ଗିରଫ ହେଲେ Food Delivery Boy; ଘରେ ଖାଇବା ଦେଇ ଆସିଲା Police
Advertisement

ଗିରଫ ହେଲେ Food Delivery Boy; ଘରେ ଖାଇବା ଦେଇ ଆସିଲା Police

ଯେଉଁ ଠିକଣା ଆଧାରରେ ଏହି ଖାଇବା ଅର୍ଡର କରାଯାଇଥିଲେ ସେ ବାବଦରେ ଯାଞ୍ଚ କରିଥିଲେ ଏହି ଆମେରିକୀୟ ପୋଲିସ ଅଧିକାରୀ। 

ଗିରଫ ହେଲେ Food Delivery Boy; ଘରେ ଖାଇବା ଦେଇ ଆସିଲା Police

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା କରିବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗୁ ହୋଇଥିଲା ଲାକଡାଉନ। ଏହି ସମୟରେ ପୋଲିସ, ଗଣମାଧ୍ୟମ କର୍ମୀ, ସ୍ୱାସ୍ଥ୍ୟସେବା କର୍ମଚାରୀ ନିଜ ନିଜର ଦାୟିତ୍ୱ ସ୍ୱାଭାବିକ ଭାବେ ନିର୍ବାହ କରିଥିଲେ। ସେମାନଙ୍କୁ ଛାଡି ଫୁଡ ଡେଲିଭରି କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକ କୋରୋନା ସଂକଟ ସମୟରେ ନିଜ କର୍ତ୍ତବ୍ୟରୁ ଓହରିନଥିଲା।

ଲକଡାଉନ ଲାଗୁ ହେବା ସମୟରେ ଅନେକ ଫୁଡ ଡେଲିଭରି ବୟଙ୍କ ସହ ପୋଲିସର ମୁହାଁମୁହିଁ ହୋଇଥିଲେ। ଏପରିକି ଅନେକଙ୍କୁ ଥାନାରେ ହେପାଜତରେ ରଖାଯାଇଥିଲା। ହେଲେ ସଦ୍ୟ ଆମେରିକାସ୍ଥିତ (America) ଆରକାନ୍ସ ଅଞ୍ଚଳରେ ଘଟିଯାଇଥିବା ଏକ ଘଟଣା ପାଇଁ ପୋଲିସ ପୁଣି ଥରେ ନାୟକ ଭାବେ ଉଭାହୋଇଛି। 

Also Read: ଚୋରି ଅଭିଯୋଗର ନାବାଳକକୁ ନିସ୍ତୁଡ ମାଡ଼; ୨ ଗିରଫ

ଏଠାରେ ଜଣେ ଫୁଡ ଡେଲିଭରି ବୟକୁ କୌଣସି ଏକ ଅଭିଯୋଗରେ ଗିରଫ କରିଥିଲା ଆମେରିକା ପୋଲିସ। ଏହି ଗିରଫଦାରୀ ପରେ ପୋଲିସ ପ୍ରଶାସନକୁ ଅନୁଭବ ହୋଇଥିଲା ଯେ କେହି ଜଣେ ଅନ ଲାଇନ ଫୁଡ୍ ଅର୍ଡର କରି ଗିରଫ ହୋଇଥିବା ଏହି ଫୁଡ ଡେଲିଭରି ବୟକୁ ଅପେକ୍ଷା କରି ରହିଥାଇ ପାରନ୍ତି। ଏହା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଟାୟଲର ୱିଲୟମ୍ସ ନିଜ ପଟୁ ଏ ଘଟଣାରେ ଯାଞ୍ଚ କରିଥିଲେ।    

ଯେଉଁ ଠିକଣା ଆଧାରରେ ଏହି ଖାଇବା ଅର୍ଡର କରାଯାଇଥିଲେ ସେ ବାବଦରେ ଗିରଫ ହୋଇଥିବା ଫୁଡ ଡେଲିଭରି ବୟ ଠାରୁ ଖବର ନେଇ ସେଠାରେ ନିଜେ ପହଞ୍ଚିଥିଲେ ଏହି ଆମେରିକୀୟ ପୋଲିସ ଅଧିକାରୀ। ଯେଉଁ ଲୋକ ଅନ ଲାଇନ ଫୁଡ୍ ଅର୍ଡର କରିଥିଲେ ତାଙ୍କ ଘରେ ପହଞ୍ଚି ତାଙ୍କୁ ନିଜେ ଖାଇବା ଦେଇ ଆସିଥିଲେ ସେ। ଏହି କାର୍ଯ୍ୟ ପାଇଁ ଧନ୍ୟବାଦର ପାତ୍ର ପାଲଟି ଯାଇଥିଲା ଆମେରିକା ପୋଲିସ। 

Also Read: କୋରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ହେବ ଏହି କୁକୁଡା!

ଏହି ଖାଦ୍ୟ ଜଣେ ମହିଳା ଅର୍ଡର କରିଥିଲେ। ନିଜ ଘର ନିକଟରେ ପୋଲିସକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡି଼ଥିଲେ। ଏହି ମହିଳାଙ୍କ ଉଦ୍ଦେଶ୍ୟରେ ପୋଲିସ ଅଧିକାରୀ କହିଥିଲେ ଡରିବାର କୌଣସି କାରଣ ନାହିଁ। ତୁମର ଖାଦ୍ୟ ନେଇ ଯେଉଁ ଫୁଡ ଡେଲିଭରି ବୟ ଆସୁଥିଲା ତାକୁ ପୋଲିସ ଗିରଫ କରିଛି। ଏଥିପାଇଁ ଆମେ ଆପଣଙ୍କ ଖାଦ୍ୟ ନେଇଆସିଛୁ।  ଏ ଘଟଣା ବାବଦରେ ଡୋନ୍ସବୋର ପୋଲିସ ବିଭାଗ (Jonesboro Police Department) ପକ୍ଷରୁ ଏକ ଟ୍ୱିଟ କରାଯାଇଥିଲା।