ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 16 June 2021: ଦେଶରେ ପୁଣିଥରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Rate) ରେ ବୃଦ୍ଧି ରେକର୍ଡ କରାଯାଇଛି । ମୁମ୍ୱାଇ ଓ ଜୟପୁର ସମେତ ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ସେପଟେ ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲ ଶହେ ଟଙ୍କା ଅତିକ୍ରମ କରିସାରିଛି । ଆଜି ଅର୍ଥାତ ବୁଧବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି ।  

ଅଧିକ ପଢ଼ନ୍ତୁ:-ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ରେଟ୍

ତୈଳ କମ୍ପାନୀଗୁଡିକ ବୁଧବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୫ ପଇସା, ୨୪ ପଇସା, ୨୪ ପଇସା, ୨୨ ପଇସା ଓ ୬୩ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ,  କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୧୩ ପଇସା, ୧୪ ପଇସା, ୧୩ ପଇସା, ୧୨ ପଇସା ଏବଂ ୪୯ ପଇସା ବୃଦ୍ଧି ପାଇଛି । 

ଅଧିକ ପଢ଼ନ୍ତୁ:-ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୬୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୨.୮୨ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୬.୫୮ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୭.୯୧ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୭.୭୯ ଟଙ୍କା ରହିଛି ।  ସେହିପରି ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୦୦.୪୬ ଟଙ୍କା ରହିଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୩.୧୫ ଟଙ୍କା ଦରରେ ବିକ୍ରି ହେଉଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୭.୪୧ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୮୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୦.୨୫ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୨.୦୪ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୫.୬୦ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ