ସିପିଇସି ପ୍ରକଳ୍ପ ଉପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ୍ ରଖିଥିବା ବୟାନ ପାଇଁ ଆମେ ତାଙ୍କୁ ବହୁତ ପ୍ରଶଂସା କରୁଛୁ।
Trending Photos
China Praise Shahbaz Sharif: ଚୀନ-ପାକିସ୍ତାନ ଅର୍ଥନୈତିକ କରିଡ଼ର ଉପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ୍ ରଖିଥିବା ବୟାନ ପାଇଁ ତାଙ୍କୁ ପ୍ରଶଂସା କରିଛି ଚୀନ। ଏନେଇ କୁହାଯାଇଛି ବେଜିଂ ଏହି ଉଚ୍ଚ ଗୁଣାତ୍ମକ ବିକାଶ ପ୍ରକଳ୍ପ ଜାରି ରଖିବା ପାଇଁ ଇସଲାମାବାଦ ସହ କାର୍ଯ୍ୟ କରିବ।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଝାଓ ଲିଜିୟାନ ବୁଧବାର କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍ (Belt & Road Initiative) ବିଆରଆଇ (BRI) ପଦକ୍ଷେପ ସହଯୋଗର ପ୍ରଦର୍ଶନ ପ୍ରକଳ୍ପ ଭାବେ ଚୀନ୍ ସିପିଇସି ନିର୍ମାଣ କରିବାକୁ ଚାହୁଁଛି।
ସିପିଇସି ପ୍ରକଳ୍ପ ଉପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ୍ ରଖିଥିବା ବୟାନ ପାଇଁ ଆମେ ତାଙ୍କୁ ବହୁତ ପ୍ରଶଂସା କରୁଛୁ। ଅର୍ଥନୈତିକ କରିଡରର ଉଚ୍ଚ-ଗୁଣାତ୍ମକ ବିକାଶ ଜାରି ରଖିବାକୁ ଏବଂ ଏହାକୁ ଉଚ୍ଚମାନର ସହଯୋଗ ପାଇଁ ଏକ ମଡେଲ ଏବଂ ପ୍ରଦର୍ଶନ ପ୍ରକଳ୍ପ କରିବାକୁ ଚୀନ୍ ପ୍ରସ୍ତୁତ ବୋଲି ସେ କହିଛନ୍ତି।
Also Read: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଚୀନ
ସୋମବାର ନିର୍ବାଚନ ଜିତିବା ପରେ ଦେଶର ଜାତୀୟ ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ୍ କହିଥିଲେ ଯେ ତାଙ୍କ ସରକାର ବିଆରଆଇ ଅଧିନସ୍ଥ ପ୍ରମୁଖ ପରିଯୋଜନା ସିପିଇସି ପ୍ରକଳ୍ପ ନିର୍ମାଣକୁ ତ୍ୱରାନ୍ୱିତ କରିବ। ଅତୀତରେ ସେ ବିଭିନ୍ନ ସମୟରେ ସିପିଇସି ବିଷୟରେ ଅନେକ ଥର କହିଥଲେ ଏବଂ ଏହା ପାକିସ୍ତାନକୁ ଏକ ପ୍ରମୁଖ ଉଦୀୟମାନ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ବ୍ଲୁପ୍ରିଣ୍ଟ ବୋଲି କହିଥିଲେ। ଯାହା ଦ୍ୱା ରା ଦେଶର କମ୍ ବିକଶିତ ଅଞ୍ଚଳ ଅଭିବୃଦ୍ଧିର ଲାଭ ଉପଭୋଗ କରିପାରିବ।