Vande Bharat Express: ଖୁବଶୀଘ୍ର ଏହି ୫ଟି ରୁଟରେ ଦୌଡ଼ିବ ବନ୍ଦେ ଭାରତ, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha1744172

Vande Bharat Express: ଖୁବଶୀଘ୍ର ଏହି ୫ଟି ରୁଟରେ ଦୌଡ଼ିବ ବନ୍ଦେ ଭାରତ, ଜାଣନ୍ତୁ କେବେ?

Vande Bharat: ଏହି ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ ଭାରତରେ ବନ୍ଦେ ଭାରତ ସଂଖ୍ୟା ୨୩କୁ ବୃଦ୍ଧି ପାଇବ । ରେଳବାଇ ଋଷିଆନ୍ ର ଷ୍ଟକ୍ କମ୍ପାନୀ ଟିଏମଏଚ୍ ଓ ରେଳ ବିକାଶ ନିଗମ୍ ଲିମିଟେଡ଼୍ କୁ ୧୨୦ ସ୍ଲିପର କୋଚ୍ ନିର୍ମାଣ କରିବାର ଦାୟିତ୍ବ ଦେଇଛି ।  ଏହି କୋଚ ଗୁଡ଼ିକ ମହାରାଷ୍ଟ୍ର ଲାତୁର ଠାରେ ନିର୍ମିତ ହେବ । ସ୍ଲିପର କୋଚ୍ ପାଇଁ ଚୁକ୍ତିନାମା ପ୍ରକ୍ରିୟା ୨୯ ମାର୍ଚ୍ଚରେ ଜାରି କରାଯାଇଥିବା ଲେଟର ଅଫ ଆୱର୍ଡ଼ ସହିତ ସମାପ୍ତ ହୋଇଛି । 

Vande Bharat Express: ଖୁବଶୀଘ୍ର ଏହି ୫ଟି ରୁଟରେ ଦୌଡ଼ିବ ବନ୍ଦେ ଭାରତ, ଜାଣନ୍ତୁ କେବେ?

Vande Bharat Express: ଜୁନ୍ ମାସ ୨୬ ତାରିଖରେ ଦେଶର ବିଭିନ୍ନ ମାର୍ଗରେ ଗଡ଼ିବ ୫ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express )। ଏନେଇ ଭାରତୀୟ ରେଲୱ ପକ୍ଷରୁ ସୂଚନା ମିଳିଛି । ବନ୍ଦେ ଭାରତ ଗଡ଼ିବାକୁ ଥିବା ଏହି ୫ଟି ରୁଟ୍ ହେଉଛି, ବେଙ୍ଗାଲୁରୁ- ହବଲି, ମୁମ୍ବାଇ- ଗୋଆ (Mumbai-Goa), ପାଟନା- ରାଞ୍ଚି, ଭୋପାଳ-ଇନ୍ଦୋର, ଓ ଭୋପାଳ-ଜବଲପୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ ରୁଟ୍ ରେ ବନ୍ଦେ ଭାରତ ଟ୍ରେନର ଶୁଭ ଉଦ୍ଦଘାଟନ କରିବେ । ପୂର୍ବରୁ ମୁମ୍ବାଇ- ଗୋଆ ବନ୍ଦେ ଭାରତ ଏକ୍ସପ୍ରେସ ଲଞ୍ଚ ହେବାକୁ ଥିବାବେଳେ ବାହାନଗା ଟ୍ରେନ୍ ଦୁର୍ଘଟଣା ଲାଗି ଏହାକୁ ସ୍ଥଗିତ କରାଯାଇଥିଲା ।

ସୂଚନା ଯୋଗ୍ୟ, ଏନେଇ ଦକ୍ଷିଣ ପଶ୍ଚିମ ରେଲୱେ ଓ କେନ୍ଦ୍ରୀୟ ସଂଗଠନ ଫର ରେଳ ବିଦ୍ୟୁତିକରଣ ହବଲି- ବାଙ୍ଗୋଲୋର ମାର୍ଗରେ ବିଦ୍ୟୁତକରଣ କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ଦୁଇ ସହରକୁ ସଂଯୋଗ କରୁଥିବା ବନ୍ଦେ ଭାରତ ପ୍ରାୟ ଏକ ସପ୍ତାହ ପରେ ଚାଲିବା ଆରମ୍ଭ କରିବ । ଏହି ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ ଭାରତରେ ବନ୍ଦେ ଭାରତ ସଂଖ୍ୟା ୨୩କୁ ବୃଦ୍ଧି ପାଇବ । ରେଳବାଇ ଋଷିଆନ୍ ର ଷ୍ଟକ୍ କମ୍ପାନୀ ଟିଏମଏଚ୍ ଓ ରେଳ ବିକାଶ ନିଗମ୍ ଲିମିଟେଡ଼୍ କୁ ୧୨୦ ସ୍ଲିପର କୋଚ୍ ନିର୍ମାଣ କରିବାର ଦାୟିତ୍ବ ଦେଇଛି ।  ଏହି କୋଚ ଗୁଡ଼ିକ ମହାରାଷ୍ଟ୍ର ଲାତୁର ଠାରେ ନିର୍ମିତ ହେବ । ସ୍ଲିପର କୋଚ୍ ପାଇଁ ଚୁକ୍ତିନାମା ପ୍ରକ୍ରିୟା ୨୯ ମାର୍ଚ୍ଚରେ ଜାରି କରାଯାଇଥିବା ଲେଟର ଅଫ ଆୱର୍ଡ଼ ସହିତ ସମାପ୍ତ ହୋଇଛି । ବର୍ତ୍ତମାନ ଏହି କୋଚ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଚୁକ୍ତି ପାଇଁ TMH-RVNL ସର୍ବନିମ୍ନ ଡ଼ିଲ ଥିଲା । ଏହା ସହ ଟିଟାଗର- ବିଏଚଇଏଲ୍ କୋଚ ପିଛା ୧୪୦ କୋଟି ଟଙ୍କା ଓ ଦ୍ବିତୀୟ ସର୍ବନିମ୍ନ ଡ଼ିଲ ରଖଛି । ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ କେବଳ ବସିବା ଲାଗି ଥିବା ସିଟ୍ ସହ ଚାଲୁଥିଲା । ସ୍ଲିପର କୋଚ୍ ସୁବିଧା ଲାଗି ବନ୍ଦେ ଭାରତ ଏକ୍ସପ୍ରେସରେ ଗୋଟିଏ ପ୍ରଥମ ଏସି କୋଚ୍, ତିନୋଟି ଦ୍ବିତୀୟ ଏସି କୋଚ୍ ଓ ୧୧୩ଟି ଏସି କୋଚ୍ ରହିବ । ତେବେ ଏହି କୋଚ ଭିତରେ ପ୍ୟାନେଲ ଓ ବର୍ଥର ନିର୍ମାଣ କାମ ଟାଟା ଷ୍ଟିଲ ଦ୍ବାରା କରାଯିବ ବୋଲି କୁହାଯାଇଛି । ଦିବ୍ୟାଙ୍ଗମାନଙ୍କ ଲାଗି ମଧ୍ଯ ଏଠାରେ ସୁବିଧା ରହିଥିବା ବେଳେ ଡ୍ରାଇଭରଙ୍କ ସୁବିଧା ଲାଗି ଏଥିରେ ଫ୍ରଣ୍ଟ ଏଣ୍ତ କୋଚ୍ ରହିବ ।

ପ୍ରକାଶ ଥାଉ କି, ଗତ ମଇ ମାସ ୧୮ ତାରିଖରେ ଓଡ଼ିଶାରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଟ୍ରେନ୍ (Vande Bharat Train) ଲଞ୍ଚ କରିଥିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସେମି ହାଇସ୍ପିଡ଼ ଟ୍ରେନ୍ କୁ (Indian Railway Semi High Speed Train) ପୁରୀ ସହ (Holy City Puri) ପଶ୍ଚିମବଙ୍ଗର ପ୍ରମୁଖ ରେଳ ଷ୍ଟେସନ (Major Railway Stations In West Bengal) ହାୱାଡ଼ା ଜଙ୍କସନ୍ (Howrah Junction Railway Station) ସହିତ ସଂଯୋଗ କରାଯାଇଛି ।

ବନ୍ଦେ ଭାରତ ଏକ୍ସପ୍ରେସ କ'?

ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) । ବର୍ତ୍ତମାନ ସମୟରେ ଏହି ଟ୍ରେନ ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ପ୍ରଥମ ପସନ୍ଦ ପାଲଟିଛି। ପ୍ରଥମ ରେଟ୍ ଯାତ୍ରୀ ସୁବିଧା ସହିତ ଏହା ଦେଶର ପ୍ରଥମ ସେମି ହାଇସ୍ପୀଡ୍ ଟ୍ରେନ୍ ଅଟେ। ଏହାର ସର୍ବୋଚ୍ଚ ବେଗ ୧୮୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ତଥାପି ସୁରକ୍ଷା ଗତ କାରଣରୁ ଏହାର ସର୍ବୋଚ୍ଚ ବେଗ ୧୩୦ କିଲୋମିଟର ମଧ୍ୟରେ ସୀମିତ ରଖାଯାଇଛି। ବନ୍ଦେ ଭାରତ ଟ୍ରେନ ଯାତ୍ରା ସମୟକୁ ୨୫ ପ୍ରତିଶତରୁ ୪୫% ହ୍ରାସ କରିଥାଏ।

ଦେଶର ୧୫ ମାର୍ଗରେ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନ ତାଲିକା 

୧. ନୂଆଦିଲ୍ଲୀ-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସ

୨. ନୂଆଦିଲ୍ଲୀ-ମାତା ବୈଷ୍ଣୋଦେବୀ କଟରା ବନ୍ଦେ ଭାରତ ଏକ୍ସପ୍ରେସ

୩. ଗାନ୍ଧୀ ନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ

୪. ନୂଆଦିଲ୍ଲୀ-ଆମ୍ବ ଆନ୍ଦୌରା ବନ୍ଦେ ଭାରତ ଏକ୍ସପ୍ରେସ

୫. ନାଗପୁର-ବିଳାସପୁର ବନ୍ଦେ ଭାରତ ଏକ୍ସପ୍ରେସ

୬. ହାୱାଡ଼ା-ନୂଆ ଜଳପାଇରିଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ

୭. ସିକନ୍ଦରାବାଦ-ବିଶାଖାପଟ୍ଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ

୮. ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ

୯. ମୁମ୍ବାଇ-ଶିରିଡ଼ି ବନ୍ଦେ ଭାରତ ଏକ୍ସପ୍ରେସ

୧୦. ଦିଲ୍ଲୀ ହଜରତ ନିଜାମୁଦ୍ଦିନ-ଭୋପାଳ ରାଣୀ କମଳାପତି ବନ୍ଦେ ଭାରତ ଏକ୍ସପ୍ରେସ  

୧୧. ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ

୧୨. ଚେନ୍ନାଇ-କୋଏାମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ 

୧୩. ଆଜମେର-ଦିଲ୍ଲୀ କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ

୧୪. ତିରୁଭାଅନନ୍ତପୁରମ୍-କାସୋରଗଡ଼ ବନ୍ଦେ ଭାରତ ଏକ୍ସପ୍ରେସ

୧୫.ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ