ଟଙ୍କା ନ ଦେଇପାରିବାରୁ ପାକିସ୍ତାନକୁ ଝଟକା ଦେଲା 'ବନ୍ଧୁ' ମାଲେସିଆ, ବିମାନ ଜବତ କରି ଯାତ୍ରୀଙ୍କୁ ଓହ୍ଲାଇଲା
Advertisement

ଟଙ୍କା ନ ଦେଇପାରିବାରୁ ପାକିସ୍ତାନକୁ ଝଟକା ଦେଲା 'ବନ୍ଧୁ' ମାଲେସିଆ, ବିମାନ ଜବତ କରି ଯାତ୍ରୀଙ୍କୁ ଓହ୍ଲାଇଲା

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁଆଲାଲମ୍ପୁର ବିମାନବନ୍ଦରରେ ଏହି ଘଟଣା ସମୟରେ ବିମାନରେ ଯାତ୍ରୀ ଓ କର୍ମଚାରୀମାନେ ଥିଲେ । ସେମାନଙ୍କୁ ଅପମାନିତ କରି ବିମାନରୁ ଓହ୍ଲାଇ ଦେଇଥିଲା ।

ଟଙ୍କା ନ ଦେଇପାରିବାରୁ ପାକିସ୍ତାନକୁ ଝଟକା ଦେଲା 'ବନ୍ଧୁ' ମାଲେସିଆ, ବିମାନ ଜବତ କରି ଯାତ୍ରୀଙ୍କୁ ଓହ୍ଲାଇଲା

ନୂଆଦିଲ୍ଲୀ: ସଙ୍କଟ ସମୟରେ ପାକିସ୍ତାନ (Pakistan) କୁ ତା'ର ବନ୍ଧୁ ମଧ୍ୟ ସାଥ୍ ଦେଉନାହାଁନ୍ତି । ଦାରିଦ୍ର୍ୟ ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନକୁ ତା'ର ବନ୍ଧୁ ଦେଶ ମାଲେସିଆ (Malaysia) ବଡ଼ ଝଟକା ଦେଇଛି । ମାଲେସିଆ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ର ଏକ ବୋଇଙ୍ଗ 777 ଯାତ୍ରୀବାହୀ ବିମାନ ଜବତ କରିଛି । ଏହି ବିମାନଟି ଲିଜରେ ନିଆଯାଇଥିଲା । ବର୍ତ୍ତମାନ ଟଙ୍କା ନ ଦେବାରୁ ବିମାନଟି ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଏହି ୬ଟି କାରଣରୁ ଏଥର ହାରିପାରନ୍ତି ମମତା ବାନାର୍ଜୀ

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁଆଲାଲମ୍ପୁର ବିମାନବନ୍ଦରରେ ଏହି ଘଟଣା ସମୟରେ ବିମାନରେ ଯାତ୍ରୀ ଓ କର୍ମଚାରୀମାନେ ଥିଲେ । ସେମାନଙ୍କୁ ଅପମାନିତ କରି ବିମାନରୁ ଓହ୍ଲାଇ ଦେଇଥିଲା । ଏକ ଟ୍ୱିଟରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବୟାନ ଜାରି କରି କହିଛି ଯେ PIA ର ଏକ ବିମାନକୁ ମାଲେସିଆର ସ୍ଥାନୀୟ କୋର୍ଟ ଫେରାଇ ନେଇଥିଲା । ଏହା ଏକପାଖିଆ ନିଷ୍ପତ୍ତି ଥିଲା । ବ୍ରିଟେନ କୋର୍ଟରେ ଏହି ବିବାଦ ବିଚାରାଧୀନ ଅଛି ।

ଅଧିକ ପଢ଼ନ୍ତୁ:-୫୦ ଲକ୍ଷ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସରେ ସମୁଦାୟ ୧୨ଟି ବୋଇଙ୍ଗ 777 ବିମାନ ଅଛି । ପାକିସ୍ତାନୀ ଖବରକାଗଜ ଡେଲି ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ବିମାନଗୁଡ଼ିକୁ ସମୟ ସମୟରେ ବିଭିନ୍ନ କମ୍ପାନୀରୁ ଡ୍ରାଇ ଲିଜରେ ନିଆଯାଇଛି । ଖବର ଅନୁଯାୟୀ, ମାଲେସିଆ ଯେଉଁ ବିମାନ ଜବତ କରିଛି ତାହା ମଧ୍ୟ ଲିଜରେ ଥିଲା କିନ୍ତୁ ଲିଜ୍ ସର୍ତ୍ତ ଅନୁଯାୟୀ ଟଙ୍କା ନଦେବା କାରଣରୁ ବିମାନଟି କୁଆଲାଲମ୍ପୁରରେ ଜବତ କରାଯାଇଛି ।