ଭାରତରେ ବିଶ୍ବର ସର୍ବ ବୃହତ କାର୍ଯ୍ୟାଳୟର ଉଦ୍ଦଘାଟନ କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡ଼ିଓ
Advertisement

ଭାରତରେ ବିଶ୍ବର ସର୍ବ ବୃହତ କାର୍ଯ୍ୟାଳୟର ଉଦ୍ଦଘାଟନ କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

Surat Diamond Bourse: ଗୁଜୁରାଟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ବଡ ଉପହାର । ଆଜି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଅର୍ଥାତ୍ ‘ସୁରଟ ଡାଇମଣ୍ଡ ବୋର୍ସ’ର (Surat Diamond Bours) ଉଦଘାଟନ କରିଛନ୍ତି। 

ସୌ(ସୋସିଆଲ ମିଡିଆ)

Surat Diamond Bourse: ଗୁଜୁରାଟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ବଡ ଉପହାର । ଆଜି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଅର୍ଥାତ୍ ‘ସୁରଟ ଡାଇମଣ୍ଡ ବୋର୍ସ’ର (Surat Diamond Bours) ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’କୁ (The Pentagon )ମଧ୍ଯ ପଛରେ ପକାଇଛି । ଏହି ବିଲଡିଂ ହୀରା ବ୍ୟବସାୟର କେନ୍ଦ୍ର ହେବ ।

ସୂଚନାଥାଉ କି, ବିଶ୍ୱର ରତ୍ନ ରାଜଧାନୀକୁ କୁହାଯାଉଥିବା ସୁରଟକୁ (Surat) ଦୁଇଟି ବଡ଼ ଭେଟି ଦେଇଛନ୍ତି ପିଏମ୍ ମୋଦି । ରବିବାର ସକାଳେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ୧୬୦ କୋଟି ଟଙ୍କାରେ ନିର୍ମିତ ସୁରଟ ବିମାନ ବନ୍ଦରରେ (Surat Airport) ନୂତନ ଟର୍ମିନାଲ ଭବନର ଉଦଘାଟନ କରିଥିଲେ। ଏହାପରେ ସେ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଭବନ ‘ସୁରଟ ଡାଇମଣ୍ଡ ବୋର୍ସ’କୁ (Surat Diamond Bourse) ଲୋକାର୍ପଣ କରିଥିଲେ । ଏହା ଆମେରିକାର ପ୍ରତିରକ୍ଷା ବିଭାଗର କାର୍ଯ୍ୟାଳୟ ‘ପେଣ୍ଟାଗନ’ଠାରୁ ମଧ୍ୟ ବଡ ଅଟେ । ଯାହାକି ଏବେ ବିଶ୍ୱର ସବୁଠୁ ବଡ କାର୍ଯ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ୩୫.୫୪ ଏକର ଜମି ଉପରେ ନିର୍ମିତ ଏହି କାର୍ଯ୍ୟାଳୟର ନିର୍ମାଣ ପାଇଁ ୩,୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସ୍ଥାନ ଏବେ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ଦେଢ ଲକ୍ଷ ଲୋକ ରୋଜଗାର ପାଇପାରିବେ  ବୋଲି କୁହାଯାଉଛି । ଏଥିରେ ୪,୫୦୦ ହୀରା ବ୍ୟବସାୟ ଅଫିସ ଖୋଲିବ। ୧୫ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ୯ଟି ଗ୍ରାଉଣ୍ଡ୍‌ ଟାୱାର୍‌ ରହିଛି।

ପ୍ରକାଶଥାଉ କି, ‘ସୁରତ ଡାଇମଣ୍ଡ୍‌ ବୋର୍ସ’ର ନିର୍ମାଣ କାର୍ଯ୍ୟ ୨୦୧୫ ଫେବ୍ରୁଆରିରେ ଆରମ୍ଭ ହୋଇ ୨୦୨୨ରେ ଶେଷ ହୋଇଥିଲା । ସେତେବେଳେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ୍‌ ଏହାର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଅଗଷ୍ଟ ମାସରେ ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଏହି ଅଟ୍ଟାଳିକାକୁ ବିଶ୍ବର ବୃହତ୍ତମ ଅଟ୍ଟାଳିକା ମାନ୍ୟତା ଦେଇଥିଲା।