ବର୍ତ୍ତମାନ ଚାହିଁ କି ମଧ୍ୟ ତାଲିବାନକୁ ସାହାଯ୍ୟ କରିପାରୁନି ପାକିସ୍ତାନ, ଏହା ହେଉଛି କାରଣ
Advertisement
Article Detail0/zeeodisha/odisha997352

ବର୍ତ୍ତମାନ ଚାହିଁ କି ମଧ୍ୟ ତାଲିବାନକୁ ସାହାଯ୍ୟ କରିପାରୁନି ପାକିସ୍ତାନ, ଏହା ହେଉଛି କାରଣ

ଆଫଗାନିସ୍ତାନର ବୈଷୟିକ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକରେ ବିଶେଷଜ୍ଞଙ୍କ ଅଭାବ ହେତୁ ବିଦ୍ୟୁତ୍, ଚିକିତ୍ସା ଏବଂ ଆର୍ଥିକ ସୁବିଧା ଭଳି ଅତ୍ୟାବଶ୍ୟକ ସେବା ସୁରୁଖୁରୁରେ କାମ କରୁନାହିଁ । 

ବର୍ତ୍ତମାନ ଚାହିଁ କି ମଧ୍ୟ ତାଲିବାନକୁ ସାହାଯ୍ୟ କରିପାରୁନି ପାକିସ୍ତାନ, ଏହା ହେଉଛି କାରଣ

ନୂଆଦିଲ୍ଲୀ: ପାକିସ୍ତାନ (Pakistan) ହୁଏତ ୨୦ ବର୍ଷ ପରେ ତାଲିବାନ (Taliban) କୁ ଆଫଗାନିସ୍ତାନ (Afghanistan) ର ଶାସନ ଗାଦି ଫେରାଇବାରେ ସାହାଯ୍ୟ କରିଥାଇପାରେ, କିନ୍ତୁ ଆଗାମୀ ରାସ୍ତା ଏତେ ସହଜ ନୁହେଁ । ତାଲିବାନ ସରକାର (Talib Gvernment) କୁ ଅନ୍ତର୍ଜାତୀୟ ମାନ୍ୟତା ନ ମିଳିବାରୁ ପାକିସ୍ତାନ ଆଫଗାନିସ୍ତାନକୁ ବୈଷୟିକ, ଆର୍ଥିକ ଏବଂ ବିଶେଷଜ୍ଞ ସହାୟତା ଯୋଗାଇବାରେ  ଅସୁବିଧାର ସମ୍ମୁଖୀନ ହେଉଛି ।

ମଙ୍ଗଳବାର ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ଓମାର ଆୟୁବ ଖାନ (Pak Economic Affairs Minister Omar Ayub Khan) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନୂତନ ଆଫଗାନିସ୍ତାନ (Afghanistan) ପ୍ରଶାସନକୁ ସମର୍ଥନ କରିବା ପାଇଁ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରାଯାଇଛି ବୋଲି 'ଡନ୍' ରିପୋର୍ଟ କରିଛି । ଏହି ବୈଠକ ସେହି ସମୟରେ ହୋଇଛି, ଯେତେବେଳେ ଖବର ଆସୁଛି ଯେ ଯୁଦ୍ଧଗ୍ରସ୍ତ ଦେଶ ଗୁରୁତର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି । କିନ୍ତୁ ମୁଖ୍ୟ ଆହ୍ୱାନ ଏହା ହେଉଛି ଯେ ଆଫଗାନିସ୍ତାନ ସରକାର ବିଶ୍ୱର ମାନ୍ୟତା ବିନା ଏହା କିପରି କରିବ ।

ଆଫଗାନିସ୍ତାନ ସହ ଆର୍ଥିକ ସହଯୋଗ ଉପରେ ଆଲୋଚନା ପାଇଁ ଡକାଯାଇଥିବା ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ଅନୁସନ୍ଧାନ ମନ୍ତ୍ରୀ ସୟଦ ଫଖର ଇମାମ, ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଇଦ ୟୁସୁଫ, ପାକିସ୍ତାନର ଷ୍ଟେଟ ବ୍ୟାଙ୍କ ଗଭର୍ଣ୍ଣର ଡକ୍ଟର ରଜା ବାକିର, ଜଳ ଏବଂ ଶକ୍ତି ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେଫ୍ଟ ଜେନେରାଲ ମୁଜାମିଲ ହୁସେନ୍ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଫଗାନିସ୍ତାନର ବୈଷୟିକ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକରେ ବିଶେଷଜ୍ଞଙ୍କ ଅଭାବ ହେତୁ ବିଦ୍ୟୁତ୍, ଚିକିତ୍ସା ଏବଂ ଆର୍ଥିକ ସୁବିଧା ଭଳି ଅତ୍ୟାବଶ୍ୟକ ସେବା ସୁରୁଖୁରୁରେ କାମ କରୁନାହିଁ । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟୁବ ଦ୍ୱିପାକ୍ଷିକ ଅର୍ଥନୈତିକ ସାହାଯ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଇମାମ କହିଛନ୍ତି ଯେ ୧.୪ କୋଟି ଆଫଗାନିସ୍ତାନର ଲୋକ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଖବର ଚିନ୍ତାଜନକ ଅଟେ ।

ଅଧିକ ପଢ଼ନ୍ତୁ:-ଭବାନୀପୁରରେ ମମତାଙ୍କ ଭାଗ୍ୟ ପରୀକ୍ଷା!

ଅଧିକ ପଢ଼ନ୍ତୁ:-କ୍ୟାପଟେନଙ୍କ ବଡ଼ ବୟାନ, କହିଲେ- ମୁଁ ଆଉ କଂଗ୍ରେସରେ ରହିବି ନାହିଁ

ଅଧିକ ପଢ଼ନ୍ତୁ:-ପେନସନ ନିୟମ ବଦଳାଇଲେ ମୋଦି ସରକାର! ବର୍ତ୍ତମାନ ଏତିକି ମିଳିବ ମାସିକ ପେନସନ; ଜାଣନ୍ତୁ ନୂଆ ନିୟମ

ଅଧିକ ପଢ଼ନ୍ତୁ:-ଏଣିକି ଋଷ ସହ ହାତ ମିଳାଇ ଆଫଗାନିସ୍ତାନରେ ଆମେରିକା କରିବ ପ୍ରହାର; ଏହିପରି ଆତଙ୍କୀଙ୍କ ହେବ ବିନାଶ