ଜାତିସଂଘରେ ତାଲିବାନକୁ ବସାଇବାର ଦାବି ପଛରେ ପାକିସ୍ତାନର ହାତ, ଭାରତ ଏପରି ପଣ୍ଡ କଲା ପ୍ଲାନ୍
Advertisement

ଜାତିସଂଘରେ ତାଲିବାନକୁ ବସାଇବାର ଦାବି ପଛରେ ପାକିସ୍ତାନର ହାତ, ଭାରତ ଏପରି ପଣ୍ଡ କଲା ପ୍ଲାନ୍

ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନର ଆଇଏସଆଇ ତାଲିବାନ ଶାସନ ଉପରେ ନିଜର ପ୍ରଭୁତ୍ୱ ପ୍ରତିଷ୍ଠା କରିବା ପାଇଁ ସଂପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରୁଛି ।

ଜାତିସଂଘରେ ତାଲିବାନକୁ ବସାଇବାର ଦାବି ପଛରେ ପାକିସ୍ତାନର ହାତ, ଭାରତ ଏପରି ପଣ୍ଡ କଲା ପ୍ଲାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମଞ୍ଚରେ ତାଲିବାନ (Taliban) ର ଏଣ୍ଟ୍ରିକୁ ନେଇ ପାକିସ୍ତାନ (Pakistan) ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଛି । ପ୍ରଥମେ ଏସସିଓରେ ତାଲିବାନର ପ୍ରତିନିଧିତ୍ୱ ଆଣିବାକୁ ଚେଷ୍ଟା କରାଯାଇଥିଲା । ଏଠାରେ କିଛି କାମ ନହେବାରୁ ପାକିସ୍ତାନ ସାର୍କ (SAARC) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ତାଲିବାନ ପ୍ରତିନିଧିତ୍ୱ ପାଇଁ ଦାବି କରିଥିଲା । ସାର୍କ ଦେଶମାନେ ମଧ୍ୟ ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି କାରଣରୁ ବୈଠକ ବାତିଲ କରାଯାଇଥିଲା ।

ଜାତିସଂଘ (United Nations) ରେ ତାଲିବାନ (Taliban) ର ପ୍ରତିନିଧୀଙ୍କୁ ସ୍ୱୀକୃତି ଦେବା ଦାବି ପଛରେ ପାକିସ୍ତାନ (Pakistan) ର ହାତ ରହିଥାଏ କୁହାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ତାଲିବାନକୁ ନେଇ ଦୁନିଆର ଆଶଙ୍କା ମଧ୍ୟରେ ପାକିସ୍ତାନର ଓକିଲାତି ମଧ୍ୟ ଏହାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଉଛି । ବର୍ତ୍ତମାନ ପାକିସ୍ତାନର ପ୍ରୟାସକୁ ଭାରତ (India) ଦୃଢ଼ ବିରୋଧ କରୁଛି । ଭାରତର ଦୃଢ଼ ତର୍କ ସାମ୍ନାରେ ପାକିସ୍ତାନର କୌଣସି ଚାଲ୍ ଏପର୍ଯ୍ୟନ୍ତ କାମ ଦେଉନାହିଁ ।

ISI ର ପ୍ରାଧାନ୍ୟ ପ୍ରତିଷ୍ଠା ପାଇଁ ରଣନୀତି

ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନର ଆଇଏସଆଇ ତାଲିବାନ ଶାସନ ଉପରେ ନିଜର ପ୍ରଭୁତ୍ୱ ପ୍ରତିଷ୍ଠା କରିବା ପାଇଁ ସଂପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରୁଛି । ପାକିସ୍ତାନ ତାଲିବାନକୁ ଆଶ୍ୱାସନା ଦେଇଛି ଯେ ସେ ବିଶ୍ୱ ସ୍ତରରେ ସ୍ୱର ଉତ୍ତୋଳନ କରିବ । ପାକିସ୍ତାନୀ ଏଜେନ୍ସି ମଧ୍ୟ ଆରମ୍ଭରୁ ତାଲିବାନ ବ୍ୟବସ୍ଥାରେ ପାକିସ୍ତାନ ସମର୍ଥକ ଚେହେରାକୁ ଅଧିକ କ୍ଷମତା ଯୋଗାଇବା ପ୍ରୟାସ କରୁଛି ।

ଭାରତ ସ୍ୱୀକୃତି ସପକ୍ଷରେ ନୁହେଁ

ସୂତ୍ରରୁ ପ୍ରକାଶ ଯେ ଏସସିଓ ବୈଠକରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଏବେବି ଭାରତର ସମାନ ସ୍ଥିତି ରହିଛି । ଭାରତ ତାଲିବାନର ବର୍ତ୍ତମାନର ବ୍ୟବସ୍ଥାକୁ କୌଣସି ସ୍ୱୀକୃତି ସପକ୍ଷରେ ନାହିଁ । ଆମେରିକା ଗସ୍ତ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିବେ । ଭାରତ ବିଶ୍ୱାସ କରେ ଯେ ବିର୍ତ୍ତମାନର ତାଲିବାନ ଶାସନକୁ ମାନ୍ୟତା ଦେବା ପାଇଁ ଯେକୌଣସି ପ୍ରୟାସ ଦ୍ୱାରା ଆତଙ୍କବାଦ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ଦରମାରେ ହେବ ୮.୬ ପ୍ରତିଶତ ବୃଦ୍ଧି

ଅଧିକ ପଢ଼ନ୍ତୁ:-ମହିଳାମାନଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ ହୋଇଥିଲେ ଆନନ୍ଦ ଗିରି, ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ