ଦଶନ୍ଧି ପର୍ଯ୍ୟନ୍ତ ମଜବୁତ ରହିବ BJP, ରାହୁଲ ପିଏମ ମୋଦିଙ୍କ ଶକ୍ତିକୁ ଅନୁମାନ କରିବାରେ ଅସମର୍ଥ: PK
Advertisement
Article Detail0/zeeodisha/odisha1016457

ଦଶନ୍ଧି ପର୍ଯ୍ୟନ୍ତ ମଜବୁତ ରହିବ BJP, ରାହୁଲ ପିଏମ ମୋଦିଙ୍କ ଶକ୍ତିକୁ ଅନୁମାନ କରିବାରେ ଅସମର୍ଥ: PK

ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, 'ରାହୁଲ ଗାନ୍ଧୀଙ୍କୁ ବୋଧହୁଏ ଲାଗୁଛି ଯେ ଲୋକମାନେ ତାଙ୍କୁ (ନରେନ୍ଦ୍ର ମୋଦି) କିଛି ସମୟ ମଧ୍ୟରେ କ୍ଷମତାରୁ ହଟାଇବେ କିନ୍ତୁ ଏହା ଘଟିବ ନାହିଁ ।'

ଦଶନ୍ଧି ପର୍ଯ୍ୟନ୍ତ ମଜବୁତ ରହିବ BJP, ରାହୁଲ ପିଏମ ମୋଦିଙ୍କ ଶକ୍ତିକୁ ଅନୁମାନ କରିବାରେ ଅସମର୍ଥ: PK

ନୂଆଦିଲ୍ଲୀ: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishore) କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (BJP) ଆଗାମୀ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ବଳବତ୍ତର ରହିବ । କିଶୋର ବିଶ୍ୱାସ କରନ୍ତି ଯେ ବିଜେପି ସହିତ ଅନେକ ଦଶନ୍ଧି ଧରି ଲଢ଼ିବାକୁ ପଡ଼ିବ । କିଶୋର କହିଛନ୍ତି, “40 ବର୍ଷ ପୂର୍ବେ କଂଗ୍ରେସ (Congress) ଯେଉଁଭଳି ଭାବରେ କ୍ଷମତାର କେନ୍ଦ୍ର ଥିଲା, ସେହିଭଳି ବିଜେପି ହାରୁ କିମ୍ବା ଜିତୁ ଏହାର କ୍ଷମତାର କେନ୍ଦ୍ର ମଜବୁତ ରହିବ । ଥରେ ଜାତୀୟ ସ୍ତରରେ 30 ପ୍ରତିଶତ ଭୋଟ୍ ମିଳିବା ପରେ, ରାଜନୈତିକ ଦୃଶ୍ୟପଟ୍ଟରୁ ଏତେ ଶୀଘ୍ର ହଟିବା ସମ୍ଭବ ନୁହେଁ ।

ଗୋଆ ସଂଗ୍ରହାଳୟରେ କିଶୋର କହିଛନ୍ତି, “ଏହି ମାୟାରେ ଜମାରୁ ପଡ଼ନ୍ତୁ ନାହିଁ ଯେ ଲୋକମାନେ ମୋଦିଙ୍କ ଉପରେ ରାଗିଛନ୍ତି ଏବଂ ତାଙ୍କୁ କ୍ଷମତାରୁ ବାହାର କରିଦେବେ । ଲୋକମାନେ ହୁଏତ ମୋଦିଙ୍କୁ କ୍ଷମତାରୁ ହଟାଇ ପାରନ୍ତି କିନ୍ତୁ ବିଜେପି କୌଣସି ସ୍ଥାନକୁ ଯାଉନାହିଁ । ଆଗାମୀ ଅନେକ ଦଶନ୍ଧି ଧରି ଆପଣଙ୍କୁ ଏହା ସହିତ ଲଢ଼େଇ କରିବାକୁ ପଡ଼ିବ ।"

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ କିଶୋର କହିଛନ୍ତି, 'ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କର ମଧ୍ୟ ଏକ ସମସ୍ୟା ରହିଛି । ବୋଧହୁଏ ସେ ଭାବନ୍ତି ଯେ କିଛି ସମୟ ମଧ୍ୟରେ ଲୋକମାନେ ତାଙ୍କୁ (ନରେନ୍ଦ୍ର ମୋଦି) କ୍ଷମତାରୁ ହଟାଇ ଦେବେ କିନ୍ତୁ ତାହା ଘଟିବ ନାହିଁ । କିଶୋର କହିଛନ୍ତି, ଯେପର୍ଯ୍ୟନ୍ତ ଆପଣ ମୋଦିଙ୍କ ଶକ୍ତି ବିଷୟରେ ଧାରଣା ନାହିଁ, ସେପର୍ଯ୍ୟନ୍ତ ଆପଣ ତାଙ୍କୁ ପରାସ୍ତ କରିବାକୁ କଦାପି କାଉଣ୍ଟର କରିପାରିବେ ନାହିଁ । ଅଧିକାଂଶ ଲୋକ ତାଙ୍କ ଶକ୍ତି ବୁଝିବାକୁ ସମୟ ନେଉନାହାଁନ୍ତି । ଯେତେବେଳେ ପର୍ଯ୍ୟନ୍ତ ଆପଣ ଏହା ବୁଝି ପାରୁନାହାଁନ୍ତି ଯେ ଏପରି କେଉଁ ଶକ୍ତି ଅଛି ଯାହା ତାଙ୍କୁ ଲୋକପ୍ରିୟ କରୁଛି, ସେ ପର୍ଯ୍ୟନ୍ତ ଆପଣ ତାଙ୍କର ମୁକାବିଲା କରିବାରେ ସମର୍ଥ ହେବ ନାହିଁ ।

କଂଗ୍ରେସ ନେତାଙ୍କର ଅଛି ଭୁଲ ବୁଝାମଣା!
କିଶୋର କହିଛନ୍ତି, 'ଆପଣ ଯଦି ଯାଇ କୌଣସି କଂଗ୍ରେସ ନେତା କିମ୍ବା କୌଣସି ଆଞ୍ଚଳିକ ନେତାଙ୍କ ସହିତ କଥାବାର୍ତ୍ତା କରନ୍ତି, ସେମାନେ କହିବେ, ଏହା କେବଳ ସମୟର ବିଷୟ ଅଟେ । ଲୋକମାନେ ତାଙ୍କ ଉପରେ ରାଗିଛନ୍ତି । ଆଣ୍ଟି-ଇନକମ୍ବେନ୍ସି ଲହର ଆସିବ ଓ ଲୋକମାନେ ତାଙ୍କୁ କ୍ଷମତାରୁ ବାହାର କରିଦେବେ କିନ୍ତୁ ମୁଁ ଭାବୁଛି ଏହା ଘଟିବ ନାହିଁ ।

କିଶୋର କହିଛନ୍ତି, “ଯଦି ଆମେ ଭୋଟରଙ୍କ ଆଧାରକୁ ଦେଖିବା, ତେବେ ଲଢେଇର ଏକ ତୃତୀୟାଂଶରୁ ଦୁଇ ତୃତୀୟାଂଶ ମଧ୍ୟରେ ହେବ । କେବଳ ଏକ ତୃତୀୟାଂଶ ଲୋକ ବିଜେପିକୁ ଭୋଟ୍ ଦେଉଛନ୍ତି କିମ୍ବା ବିଜେପିକୁ ସମର୍ଥନ କରିବାକୁ ଚାହୁଁଛନ୍ତି । ସମସ୍ୟା ହେଉଛି ଦୁଇ-ତୃତୀୟାଂଶ ଏତେ ବିସ୍ତୃତ ଯେ ଏହାକୁ 10, 12 କିମ୍ବା 15 ରାଜନୈତିକ ଦଳରେ ବିଭକ୍ତ କରାଯାଇଛି ଏବଂ ଏହା ମୁଖ୍ୟତଃ କଂଗ୍ରେସର ପତନ ଯୋଗୁଁ ହୋଇଛି । 65% ଭୋଟ୍ ଆଧାର ଭାଙ୍ଗିଯାଇଛି । ଯେଉଁଥିପାଇଁ ବହୁ ଲୋକ ଏବଂ ଛୋଟ ଦଳ ଗଠନ କରାଯାଇଛି ।"

ଏହା ବି ପଢ଼ନ୍ତୁ: ପେଗାସସ୍‌ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ

ଏହା ବି ପଢ଼ନ୍ତୁ: ହରଭଜନ ଓ ଆମୀରଙ୍କ ମଧ୍ୟରେ ଜୋରଦାର ଲଢ଼େଇ, ଶେଷରେ ଭଜିଙ୍କ ଗୁଗଲିରେ ଆମୀର ଆଉଟ୍

ଏହା ବି ପଢ଼ନ୍ତୁ: ବଦଳିବ ଟିମ୍ ଇଣ୍ଡିଆର ଭାଗ୍ୟ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ ଏହି ୩ ଖେଳାଳିଙ୍କ ଏଣ୍ଟ୍ରି!