ଦଳରୁ ବହିଷ୍କାର ହେବେ ସାଧ୍ୱୀ ପ୍ରଜ୍ଞା!
Advertisement
Article Detail0/zeeodisha/odisha602393

ଦଳରୁ ବହିଷ୍କାର ହେବେ ସାଧ୍ୱୀ ପ୍ରଜ୍ଞା!

ସଂସଦରେ ଗଡସେଙ୍କୁ ଦେଶଭକ୍ତ କହିବା ସାଧ୍ୱୀଙ୍କୁ ପଡ଼ିଲା ମହଙ୍ଗା, ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରୁ ବହିଷ୍କାର ହେଲେ ସାଧ୍ୱୀ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କୁ ହତ୍ୟାକାରୀ ଓ ନାଥୁରାମ ଗଡସେକୁ ସଂସଦରେ ଦେଶଭକ୍ତ କହିବା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ମହଙ୍ଗା ପଡ଼ିଛି । ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଏଥିପାଇଁ ସାଧ୍ୱୀଙ୍କ ଉପରେ ଆକ୍ସନ ନେଇଛନ୍ତି । ସେପଟେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରୁ ସାଧ୍ୱୀକୁ ବାହାର କରିଦେଇଛନ୍ତି । 

କେବଳ ସେତିକି ନୁହଁ ସାଧ୍ୱୀଙ୍କୁ ଚଳିତ ଅଧିବେଶନରେ ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରଜ୍ଞା ଠାକୁରଙ୍କୁ ଉପସ୍ଥିତ ନ ରହିବାକୁ ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । ଆଗକୁ ସାଧ୍ୱୀଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ମଧ୍ୟ ଚର୍ଚ୍ଚା ଜୋର ହେଉଛି । ସେପଟେ ମହାତ୍ମା ଗାନ୍ଧିଙ୍କୁ ସମ୍ମାନ ଦେଉ ନ ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ।

ବିଜେପିର କାର୍ଯ୍ୟକାରୀ ସଭାପତି ଗତକାଲି ସାଧ୍ୱୀଙ୍କ ଏହି କଥାକୁ ନିନ୍ଦା କରିଛନ୍ତି । ଦେଶକୁ ସ୍ୱାଧିନତା ଆଣିଦେଇଥିବା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଭରା ସଂସଦରେ ଦେଶଭକ୍ତ କହିବା ବାସ୍ତବିକ ନିନ୍ଦନୀୟ ବୋଲି କହିଛନ୍ତଚି ନଡ୍ଡା । ବିଜେପି ଏପରି ମନ୍ତବ୍ୟ ଦେଉଥିବା ଓ ଚିନ୍ତାଧାରା ରଖୁଥିବା ବ୍ୟକ୍ତିକୁ ସମର୍ଥନ କରନ୍ତି ନାହିଁ  ବୋଲି ମଧ୍ୟ ସ୍ପଷ୍ଟ କହିଛନ୍ତି ।  

ଅପରପକ୍ଷରେ ସ୍ୱାଧୀଙ୍କ ଏପରି ମନ୍ତବ୍ୟ ପାଇଁ ଟ୍ୱିଟରରେ ସାବାସ ସାଧ୍ୱୀ ରେ ଟ୍ରେଣ୍ଡ କରୁଛି । ଅନେକ ତାଙ୍କୁ ସମର୍ଥନ କରୁଥିବା ବେଳେ ଅନେକେ ନିନ୍ଦା ମଧ୍ୟ କରୁଛନ୍ତି ।