ସୋମବାର ନୂତନ କ୍ୟାବିନେଟ ଗଠନ କରିପାରନ୍ତି ୱଜିର-ଏ-ଆଜମ୍ ଶାହୱାଜ ସରିଫ୍
Advertisement
Article Detail0/zeeodisha/odisha1156518

ସୋମବାର ନୂତନ କ୍ୟାବିନେଟ ଗଠନ କରିପାରନ୍ତି ୱଜିର-ଏ-ଆଜମ୍ ଶାହୱାଜ ସରିଫ୍

ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ  କରିବା ପରେ ଶାହୱାଜ ସରିଫ ସରକାରଙ୍କ ସହ ଜଡିତ ସମସ୍ତ ଦଳକୁ ସମାନ ପ୍ରତିନିଧିତ୍ୱ ଦେବା କଥା କହିଥିଲେ। 

ସୋମବାର ନୂତନ କ୍ୟାବିନେଟ  ଗଠନ କରିପାରନ୍ତି ୱଜିର-ଏ-ଆଜମ୍  ଶାହୱାଜ  ସରିଫ୍

ଇସଲାମାବାଦ:  ପଦଭାର ଗ୍ରହଣ  କରିବା ପରେ  ସୋମବାର   ନୂତନ  କ୍ୟାବିନେଟ ଗଠନ କରିବାକୁ  ଯାଉଛନ୍ତି  ପାକିସ୍ତାନ  ୱଜିର-ଏ-ଆଜମ୍  ଅର୍ଥାତ  ପ୍ରଧାନ ମନ୍ତ୍ରୀ ଶାହୱାଜ ସରିଫ୍।  ବର୍ତ୍ତମାନ  ଦେଶର ସରକାର ଗଠନ  ପ୍ରକ୍ରିୟା ଜୋର ସୋର  ରେ ଆଗେଇ ଚାଲିଛି।   ଇମ୍ରାନ  ଖାନଙ୍କ ନେତୃତ୍ୱାଧିନ  ପିଟିଆଇ ସରକାର ଗାଦିଚ୍ୟୁତ ହେବା ପରେ  ପାକିସ୍ତାନ  ରାଜନୀତିରେ  ଏକ  ବିରାଟ ପରିବର୍ତ୍ତନ ଆସିବା ସହ  ଦେଶରେ ମିଳିତ ବିରୋଧି ଦଳ ସରକାର ଗଠନ  କରିଛି। ସମସ୍ତ  ମେ ଣ୍ଟ ସହଯୋଗୀଙ୍କୁ ମନ୍ତ୍ରୀ ମଣ୍ଡଳରେ କିପରି ସାମିଲ କରାଯିବା ସେ ନେଇ ବିଚାର ବିମର୍ଶ ଜାରି  ରହିଛି।   

 ଗତ ସପ୍ତାହରେ  ପିଏମଏଲ-ଏନ  (PML-N)  ନେତା  ଶାହୱାଜ  ସରିଫ୍  (Shehbaz  Sharif)  ପାକିସ୍ତାନ  ପ୍ରଧାନ ମନ୍ତ୍ରୀ  (Pakistan Prime Minister) ପଦ  ଭାର ଗ୍ରହଣ କରିଥିଲେ।  ମାତ୍ର  ଦାୟିତ୍ୱ  ଗ୍ରହଣ  କରିବା ପରେ  ସେ  ତାଙ୍କର  ନୂଆ କ୍ୟାବିନେଟ କରି ପାରିନଥିଲେ।  କାରଣ  ସମସ୍ତ ମେଣ୍ଟ ସହଯୋଗୀ  ମନ୍ତ୍ରୀ ମଣ୍ଡଳରେ ଅଂଶୀଦାର  ହେବାକୁ  ଚାହୁଁଥିଲେ। 
 
ଏହି  ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ମରିୟମ ଔରଙ୍ଗଜେବ  (Marriyum Aurangzeb)  ଯିଏ ସୂଚନା ମନ୍ତ୍ରୀ ହୋଇପାରନ୍ତି ସେ  ଗତ  ରବିବାର ପାକିସ୍ତାନୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଛନ୍ତି  ସଂଘୀୟ  ମନ୍ତ୍ରୀମଣ୍ଡଳରେ  ସାମିଲ ହେଉଥିବା ମନ୍ତ୍ରୀ ସୋମବାର  ଶପଥ ଗ୍ରହଣ କରିବାକୁ  ଯାଉଛନ୍ତି।  ମାତ୍ର  କ୍ୟାବିନେଟ ଗଠନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି  ନିଆଯାଇ ପାରୁନାହିଁ।  ବିଭାଗ  ବଣ୍ଟନକୁ ନେଇ  ମେଣ୍ଟ ସହଯୋଗୀ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଛି।  ଜମିୟତ-ଉଲେମା-ଏ-ଇସଲାମ୍ -ଫଜଲ (JUI-F) ମନ୍ତ୍ରୀଣ୍ଡଳରେ ସାମିଲ ହେବ  ନା  ନାହିଁ  ତାହାକୁ ନେଇ  ସନ୍ଦେହ  ଜାରି ରହିଛି।   ମାତ୍ର ଦଳ ମେଣ୍ଟ ସରକାରରେ ଏକ ଅଂଶୀଦାର ହୋଇ  ରହିବ। 

ନୂତନ ମନ୍ତ୍ରୀମଣ୍ଡଳରେ  ପିଏମଏଲ-ଏନ  ୧୪,  ପିପିପି  (PPP)  ଖାତାରେ  ୧୧  ମନ୍ତ୍ରଣାଳୟ  ପଡି଼ପାରେ।  ସେହିପରି   JUI-F  ସମେତ  ମୁତ୍ତାହିଦା କୌମୀ ମୁଭମେଣ୍ଟ (MQM)   ମଧ୍ୟ କ୍ୟବିନେଟ ରେ ସ୍ଥାନ  ପାଇପାରେ।  ରବିବାର ପ୍ରଧାନ ମନ୍ତ୍ରୀ  ଶାହୱାଜ ସରିଫ୍  ବେଲୁଚିସ୍ତାନ ଆୱମ ପାର୍ଟି  (BAP),  ବେଲୁଚିସ୍ତାନ ନେସଲାନ  ପାର୍ଟି  (BNP) ପ୍ରତିନିଧିମଣ୍ଡଳୀକୁ  ସାକ୍ଷାତ  କରିଛନ୍ତି। 

ଅନ୍ୟ ପକ୍ଷରେ ପିପିପି ସହ ଅଧ୍ୟକ୍ଷ ଆସିଫ୍ ଅଲି ଜରଦାରୀ ଶାସକ ଦଳର ମିଳିତ ମଞ୍ଚର ଗ୍ୟାରେଣ୍ଟର୍ ହୋଇ ମନ୍ତ୍ରଣାଳୟର ବାଣ୍ଟିବା  ପାଇଁ  ମିଳିତ  ଦଳ  ସହ  ଦେଇଥିବା ପ୍ରତିଶୃତି ପାଳନ କରିବେ ବୋଲି ଶପଥ ନେଇଛନ୍ତି।  ମରିୟମ ଔରଙ୍ଗଜେବ କହିଛନ୍ତି ଯେ କ୍ୟାବିନେଟ ଗଠନ ଉପରେ ମିଳିତ ମେଣ୍ଟର ଏକ  ମାରାଥନ ବୈଠକ  ଅନୁଷ୍ଠିତ  ହୋଇଥିଲା।  ଯେଉଁଥିରେ ବିଭାଗ ବଣ୍ଟନ ଏବଂ ପ୍ରମୁଖ ପଦବୀ ବିଭାଜନକୁ ନେଇ ବିଭିନ୍ନ ଦଳ ପକ୍ଷରୁ  ଉଠାଯାଇଥିବା  ଅଭିଯୋଗର  ସମାଧାନ କରାଯାଇଥିଲା।

ପିଏମଏଲ-ଏନ  ଖାତାରେ  ପ୍ରତିରକ୍ଷା,  ଅର୍ଥ, ଆଇନ, ନ୍ୟାୟ, ରେଳବାଇ,  ସୂଚନା, ଶକ୍ତି,  ଯୋଜନା, ସଞ୍ଚାର ଓ ଯୋଗାଯୋଗ  ମନ୍ତ୍ରଣାଳୟ ମିଳିପାରେ। ଏହା ପୂର୍ବରୁ  ପିଏମଏଲ-ଏନ  ନେତା  ରାଣା ସନାଉଲ୍ଲାହ  କହିଛନ୍ତି ଯେ ସରକାରଙ୍କ ସମସ୍ତ ସହଯୋଗୀଙ୍କୁ  ନେଇ  ଏକ  ମିଳିତ  କମିଟି  ନୂତନ  କ୍ୟାବିନେଟ  ଗଠନକୁ  ଚୂଡ଼ାନ୍ତ  ରୂପ  ଦେଇଛି  ଯେଉଁଥିରେ  ପ୍ରାୟ  ସମସ୍ତ  ଦଳ  ସାମିଲ ଅଛନ୍ତି।

ପିପିପି ଭାଗରେ ବୈଦେଶିକ ମନ୍ତ୍ରଣାଳୟ ପଡି଼ପାରେ।  ଏହି ଦାୟିତ୍ୱ  ପିପିପି  ମୁଖ୍ୟ ବିଲୱାଲ ଭୁଟ୍ଟୋ ଗ୍ରହଣ କରିପାରନ୍ତି।  ମାତ୍ର  ବିଲୱାଲ ଭୁଟ୍ଟୋ ଶାହୱାଜ ସରିଫଙ୍କ କ୍ୟାବିନେଟରେ ସାମିଲ ହେବେ  ନା ନାହିଁ  ତାହା ଜଣାପଡି଼ନାହିଁ। ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ  କରିବା ପରେ ଶାହୱାଜ ସରିଫ ସରକାରଙ୍କ ସହ ଜଡିତ ସମସ୍ତ ଦଳକୁ ସମାନ ପ୍ରତିନିଧିତ୍ୱ ଦେବା କଥା କହିଥିଲେ।  ମାତ୍ର ନୂତନ କ୍ୟାବିନେଟ ଗଠନକୁ ନେଇ ବିବାଦ ହେବାର ସମ୍ଭାବନା ରହିଛି।

Also Read: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଚୀନ