Pakistan Flood: ବର୍ଷା ଆଣିଲା ବିନାଶ! ୯୩୭ ଜଣଙ୍କର ମୃତ୍ୟୁ, ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା
Advertisement
Article Detail0/zeeodisha/odisha1320213

Pakistan Flood: ବର୍ଷା ଆଣିଲା ବିନାଶ! ୯୩୭ ଜଣଙ୍କର ମୃତ୍ୟୁ, ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

Pakistan Flood: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ବନ୍ୟା ଦ୍ୱାରା ଏପର୍ଯ୍ୟନ୍ତ ୯୩୭ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ପରେ ପଡୋଶୀ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । 

ସୌ: ସୋସିଆଲ ମିଡିଆ

Pakistan Flood: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ବନ୍ୟା ଦ୍ୱାରା ଏପର୍ଯ୍ୟନ୍ତ ୯୩୭ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ପରେ ପଡୋଶୀ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି (National Emergency) ଘୋଷଣା କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ (Shahbaz Sharif) ଲଗାତାର ମୌସୁମୀ ବର୍ଷାକୁ (Monsoon rains) ମାନବିୟ ସଙ୍କଟ ବୋଲି କହିଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଂଗୃହିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଜୁନ୍ ୧୪ ଠାରୁ ସିନ୍ଧ ପ୍ରଦେଶରେ ୩୦୬ ରେ ବନ୍ୟା ଓ ବର୍ଷା ସମ୍ବନ୍ଧୀୟ ଘଟଣା ଯୋଗୁଁ ସର୍ବାଧିକ ମୃତ୍ୟୁ ଘଟିଛି ।

ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ପାକିସ୍ତାନରେ (Pakistan) ୨୪୧ ପ୍ରତିଶତ ଅଧିକ ବର୍ଷା ହୋଇଛି । ଚଳିତ ବର୍ଷ ଅଗଷ୍ଟରେ ହାରାହାରି ୪୮ ମିଲିମିଟର ତୁଳନାରେ ୧୬୬.୮ ମିଲିମିଟର ବର୍ଷା ହୋଇଛି ।

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରହମାନ ସ୍ୱୀକାର କରିଛନ୍ତି ଯେ ଲଗାତାର ବର୍ଷା ଯୋଗୁଁ ରିଲିଫ ସେବା ଯୋଗାଇବା କଷ୍ଟକର ହୋଇପଡିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନଡିଏରେ ଏକ ଯୁଦ୍ଧ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି ।

ସାଂପ୍ରତିକ ପରିସ୍ଥିତିକୁ ୨୦୧୦ ର ଭୟଙ୍କର ବନ୍ୟା ସହିତ ତୁଳନା କରି ରେହମାନ ଏହି ସପ୍ତାହ ପୂର୍ବରୁ କହିଥିଲେ ଯେ ଗତ କିଛି ସପ୍ତାହ ମଧ୍ୟରେ ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ୩୦ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି ।

ଏଥି ସହିତ ମିଳିତ ଜାତିସଂଘ ଏଜେନ୍ସି କାର୍ଯ୍ୟାଳୟ (OCHA) ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୮୨,୦୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ଓ ୧୫୦ କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଛି ।

ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସିନ୍ଧ, ବଲୁଚିସ୍ତାନ ଓ ପଞ୍ଜାବ ପ୍ରଦେଶରେ ବଡ଼ ଧରଣର ବିନାଶ ଘଟାଇଛି । କହିରଖୁଛୁ ଯେ, ଖାଇବର ପାଖ୍ଟନୱାରେ ମଧ୍ୟ ଅନେକ ମୃତ୍ୟୁ ଘଟିଛି । ଗୁରୁବାର ଦିନ ସକାଳେ ଆନୁଷ୍ଠାନିକ ଭାବେ କୁହାଯାଇଥିଲା ଯେ ଏହି ବିପର୍ଯ୍ୟୟ ଯୋଗୁଁ ନଅ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ କୃଷି ଓ ପଶୁପାଳନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଓ ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ଏକ ସମୟରେ ଯେତେବେଳେ ଦେଶ ଅର୍ଥନୈତିକ ଅସୁବିଧାରେ ପଡିଛି, ସେହି ସମୟରେ ଏହି କ୍ଷତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଗତ ଏକ ମାସ ଧରି ଦେଶର ବିଭିନ୍ନ ସ୍ଥାନରେ ଅସାଧାରଣ ବର୍ଷା ଜାରି ରହିଛି । କିନ୍ତୁ ଗତ ତିନି ଦିନ ମଧ୍ୟରେ ପରିସ୍ଥିତି ବହୁତ ଖରାପ ହୋଇଯାଇଛି ।

ଏହା ବି ପଢ଼ନ୍ତୁ: Ghulam Nabi Azad Resigns: କଂଗ୍ରେସକୁ ଲାଗିଲା ବଡ଼ ଝଟକା! ଦଳ ଛାଡ଼ିଲେ ଗୁଲାମ ନବୀ ଆଜାଦ

ଏହା ବି ପଢ଼ନ୍ତୁ: Office of Profit: କ’ଣ ଏହି ଅଫିସ୍ ଅଫ୍ ପ୍ରଫିଟ୍? ଯାହାପାଇଁ ସଙ୍କଟରେ ପଡିଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚେୟାର