ପାଞ୍ଚ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଅର୍ଥାତ ମାର୍ଚ୍ଚ ୨୨ରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଆରମ୍ଭ ହୋଇଛି। ମାର୍ଚ୍ଚ ୨୪ ଏବଂ ଏପ୍ରିଲ ଏକ ତାରିଖ ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତ୍ୟକ ଦିନ ବୃଦ୍ଧି ପାଇଛି।
Trending Photos
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖାଦେଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବୁଧବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି। ଗତ ୧୬ ଦିନ ମଧ୍ୟରେ ୧୪ ଥର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ସହ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୫.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ୧୨୦.୫୧ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ମିଳୁଛି। ଏହାପୂର୍ବରୁ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା।
ପାଞ୍ଚ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଅର୍ଥାତ ମାର୍ଚ୍ଚ ୨୨ରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି (Petrol Diesel Price hike) ଆରମ୍ଭ ହୋଇଛି। ମାର୍ଚ୍ଚ ୨୪ ଏବଂ ଏପ୍ରିଲ ଏକ ତାରିଖ ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତ୍ୟକ ଦିନ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୪ କିସ୍ତିରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। ଏହାପୂର୍ବରୁ ଗତବର୍ଷ ନଭେମ୍ବର ୪ରୁ ଚଳିତ ବର୍ଷ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।
Also Read: ଦେଶ ବିରୋଧୀ ଏଜେଣ୍ଡା ଚଳାଉଥିବା ୨୨ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍
ସେହିପରି ଗତବର୍ଷ ସେପ୍ଟେମ୍ବର ପରେ ପେଟ୍ରୋଲ ଅପେକ୍ଷା ଡିଜେଲ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ୟବସାୟ ଦୃଷ୍ଟିକୋଣରୁ ପେଟ୍ରୋଲ ଅପେକ୍ଷା ଡିଜେଲ ଉତ୍ପାଦନ ମହଙ୍ଗା। କିନ୍ତୁ ଭାରତର ଖୋଲା ବଜାରରେ ପେଟ୍ରୋଲ ମହଙ୍ଗା ଏବଂ ଡିଜେଲ ଶସ୍ତା ବିକ୍ରି ହୁଏ। ଗତ ମାର୍ଚ୍ଚ ୨୨ ତାରିଖରୁ ପେଟ୍ରୋଲ ପରି ଡିଜେଲ ମଧ୍ୟ ୧୪ କିସ୍ତିରେ ୧୦ ଟଙ୍କା ମହଙ୍ଗା ହୋଇଛି। ମୁମ୍ବାଇରେ ଡିଜେଲର ମୂଲ୍ୟ ୧୦୪.୭୭ ଟଙ୍କା ଓ ରାଜଧାନୀ ଦିଲ୍ଲୀରେ ୯୬.୬୭ ଟଙ୍କରେ ପହଞ୍ଚିଛି। ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁରେ ମଧ୍ୟ ପେଟ୍ରୋଲ ୧୦୦ ଉପରେ ରହିଛି।
ମୁଡିର ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀ ଆଇଓସି, ଏଚପିସିଏଲ ଏବଂ ବିପିସିଏଲ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ନଥିଲେ ଏବଂ ଏହାଦ୍ୱାରା କମ୍ପାନୀଙ୍କୁ ୧୯,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। କ୍ରାଇସିଲ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତିପୂରଣ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ (Petrol Diesel Price) କୁ ୧୫ରୁ ୨୦ ଟଙ୍କା ବୃଦ୍ଧି କରିବାକୁ ପଡିବ। ଅର୍ଥାତ୍ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଉ ୧୦ ଟଙ୍କା ବଢିପାରେ।
Also Read: ଛଅ ମାସରେ ୪୧% ମହଙ୍ଗା ହେଲା CNG ୪୮ ଘଣ୍ଟାରେ ୫ ଟଙ୍କା
ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଅଶୋଧିତ ତୈଳ ବଜାରରେ ଅସ୍ଥିରତା ଦେଖାଦେଇଛି। ଗୋଟିଏ ସମୟ ଆସିଥିଲା ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯ ଡଲାର ଅତିକ୍ରମ କରିଥିଲା। ଏହା ୨୦୦୮ ପରଠାରୁ ସର୍ବୋଚ୍ଚ ସ୍ତର ଥିଲା। ବର୍ତ୍ତମାନ ଏହା ୧୦୦ ଡଲାରରୁ ତଳକୁ ଖସି ଆସିଛି। ମଙ୍ଗଳବାର ଅଶୋଧିତ ତୈଳ ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୬.୬୬ ଡଲାରରେ ଏବଂ WTI ଅଶୋଧିତ ମୂଲ୍ୟ ୧୦୧.୯୭ ଡଲାରରେ ବନ୍ଦ ହୋଇଛି। ବୁଧବାର ମଧ୍ୟ ଏଥିରେ ସାମାନ୍ୟ ହ୍ରାସ ଘଟିଛି।
ଆପଣଙ୍କ ସହରରେ କେତେ ଟଙ୍କା ଅଛି ପେଟ୍ରୋଲ-ଡିଜେଲ?
ପେଟ୍ରୋଲ-ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ଏବଂ ସକାଳ ୬ଟାରେ ନୂଆ ଦର ଅପଡେଟ୍ ହୋଇଯାଏ। ଆପଣ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। IOL ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରରେ RSP ସ୍ପେସ୍ ପେଟ୍ରୋଲ୍ ପମ୍ପର କୋଡ୍ ଏବଂ BPCL ଗ୍ରାହକଙ୍କୁ ୯୨୨୩୧୧୨୨୨୨ ନମ୍ବରରେ RSP ଲେଖି ସେଣ୍ତ କରନ୍ତୁ। ସେହିପରି HPCL ର ଗ୍ରାହକମାନେ HPPrice ଲେଖି ଏହାକୁ ୯୨୨୨୨୦୧୧୨୨ ନମ୍ବରକୁ ପଠାଇ ପେଟ୍ରୋଲ-ଡିଜେଲ ମୂଲ୍ୟ ଜାଣିପାରିବେ।