ଆରମ୍ଭ ମାତ୍ର! ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଆଜିଠୁ ନୂଆ ଦର ଲାଗୁ
Advertisement
Article Detail0/zeeodisha/odisha1130608

ଆରମ୍ଭ ମାତ୍ର! ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଆଜିଠୁ ନୂଆ ଦର ଲାଗୁ

ଗତ ମାସରେ ୟୁକ୍ରେନରେ ହୋଇଥିବା ବିବାଦ ପରଠାରୁ ବିଶ୍ୱର ତୈଳ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ହୋଇଛି। ମୂଲ୍ୟ ବୃଦ୍ଧି ପରେ ଗ୍ରାହକମାନେ ପେଟ୍ରୋଲ ପମ୍ପରେ ତେଲ ଭରିଲେ ଏବେ ଅତିରିକ୍ତ ଏକ ପ୍ରତିଶତରୁ କମ୍ ମୂଲ୍ୟ ଦେବେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ସ୍ଥଗିତ ଥିବା ତୈଳ ଦର ବୃଦ୍ଧି ଆରମ୍ଭ ହୋଇଯାଇଛି। ସାଢ଼େ ଚାରି ମାସ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଘଟିଛି। ମଙ୍ଗଳବାର ସକାଳ ୬ଟା ଅର୍ଥାତ ଆଜିଠୁ ନୂଆ ଦର ଲାଗୁ ହୋଇଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୮୦ ପଇସା ଲେଖାଏଁ ବୃଦ୍ଧି ପାଇଥିବା ତୈଳ କମ୍ପାନୀ ଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।

୧୩୭ ଦିନ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଘଟିଛି। ବର୍ଦ୍ଧିତ ନୂତନ ମୂଲ୍ୟ ସକାଳ ୬ଟାରୁ ଲାଗୁ କରାଯାଇଛି। ସୋମବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଥିଲା। ଦୁଇ ଡିଲର ସୋମବାର ବିଳମ୍ବିତ ରାତିରେ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ଦେଶର ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି କରିବେ। ଗତ ବର୍ଷ ନଭେମ୍ବର ପରଠାରୁ ଭାରତରେ ଏହା ହେଉଛି ପ୍ରଥମ ତୈଳ ଦର ବୃଦ୍ଧି।

Also Read: ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍

 

ଡିଲରମାନେ କହିଛନ୍ତି ଯେ, ତୈଳ କମ୍ପାନୀଗୁଡିକରୁ ମଙ୍ଗଳବାରର ଖୁଚୁରା ମୂଲ୍ୟ ବିଷୟରେ ସେମାନେ ସୂଚନା ପାଇଛନ୍ତି। ତିନୋଟି ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀ ଯଥା- ଭାରତୀୟ ତୈଳ ନିଗମ (IOCL) , ଭାରତ ପେଟ୍ରୋଲିୟମ ନିଗମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ (HPCL) ଦେଶରେ ତେଲ ବ୍ୟବସାୟ ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏହି ତିନୋଟି କମ୍ପାନୀ ଏକା ସାଙ୍ଗରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି କରନ୍ତି।

ଗତ ମାସରେ ୟୁକ୍ରେନରେ ହୋଇଥିବା ବିବାଦ ପରଠାରୁ ବିଶ୍ୱର ତୈଳ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ହୋଇଛି। ମୂଲ୍ୟ ବୃଦ୍ଧି ପରେ ଗ୍ରାହକମାନେ ପେଟ୍ରୋଲ ପମ୍ପରେ ତେଲ ଭରିଲେ ଏବେ ଅତିରିକ୍ତ ଏକ ପ୍ରତିଶତରୁ କମ୍ ମୂଲ୍ୟ ଦେବେ। ମଙ୍ଗଳବାର ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୨୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୭.୪୭ ଟଙ୍କା ହୋଇଛି। ଜଣେ ଡିଲର କହିଛନ୍ତି ଯେ, ଏଥର ତୈଳ ମୂଲ୍ୟରେ ଲଗାତର ବୃଦ୍ଧି ହୋଇପାରେ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ନଭେମ୍ବର ୪ ତାରିଖରୁ ମୂଲ୍ୟ ବୃଦ୍ଧି କରିନାହାଁନ୍ତି।

Also Read: ଶନ୍ଧି ପରେ ପ୍ରତିଶୋଧ! ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା

ଅନ୍ୟପକ୍ଷରେ, ରବିବାର ବହୁଳ ଗ୍ରାହକ ବା ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ଟଙ୍କା ବୃଦ୍ଧି କରାଯାଇଛି। ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଚଳିତ ମାସରେ ପେଟ୍ରୋଲ ପମ୍ପ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ବସ, ଫ୍ଲାଇଟ୍ ଅପରେଟର ଏବଂ ମଲ୍ ପରି ବହୁଳ ଗ୍ରାହକ ପେଟ୍ରୋଲ ପମ୍ପରୁ ମହଙ୍ଗା ଇନ୍ଧନ କିଣିଛନ୍ତି। ସାଧାରଣତଃ ସେମାନେ ପେଟ୍ରୋଲିୟମ କମ୍ପାନୀରୁ ସିଧାସଳଖ ବିପୁଳ ପରିମାଣର ଇନ୍ଧନ କିଣନ୍ତି। ଏହି କାରଣରୁ, ଇନ୍ଧନ ରିଟେଲିଂ କମ୍ପାନୀଗୁଡିକର କ୍ଷତି ବୃଦ୍ଧି ପାଇଛି।