Imran Khan Arrested: ଗିରଫଦାରୀ ପରେ ଜଳିଉଠିଲା ପାକିସ୍ତାନ; ସେନା ମୁଖ୍ୟାଳୟରେ ନିଆଁ ଲଗାଇଦେଲେ ପିଟିଆଇ ସମର୍ଥକ
Advertisement

Imran Khan Arrested: ଗିରଫଦାରୀ ପରେ ଜଳିଉଠିଲା ପାକିସ୍ତାନ; ସେନା ମୁଖ୍ୟାଳୟରେ ନିଆଁ ଲଗାଇଦେଲେ ପିଟିଆଇ ସମର୍ଥକ

Pakistan Protest: ପିଟିଆଇ ନେତା ଇମରାନ ଖାନଙ୍କ ଗିରଫଦାରୀ ଏବେ ଜଳିଉଠିଛି ପାକିସ୍ତାନ। ତେହେରିକ-ଇ-ଇନସାଫ ମୁଖ୍ୟଙ୍କ ଗିରଫ ପରେ ପିଟିଆଇ ସମର୍ଥକ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରିଛନ୍ତି। 

Imran Khan Arrested: ଗିରଫଦାରୀ ପରେ ଜଳିଉଠିଲା ପାକିସ୍ତାନ; ସେନା ମୁଖ୍ୟାଳୟରେ ନିଆଁ ଲଗାଇଦେଲେ ପିଟିଆଇ ସମର୍ଥକ

PTI Supporters Protest In Pakistan: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମରାନ ଖାନଙ୍କ ଗିରଫଦାରୀ ପରେ ଜଳିଉଠିଛି ପାକିସ୍ତାନ। ପିଟିଆଇ ନେତା ଇମରାନ ଖାନଙ୍କ ଗିରଫଦାରୀ ପରେ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି। ଇମରାନ ଖାନଙ୍କ ଗିରଫଦାରୀ ପରେ ପିଟିଆଇ ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ବହୁ ବରିଷ୍ଠ ପିଟିଆଇ ନେତା ଦଳୀୟ ସମର୍ଥକଙ୍କୁ ରାସ୍ତାକୁ ଆସିବା ଲାଗି ନିବେଦନ କରିଥିଲେ। ଏହା ପରେ ପିଟିଆଇ ସମର୍ଥକ ରାଜରାସ୍ତାକୁ ଓହ୍ଲାଇବା ସହ ହଙ୍ଗାମା କରିବା ସହିତ ଭଙ୍ଗାରୁଜା କରିଛନ୍ତି। ଏପରିକି ବିକ୍ଷୋଭକାରୀ ଲାହୋରସ୍ଥିତ ସେନା କମାଣ୍ଡରଙ୍କ ବାସଭବନ ଏବଂ ରାୱଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟରେ ପ୍ରବେଶ କରିଥିବାର ଖବର ମିଳିଛି। ବିକ୍ଷୋଭକାରୀ ଲାହୋର ଠାରେ ଥିବା କର୍ପସ କମାଣ୍ଡରଙ୍କ ଘରେ ପଶି ନିଆଁ ଲଗାଇ ଦେଇଛନ୍ତି।

ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆକ୍ସନ୍ ମୋଡ୍ ରେ ପୋଲିସ  
ପିଟିଆଇ ନେତା ଇମରାନ ଖାନଙ୍କ ଗିରଫ ହେବା ପରେ ରାଜଧାନୀ ଇସଲାମାବାଦସ୍ଥିତ ହାଇକୋର୍ଟ ବାହାରେ ଆରମ୍ଭ ହୋଇଯାଇଥିଲା ଉତ୍ତେଜନ। ଯାହା ପରେ ଧୀରେ ଧୀରେ ସମଗ୍ର ପାକିସ୍ତାନରେ ବ୍ୟାପୀ ଯାଇଥିଲା।  ଦେଖାଯାଉଛି। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନ ତେହେରିକ-ଇ-ଇନସାଫ ସମର୍ଥକଙ୍କ ଭିଡ ଜମିବାରେ ଲାଗିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ  ପୋଲିସ ଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ହେଲେ ଏହା ପରେ ପୋଲିସ ପିଟିଆଇ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏହା ସହିତ ଏହି ସମୟ ମଧ୍ୟରେ ଇମରାନ ଖାନଙ୍କ ଓକିଲଙ୍କ ଉପରେ ଆକ୍ରମଣ ହୋଇଥିବାର ଖବର ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସଲାମାବାଦ ହାଇକୋର୍ଟ ଠାରେ ହୋଇଥିବା ସଂଘର୍ଷ ସମୟରେ ଅନେକ ଓକିଲ ଆହତ ହୋଇଥିବାର କୁହାଯାଉଛି।

ହିଂସାକାଣ୍ଡ ପରେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି 
ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫଦାରୀ ପରେ ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ହିଂସାକାଣ୍ଡ। ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବା ସହ ହଙ୍ଗାମା କରିଛନ୍ତି। ହିଂସାକାଣ୍ଡ ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ରାଜଧାନୀ ଇସଲାମାବାଦ ଠାରେ ଧାରା ୧୪୪ ଧାରା ଜାରି କରାଯାଇଛି। ଇସଲାମାବାଦ ବ୍ୟତୀତ ଦେଶର ଅନେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇ ଥିବାର ଖବର ମିଳିଛି।

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିବାର କିଛି ଘଣ୍ଟା ପରେ ଇମରାନ ଖାନଙ୍କ ସମର୍ଥକ ଲାହୋର କ୍ୟାଣ୍ଟନମେଣ୍ଟ ଠାରେ ଅବସ୍ଥିତଚ କର୍ପସ କମାଣ୍ଡର୍ସ ବାସଭନନରେ ପ୍ରବେଶ କରିଥିଲେ। ସେଠାରେ ପିଟିଆଇ ସମର୍ଥକ ନିଆଁ ଲଗାଇ ଦେଇଥିବାର କୁହାଯାଉଛି। ସେମାନେ ପୂର୍ବରୁ ଚେତାବନୀ ଦେଇଥିଲେ ଯେ ଇମରାନ ଖାନଙ୍କୁ ହଇରାଣ କରନ୍ତୁ ନାହିଁ। ବିରୋଧୀ ପ୍ରଦର୍ଶନ କରୁଥିବା ପିଟିଆଇ ସମର୍ଥକଙ୍କ ମଧ୍ୟରୁ କେତେକ କର୍ପସ କମାଣ୍ଡରଙ୍କ ଘର ବାହାରେ ସୁରକ୍ଷା କର୍ମୀଙ୍କ ଧସ୍ତାଧସ୍ତି କରିଥିବାର କୁହାଯାଉଛି। 

ଇମରାନ ଖାନଙ୍କ ସମର୍ଥକ ସେନା ମୁଖ୍ୟାଳୟ ବାହାରେ ଏକତ୍ରୀତ ହୋଇ ଏହାର ପରିସରରେ ପ୍ରବେଶ କରିବା ପୂର୍ବରୁ ପଥର ମାଡ଼ କରିଥିଲେ। ଯେତେବେଳେ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ଏହା ପ୍ରଥମ ଘଟଣା ଥିଲା। ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ଦାବି କରିଛନ୍ତି ଯେ ଆଇଏସଆଇ ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଦୁଇ ଜଣଙ୍କୁ ଗୁଳି କରାଯାଇଥିଲା। ମିଆନୱାଲି ଏୟାର ବେସ ବାହାରେ ଏକ ନକଲି ବିମାନରେ ନିଆଁ ଲଗାଇ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ବିକ୍ଷୋଭ କରିଛନ୍ତି ବିକ୍ଷୋଭକାରୀ।