Advertisement
Photo Details/zeeodisha/odisha750868
photoDetails0hindi

ଏହି କାରଣରୁ ପୁଣି ଆମେରିକାକୁ ଚେତାବନୀ ଦେଲା ଚୀନ

1/8

ନୂଆଦିଲ୍ଲୀ: ଆମେରିକା (America) ଦ୍ୱାରା ଟିକଟକ୍ (TikTok) ଓ ୱିଚାଟ୍ (WeChat) ଆପ୍ ଡାଉନଲୋଡିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଚୀନ ଆମେରିକାକୁ ଚେତାବନୀ ଦେଇଛି । ତେବେ ଚୀନ କେଉଁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ସେ ବିଷୟରେ ବିସ୍ତୃତ ଭାବରେ କିଛି କୁହାଯାଇ ନାହିଁ ।

2/8

ଟିକଟକ୍ ଓ ୱିଚାଟ୍ ଆପର ଡାଉନଲୋଡିଂ ବନ୍ଦ କରିବାକୁ ଆମେରିକାର ପଦକ୍ଷେପକୁ ଚୀନ (China) ଦୃଢ଼ ବିରୋଧ କରିଛି । ନିଜ ଦେଶର କମ୍ପାନୀଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚୀନ ଚେତାବନୀ ଦେଇଛି । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନର ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଟିକଟକ୍ ଏବଂ ୱିଚାଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଶୁକ୍ରବାର ଆଦେଶ ଜାରି କରିଛି । 

3/8

ଏହାର କିଛି ସପ୍ତାହ ପୂର୍ବରୁ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ନିରାପତ୍ତା ପାଇଁ ଭାରତ ଚୀନର ଅନେକ ଆପକୁ ମଧ୍ୟ ବ୍ୟାନ୍ କରିଥିଲା । 

4/8

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟମ୍ୱର ୧୫ ଯାଏ ଟିକଟକ୍ ଓ ୱିଚାଟର ମାଲିକାନା ଅଧିକାର କୌଣସି ଆମେରିକୀୟ କମ୍ପାନୀ ପାଖରେ ନ ଯିବା ସ୍ଥିତିରେ ସେ ପ୍ରତିବନ୍ଧକ କରିବାର ଆଦେଶ ଉପରେ ଗତ ମାସରେ ଦସ୍ତଖତ କରିଥିଲେ ।

5/8

ଟିକଟକ୍ ଓ ୱିଚାଟ୍ ଉପରେ ନିଷେଧାଦେଶ ଦେଇଥିବା ଟ୍ରମ୍ପ ସରକାରଙ୍କ ଆଦେଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ, ଚୀନ୍ ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରୁଛି ।

ଅଧିକ ପଢ଼ନ୍ତୁ:-କେବଳ ଗୋଟିଏ ମାତ୍ର ସୁଯୋଗ, ଆଉ ଏହି ଦେଶକୁ ଦଖଲ କରିନେବ ଚୀନ

6/8

ଚୀନର ବାଣିଜ୍ୟ ମନ୍ତ୍ରାଣାଳୟ ଆହୁରି କହିଛି ଯେ, ଆମେରିକା ବିନା କୌଣସି ପ୍ରମାଣରେ ବାରମ୍ବାର ବେଆଇନ ଭାବେ ଦୁଇଟି ଉଦ୍ୟୋଗକୁ ଦମନ କରିବା ପାଇଁ ସରକାରୀ ଶକ୍ତିର ବ୍ୟବହାର କରିଛି, ଯାହା ଦ୍ୱାରା ସେମାନଙ୍କର ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ଗୁରୁତର ଭାବରେ ବ୍ୟାହତ ହୋଇଛି । ଏହି ପଦକ୍ଷେପ ଆମେରିକାର ପୁଞ୍ଜି ନିବେଶ ପରିବେଶରେ ଅନ୍ତର୍ଜାତୀୟ ନିବେଶକଙ୍କ ଆତ୍ମବିଶ୍ୱାସ ଦୁର୍ବଳ କରିଛି ଏବଂ ସାଧାରଣ ବୈଶ୍ୱିକ ଆର୍ଥିକ ଓ ବାଣିଜ୍ୟକ କାର୍ଯ୍ୟକଳାପକୁ କ୍ଷତି ପହଞ୍ଚାଇଛି ।

7/8

ମନ୍ତ୍ରଣାଳୟ କହିଛି ଯେ, ଚୀନ୍ ନିଜର କମ୍ପାନୀଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଦକ୍ଷେପ ନେଉଛି । ତେବେ ଚୀନ୍ କେଉଁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ସେନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିନାହିଁ ।

ଅଧିକ ପଢ଼ନ୍ତୁ:-ମିଳିଗଲା ପ୍ରମାଣ, ଚୀନର ଲ୍ୟାବରେ ଏଥିପାଇଁ ପ୍ରସ୍ତୁତ ହୋଇଥିଲା କୋରୋନା ଭୂତାଣୁ !

8/8

ଭାରତ ଜୁନ୍ ୨୯ରେ ଟିକଟକ୍ ଓ ୱିଚାଟ୍ ସମେତ ଚୀନ୍‌ର ୫୯ଟି ଆପ୍ ବ୍ୟାନ୍ କରିବାର ଘୋଷଣା କରିଥିଲା । ପରେ ଭାରତ ଏହିପରି ଆପର ପରିସର ବିସ୍ତାର କରିଥିଲା । ବର୍ତ୍ତମାନ ଚାଇନାରେ ୨୨୪ଟି ଆପ୍ ଭାରତରେ ବ୍ୟାନ୍ ରହିଛି ।