଗମ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରିଛି. ଏନେଇ ଉକ୍ତ ନବଜାତକର ଆଈ ମା' ମୀରା ଦାସ କୁହନ୍ତି ନାତୁଣୀର ଜନ୍ମ ୯ ଡିସେମ୍ବରକୁ ହୋଇଥିଲା । ସେହିଦିନ ରାଜ୍ୟସଭାରେ ଏହି ନାଗରିକତା ବିଲ ପାସ ହୋଇଥିଲା. ତେବେ ଏହି ବିଲ ପାସ ହେବା ଫଳରେ ଆମେ ଝିଅର ନାଁ ନାଗରିକତା ଦେବୁ ବୋଲି ଧାର୍ଯ୍ୟ କରିଥିଲେ. ସୂଚନାଯୋଗ୍ୟ 11 ଡିସେମ୍ବରରେ ସିଏବି ଲୋକସଭାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିଲା ।
More Stories