ପୁଣି ଚର୍ଚ୍ଚାରେ ସାଧ୍ୱୀ ଠାକୁର, ଜାଣନ୍ତୁ କାରଣ

ପ୍ରଜ୍ଞା ଠାକୁର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି

ପୁଣି ଚର୍ଚ୍ଚାରେ ସାଧ୍ୱୀ ଠାକୁର, ଜାଣନ୍ତୁ କାରଣ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ପ୍ରଜ୍ଞା ଠାକୁର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି । ମହାତ୍ମା ଗାନ୍ଧିଙ୍କୁ ହତ୍ୟାକାରୀ ଓ ନାଥୁରାମ ଗଡସେକୁ ସଂସଦରେ ଦେଶଭକ୍ତ କହି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ଫସିଯାଇଥିଲେ । ଏଥିପାଇଁ ତାଙ୍କୁ ଚଳିତ ଅଧିବେଶନରେ ବିଜେପିର ସଂସଦୀୟ ଦଳ ବୈଠକରେ ଉପସ୍ଥିତ ନ ରହିବାକୁ ଦଳ ପକ୍ଷରୁ କୁହାଯାଇଥିଲା ।

ଆଉ ଏବେ ପୁଣି ଥରେ ବିବାଦରେ ଫସିଛନ୍ତି ସାଧ୍ୱୀ । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆର ଜବରଦସ୍ତ ଭାଇରାଲ ହେବାର ଲାଗିଛି । ଏହି ଭିଡିଓରେ ସାଧ୍ୱୀଙ୍କୁ ଫ୍ଲାଇଟରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ଆକ୍ରୋଶର ସ୍ୱିକାର ହେବାକୁ ପଡିଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଭିଡିଓରେ ସଫା ସଫା ଶୁଣାଯାଉଛି ଯେ କେହି ଜଣେ ବ୍ୟକ୍ତି ତାଙ୍କୁ ଲଜ୍ୟା ଲାଗିବା ଉଚିତ ବୋଲି କହିଛନ୍ତି । ତେବେ ସାଧ୍ୱୀ ବିମାନ ଯୋଗେ ଦିଲ୍ଲୀରୁ ଭୋପାଳ ଯାଉଥିଲେ ।

 

ବିମାନରେ ଥିବା ସିଟ ପାଇଁ ସାଧ୍ୱୀଙ୍କର କିଛି ଯାତ୍ରୀଙ୍କ ସହିତ ବଚସା ହୋଇଥିଲା । ମୁଖ୍ୟ କଥା ହେଉଛି ସାଧ୍ୱୀ ବିମାନରେ ଥିବା ଏମରଜେନ୍ସୀ ସିଟ ଡିମାଣ୍ଡ କରିଥିଲେ । ଆଉ ମିଳି ନ ଥିବାରୁ କ୍ରୁ ମେମ୍ୱର ଉପରେ ଭୀଷଣ ରାଗି ଯାଇଥିବା ଅଭିଯୋଗ ହୋଇଥିଲା ।

ତେବେ ବିମାନରେ ବସିଥିବା ଜଣେ ଯାତ୍ରୀ ସାଧ୍ୱୀଙ୍କୁ କହିଥିଲେ ଆପଣ 'ଜନ ପ୍ରତିନିଧି' ଆଉ ଜଣେ ଜନପ୍ରତିନିଧି ହୋଇ ୫୦ ଲୋକଙ୍କୁ ହଇରାଣ କରିବା ଠିକ୍ କଥା ନୁହଁ । ଆପଣ ପରବର୍ତ୍ତୀ ଫ୍ଲାଇଟରେ ଯାଆନ୍ତୁ ବୋଲି ଯାତ୍ରୀ ଜଣଙ୍କ କହିଥିଲେ ।

ଯାତ୍ରୀଙ୍କ କଥା ଶୁଣି ସାଧ୍ୱୀ କହିଥିଲେ ଯେ ଏହି ଫ୍ଲାଇଟରେ ଫାଷ୍ଟ କ୍ଲାସ ସୁବିଧା ନାହିଁ ତଥାପି ମୁଁ ଯାଉଛି । ଏହା ପଛରେ କିଛି ତ କାରଣ ଥିବା । ଆଉ ଏହାର ଜବାବ ଦେଇ ଯାତ୍ରୀ ଜଣଙ୍କ କହିଥିଲେ ଆପଣଙ୍କର ଫାଷ୍ଟ କ୍ଲାସ ଶ୍ରେଣୀରେ ଯିବାର ଯୋଗ୍ୟତା ନାହିଁ । ବାସ୍...ଏହି କଥା ଶୁଣି ଅଧିକା ରାଗିଯାଇଥିଲେ ସାଧ୍ୱୀ ।