World Most Popular Leader: ପିଏମ ମୋଦି ହେଲେ ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା, ଏହି ନେତାମାନଙ୍କୁ ପଛରେ ପକାଇଲେ, ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha1636859

World Most Popular Leader: ପିଏମ ମୋଦି ହେଲେ ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା, ଏହି ନେତାମାନଙ୍କୁ ପଛରେ ପକାଇଲେ, ଦେଖନ୍ତୁ ପୂରା ଲିଷ୍ଟ

World Most Popular Leader: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ସେ ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ (Joe Biden) ସମେତ ଅନେକ ବିଶ୍ୱ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ସାଙ୍କେତିକ ଛବି

World Most Popular Leader: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ସେ ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ (Joe Biden) ସମେତ ଅନେକ ବିଶ୍ୱ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । 'ମର୍ନିଂ କନ୍ସଲ୍ଟ' ଦ୍ୱାରା ପ୍ରକାଶିତ ଏକ ସର୍ଭେରେ ପିଏମ ମୋଦି ୭୬% ରେଟିଂ ପାଇଥିବାବେଳେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର (Andres Manuel Lopez Obrador) ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

କହିରଖୁଛୁ ଯେ 'ମର୍ନିଂ କନ୍ସଲ୍ଟ' ହେଉଛି ଏକ ଗ୍ଲୋବାଲ୍ ନିଷ୍ପତ୍ତି ଇଣ୍ଟେଲିଜେନ୍ସ ଫାର୍ମ । ଏହି କମ୍ପାନୀର କାର୍ଯ୍ୟ ହେଉଛି ଗ୍ଲୋବାଲ୍ ଲେବଲ୍ ଉପରେ ଡାଟା ଇଣ୍ଟେଲିଜେନ୍ସର ରହିଛି । ମର୍ନିଂ କନ୍ସଲ୍ଟ ଦ୍ରୁତତମ ବଢୁଥିବା ଟେକ୍ନୋଲୋଜି ଆଧାରିତ କମ୍ପାନୀ ଭାବରେ ବିବେଚନା କରାଯାଏ । ଏଠାରେ ଦେଖନ୍ତୁ ଶ୍ରେଷ୍ଠ ୧୦ ଜଣ ବିଶ୍ୱସ୍ତରୀୟ ନେତାଙ୍କ ତାଲିକା ।

ମୂଲ୍ୟାୟନ ୨୨ ରୁ ୨୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଉପରେ ଆଧାରିତ 
ୱେବସାଇଟ୍ କହିଛି ଯେ, ମାର୍ଚ୍ଚ ୨୨ରୁ ୨୮ ୨୦୨୩ ରୁ ସଂଗୃହିତ ତଥ୍ୟ ଉପରେ ଆଧାରିତ । ରେଟିଂଗୁଡିକ ପ୍ରତ୍ୟେକ ଦେଶରେ ବୟସ୍କମାନଙ୍କ ସାତ ଦିନର ହାରାହାରି ଉପରେ ଆଧାରିତ, ନମୁନାର ଆକାର ଦେଶ ଅନୁସାରେ ଭିନ୍ନ ହୋଇଥାଏ । ୫ ମାର୍ଚ୍ଚରେ ସଂଗଠନ ଦ୍ୱାରା ଅଂଶୀଦାର ହୋଇଥିବା ଏହାର ଶେଷ ସର୍ଭେରେ ପିଏମ ମୋଦି ୭୮% ରେଟିଂ ସହ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

fallback

ମର୍ନିଂ କନ୍ସଲ୍ଟ ରବିବାର ଦିନ ଏହି ତାଲିକା ପ୍ରକାଶ କରିଛି । ବିଶ୍ୱରେ ଏହା ପ୍ରତିଦିନ ପ୍ରାୟ ୨୦,୦୦୦ ସାକ୍ଷାତକାର କରିଥାଏ ବୋଲି ଫାର୍ମ କହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ହାରାହାରି ଆକାର ପ୍ରାୟ ୪୫,୦୦୦ ବୋଲି ଜଣାଯାଇଛି । ଅନ୍ୟ ଦେଶରେ ନମୁନା ଆକାର ପ୍ରାୟ ୫୦୦-୫,୦୦୦ ଅଟେ ।

ଏହା ବି ପଢ଼ନ୍ତୁ: Population Crisis: ଜନସଂଖ୍ୟା ହ୍ରାସ ଯୋଗୁଁ ଚିନ୍ତାରେ ଏହି ଦେଶ, ପିଲା ଜନ୍ମ ଦେବା ପାଇଁ ନିଜ ନାଗରିକଙ୍କୁ ଟଙ୍କା ଦେବେ ସରକାର

ଏହା ବି ପଢ଼ନ୍ତୁ: Flight Fuel: ବିମାନରେ ଯେଉଁ ଇନ୍ଧନ ପକାଯାଏ ଜାଣନ୍ତି କି ତାହାର ଲିଟର ପିଛା ଦାମ୍? ଜାଣନ୍ତୁ ବିମାନର ମାଇଲେଜ୍

ଏହା ବି ପଢ଼ନ୍ତୁ: Kannauj: ଗରିବ ହେବା ପାପ? ପୋଲିସର ଅବହେଳା ଯୋଗୁଁ ୩୦ ବର୍ଷ ଜେଲରେ ବିତାଇଲେ, ବର୍ତ୍ତମାନ ନିର୍ଦ୍ଦୋଷ କହି ମୁକ୍ତ କଲେ କୋର୍ଟ