ନୋଟରୁ ହଟିବ ଗାନ୍ଧୀଙ୍କ ଫଟୋ; PM Modi ଙ୍କୁ ପତ୍ର ଲେଖିଲେ କଂଗ୍ରେସ ବିଧାୟକ
Advertisement
Article Detail0/zeeodisha/odisha1003601

ନୋଟରୁ ହଟିବ ଗାନ୍ଧୀଙ୍କ ଫଟୋ; PM Modi ଙ୍କୁ ପତ୍ର ଲେଖିଲେ କଂଗ୍ରେସ ବିଧାୟକ

୨୦୦୦-୫୦୦ ଟଙ୍କିଆ ନୋଟରେ ଗାନ୍ଧୀଙ୍କ ଚଷମା କିମ୍ବା ଦେଶର ଜାତୀୟ ସଙ୍କେତ ଅଶୋକ ସ୍ତମ୍ଭ ରଖାଯାଇପାରିବ। 

ନୋଟରୁ ହଟିବ ଗାନ୍ଧୀଙ୍କ ଫଟୋ; PM Modi ଙ୍କୁ ପତ୍ର ଲେଖିଲେ କଂଗ୍ରେସ ବିଧାୟକ

ଜୟପୁର: ୨୦୦୦-୫୦୦ ଟଙ୍କିଆ ନୋଟ୍ରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି ରାଜସ୍ଥାନର ସାଙ୍ଗଡ ବିଧାନସଭା ଆସନର କଂଗ୍ରେସ ବିଧାୟକ ଭରତ ସିଂହ କୁନ୍ଦନପୁର। ଏ ପ୍ରସଙ୍ଗରେ ଅଭିଯୋଗ ଆଣି କଂଗ୍ରେସ ବିଧାୟକ କହିଛନ୍ତି ଏଭଳି ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍ ଦୁର୍ନୀତି ଭ୍ରଷ୍ଟାଚାର ଭଳି କାର୍ଯ୍ୟରେ ବ୍ୟବହାର କରାଯାଉଛି।    

ରାଜସ୍ଥାନରେ (Rajasthan) ଘଟୁଥିବା ଏଭଳି ମାମଲା ଉପରେ ଧ୍ୟାନ ଆକର୍ଷଣ କରି ସାଙ୍ଗଡ ବିଧାନସଭା ଆସନର (Sangod Assembly Constituency) କଂଗ୍ରେସ ବିଧାୟକ ଭରତ ସିଂହ କୁନ୍ଦନପୁର (Congress MLA Bharat Singh Kundanpur) କହିଛନ୍ତି ୨୦୧୯ ଜାନୁଆରୀରୁ ୨୦୨୦ ଡିସେମ୍ବର ମଧ୍ୟରେ ପ୍ରାୟ ୬୧୬ଟି ଭ୍ରଷ୍ଟାଚାର ଜନିତ ମାମଲା (Corruption Case) ରୁଜୁ ହୋଇଛି। ଏହି ରିପୋର୍ଟ ଅନୁସାରେ ଦୈନିକ ଦୁଇଟି ଅଭିଯୋଗ ରୁଜୁ ହେଉଥିବା ଜଣାପଡି଼ଛି।  

ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ୧୫୨ତମ ଜନ୍ମ ଦିବସ ଅବସରରେ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପତ୍ର ଲେଖି ନୋଟରୁ ଗାନ୍ଧୀଙ୍କ ଫଟୋ ହଟାଇବା ଲାଗି ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ। ଗାନ୍ଧୀଙ୍କ ଫଟୋ କେବଳ ୫, ୧୦, ୨୦, ୫୦, ୧୦୦, ୨୦୦ ଟଙ୍କିଆ ନୋଟରେ ରଖିବାକୁ କହିବାକୁ କହିଛନ୍ତି ସେ। ୨୦୦୦-୫୦୦ ଟଙ୍କିଆ ନୋଟରେ ଗାନ୍ଧୀଙ୍କ ଚଷମା (Gandhis Glasses) କିମ୍ବା ଦେଶର ଜାତୀୟ ସଙ୍କେତ ଅଶୋକ ସ୍ତମ୍ଭ (National Emblem Ashoka Pillar) ରଖାଯାଇପାରିବ। 

Also Read: ନୋଟରୁ ହଟିବ ଗାନ୍ଧୀଙ୍କ ଫଟୋ; PM Modi ଙ୍କ ପତ୍ର ଲେଖିଲେ କଂଗ୍ରେସ ବିଧାୟକ

ବିଗତ ୭ ଦଶନ୍ଧି ଧରି ସାରା ଦେଶରେ ଭ୍ରଷ୍ଟାଚାର ବ୍ୟାପିଯାଇଛି। ମହାତ୍ମା ଗାନ୍ଧୀ ହେଉଛି ସତ୍ୟର ପ୍ରତୀକ ଏବଂ ତାଙ୍କ ଫଟୋ ୫୦୦-୨୦୦୦ ଟଙ୍କିଆ ନୋଟରେ ମୁଦ୍ରିତ ହୋଇଛି। ଏଭଳି ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍ ଦୁର୍ନୀତି ଭ୍ରଷ୍ଟାଚାର ଭଳି କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏପରିକି ଏହାକୁ ମଦ ଦୋକାନରେ ମଧ୍ୟ ବ୍ୟବହାର କରାଯାଉଛି। ଯାହା ଦ୍ୱାରା ଗାନ୍ଧୀଙ୍କ ଅପମାନିତ ହେଉଛି।