ଆଜି ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ଲାଗିଲା ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍?
Advertisement

ଆଜି ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ଲାଗିଲା ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍?

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଆଜି ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ଲାଗିଲା ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍?

ନୂଆଦିଲ୍ଲୀ: Today Petrol-Diesel Rate 12th July 2021: ତୈଳ କମ୍ପାନୀଗୁଡିକ ଦୁଇ ଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନଥିଲେ । ଦୁଇ ଦିନର ବିରତି ପରେ ଆଜି (ଗୁରୁବାର) ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Price) ବୃଦ୍ଧି ପାଇଛି । ଦେଶର ଚାରୋଟି ପ୍ରମୁଖ ମହାନଗରରେ ପେଟ୍ରୋଲ ୩୧-୩୯ ପଇସା ଓ ଡିଜେଲ ପ୍ରତି ଲିଟର ପିଛା ୧୫-୨୧ ପଇସା ମହଙ୍ଗା ହୋଇଯାଇଛି । ଏହି ବୃଦ୍ଧି ପରେ ସାରା ଦେଶରେ ତୈଳ ମୂଲ୍ୟ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ନୂତନ ମୂଲ୍ୟ ୧୦୧.୫୪ ଟଙ୍କା ଓ ଡିଜେଲ ୮୯.୮୭ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦରରେ ମଧ୍ୟ ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ରୁପା ମୂଲ୍ୟ, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୦୭.୫୪ ଟଙ୍କା ଓ ଡିଜେଲ ୯୭.୪୫ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୧.୩୫ ଟଙ୍କା ଓ ଡିଜେଲର ୯୩.୦୨ ଟଙ୍କା ରହିଛି । ଚେନ୍ନାଇରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୨.୨୩ ଟଙ୍କା ଓ ଡିଜେଲ ୯୩.୩୯ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୨.୭୩ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କା, ତେବେ ଘରେ ବସି ରୋଜଗାର କରନ୍ତୁ ୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି?

ପ୍ରମୁଖ ସହରଗୁଡ଼ିକରେ ଆଜି ପେଟ୍ରୋଲ ଓ ଡିଜେଲ ମୂଲ୍ୟ 

ବେଙ୍ଗାଲୁରୁରେ ଆଜି ଲିଟର ପିଛା ପେଟ୍ରୋଲ ୧୦୪.୯୪ ଟଙ୍କା ଓ ଡିଜେଲ ୯୫.୨୬ ଟଙ୍କା ରହିଛି ।

ଚଣ୍ଡିଗଡ଼ରେ ଆଜି ଲିଟର ପିଛା ପେଟ୍ରୋଲ ୯୭.୬୪ ଟଙ୍କା ଓ ଡିଜେଲ ୮୯.୫୦ ଟଙ୍କା  ଦରରେ ବିକ୍ରି ହେଉଛି ।

ଲକ୍ଷ୍ନୌରେ ପେଟ୍ରୋଲ ଆଜି ଲିଟର ପିଛା ୯୮.୬୩ ଟଙ୍କା ଓ ଡିଜେଲ ୯୦.୨୬ ଟଙ୍କାରେ ପହଞ୍ଚିଛି ।

ପାଟନାରେ ଆଜି ଲିଟର ପିଛା ପେଟ୍ରୋଲ ୧୦୩.୯୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୫୧ ଟଙ୍କା ରହିଛି ।

ଜୟପୁରରେ ଆଜି ଲିଟର ପିଛା ପେଟ୍ରୋଲ ୧୦୮.୪୦ ଟଙ୍କା ଓ ଡିଜେଲ ୯୯.୦୨ ଟଙ୍କା ଦରରେ ମିଳୁଛି ।

ନୋଏଡାରେ ଆଜି ଲିଟର ପିଛା ପେଟ୍ରୋଲ ୯୮.୭୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୦.୩୪ ଟଙ୍କା ରହିଛି ।

ଗୁରୁଗ୍ରାମରେ ଆଜି ଲିଟର ପିଛା ପେଟ୍ରୋଲ ୯୯.୧୭ ଟଙ୍କା ଓ ଡିଜେଲ ଲିଟର ପିଛା ୯୯.୦୨ ଟଙ୍କା ପହଞ୍ଚିଛି ।

ହାଇଦ୍ରାବାଦରେ ଆଜି ଲିଟର ପିଛା ପେଟ୍ରୋଲ ୧୦୫.୫୨ ଟଙ୍କା ଓ ଲିଟର ପିଛା ଡିଜେଲ ୯୭.୯୬ ଟଙ୍କା ରହିଛି ।

ଶ୍ରୀଗଙ୍ଗାନଗରରେ ଆଜି ଲିଟର ପିଛା ପେଟ୍ରୋଲ ୧୧୨.୯୦ ଟଙ୍କା ଓ ଲିଟର ପିଛା ଡିଜେଲ ୧୦୩.୧୫ ଟଙ୍କା ଦରରେ ମିଳୁଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା

ଏହି ୧୭ଟି ରାଜ୍ୟରେ ପେଟ୍ରୋଲ ୧୦୦ ପାର କରିଛି 

ଦେଶର ସମସ୍ତ ମହାନଗରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ରୁ ଅଧିକ ରହିଛି । ପେଟ୍ରୋଲ ୧୦୦ ପାର କରିଥିବା ୧୭ଟି ରାଜ୍ୟ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର, ଓଡିଶା, କେରଳ, ବିହାର, ପଞ୍ଜାବ, ଲଦାଖ, ସିକ୍କିମ, ଦିଲ୍ଲୀ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ ସାମିଲ ରହିଛି । ଅଧିକାରୀ କହିଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ମଜଭୁତ ହେବା ଜାରି ରହେ ତେବେ ଇନ୍ଧନ ମୂଲ୍ୟ ଆହୁରି ବଢିପାରେ ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।