PM Modi’s Visit To Australia (ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଦୁଇଦିନିଆ ଋଷ ଗସ୍ତ ଶେଷ କରି ସେ ଭିଏନାରେ ପହଞ୍ଚିଛନ୍ତି। ଏନେଇ ସୋଶାଲ୍ ମିଡିଆ ’ଏକ୍ସ’ରେ ପ୍ରକାଶ କରିବା ସହ ଅଷ୍ଟ୍ରିଆ ଚାନ୍ସୋଲରଙ୍କ ସହ ନୈଶ୍ୟ ଭୋଜିରେ ଯୋଗ ଦେଇଛନ୍ତି।
Trending Photos

PM @narendramodi arrives in the historic city of Vienna on his first bilateral visit to Austria.
Welcomed by FM @a_schallenberg at the airport.
As the two countries are celebrating 75th Anniversary of establishment of diplomatic relations this year, this momentous visit will… pic.twitter.com/5YvfgFzbRS
— Randhir Jaiswal (@MEAIndia) July 9, 2024
ଶ୍ରୀ ମୋଦୀ ଏହି ଗସ୍ତକୁ ଏକ ସ୍ୱତନ୍ତ୍ର ଗସ୍ତ ଭାବେ ଉଲ୍ଲେଖ କରିଛନ୍ତି। ୪୧ ବର୍ଷର ବ୍ୟବଧାନ ପରେ କୌଣସି ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହି ଗସ୍ତ ଉଭୟ ଦେଶ ଲାଗି କୂଟନୀତିକ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ ଏବେ ଦ୍ୱିପାକ୍ଷିକ ସମ୍ପର୍କର ୭୫ତମ ବର୍ଷ ପାଳନ କରୁଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଭିଏନା ଗସ୍ତ ଆଗକୁ କୂଟନୀତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ବ୍ୟବସାୟକୁ ନୂଆ ରୂପ ଦେବ।
ପ୍ରଧାନ ମନ୍ତ୍ରୀ ଗତକାଲି ଋଷ ଗସ୍ତରେ ଥିଲେ। ଦୁଇଦିନିଆ ଋଷ ଗସ୍ତରେ ଭାରତ-ଋଷ ଭିତରେ ବ୍ୟବସାୟିକ, ପ୍ରଯୁକ୍ତି ବିଦ୍ୟା ଆଦାନ ପ୍ରଦାନ, ଜୀବନ ରକ୍ଷାକାରୀ ଓଷଧ, ପ୍ରଭୃତି ବାବଦରେ ଚର୍ଚ୍ଚା ହୋଇଥିଲା। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଭାରତର ପ୍ରଧାନମନ୍ତ୍ରୀଙ୍କୁ ‘ଦ’ ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟୋଲ’ ରେ ସମ୍ମାନୀତ କରିଥିଲେ। ଏହା ହେଉଛି ଋଷର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ। ପୁଣି ଏହି ପୁରସ୍କାର ପାଇବାରେ ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ଭାରତ-ଋଷ ଭିତରେ ବୈଦେଶିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଅବଦାନକୁ ସ୍ୱୀକାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି।