Rashtriya Bal Puraskar: କେମିତି ଚୟନ ହୁଅନ୍ତି ଶିଶୁ? ପୁରସ୍କାରରେ ଶିଶୁଙ୍କୁ ମିଳେ ଏତିକି ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha1540487

Rashtriya Bal Puraskar: କେମିତି ଚୟନ ହୁଅନ୍ତି ଶିଶୁ? ପୁରସ୍କାରରେ ଶିଶୁଙ୍କୁ ମିଳେ ଏତିକି ଲକ୍ଷ ଟଙ୍କା

Rashtriya Bal Puraskar: ରାଷ୍ଟ୍ରୀୟ ବାଲ୍ ପୁରସ୍କାର ମହିଳା ଏବଂ ବାଲ୍ ବିକାଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥାଏ। ଏହି ପୁରସ୍କାର କେଉଁ ଶିଶୁଙ୍କୁ ମିଳିବ ଏନେଇ ମନ୍ତ୍ରାଳୟରେ ଏକ ଗାଇଡଲାଇନ ମଧ୍ୟ ରହିଥାଏ।  ଆମ ଦେଶରେ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ଲାଭ କରିଥିବା ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଏ। 

Rashtriya Bal Puraskar: କେମିତି ଚୟନ ହୁଅନ୍ତି ଶିଶୁ? ପୁରସ୍କାରରେ ଶିଶୁଙ୍କୁ ମିଳେ ଏତିକି ଲକ୍ଷ ଟଙ୍କା

Rashtriya Bal Puraskar: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ଆଜି ବିଜ୍ଞାନ ଭବନରେ ପୁରସ୍କାର ବିତରଣ ସମାରୋହରେ ୧୧ ସ୍ୱତନ୍ତ୍ର ଭାବେ ମନୋନୀତ ହୋଇଥିବା ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ୨୦୨୩ (Pradhan Mantri Rashtriya Bal Puraskar) ପ୍ରଦାନ କରିବେ। ପୁରସ୍କାର ପାଇବାକୁ ଥିବା ସବୁ ଶିଶୁ ୨୪ ଜାନୁଆରୀ ଅର୍ଥାତ୍ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ (PM Narendra Modi)  ଭେଟି ତାଙ୍କ ସହ କିଛି ସମୟ ବିତାଇବେ। 

କେବେ ହୋଇଥିଲା ଆରମ୍ଭ
ଅତୁଳନୀୟ ସଫଳତା ହାସଲ କରିଥିବା ଶିଶୁମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ୧୯୯୬ ରେ ଆରମ୍ଭ ହୋଇଥିଲା । ପଦକ ବ୍ୟତୀତ ଏହି ପୁରସ୍କାର ପାଇଥିବା ଶିଶୁ ମାନଙ୍କୁ ନଗଦ ପୁରସ୍କାର ଦିଆଯାଏ । ୨୦୧୮ ମସିହା ପରଠାରୁ ଏହି ପୁରସ୍କାରର ନାମ 'ବାଲ ଶକ୍ତି ପୁରସ୍କାର'ରେ ନାମିତ କରାଗଲା। ଏବଂ ଏଥିରେ ସେହି ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଏ ଯେଉଁମାନେ ସାହାସିକତା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

କେମିତି ମିଳିଥାଏ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ରାଷ୍ଟ୍ରୀୟ ବାଲ୍ ପୁରସ୍କାର ମହିଳା ଏବଂ ବାଲ୍ ବିକାଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥାଏ। ଏହି ପୁରସ୍କାର କେଉଁ ଶିଶୁଙ୍କୁ ମିଳିବ ଏନେଇ ମନ୍ତ୍ରାଳୟରେ ଏକ ଗାଇଡଲାଇନ ମଧ୍ୟ ରହିଥାଏ। 

ଏହି ପୁରସ୍କାର ସେହି ଶିଶୁ ମାନଙ୍କୁ ମିଳେ ଯେ ଭାରତର ନାଗରିକ ଓ ଭାରତରେ ରହୁଥିବେ। ଏହି ଶିଶୁଙ୍କ ବୟସ ୫ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ହୋଇଥାଏ। 

କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇଥାଏ ଏହି ପୁରସ୍କାର

ଇନୋଭେସନ- ବିଜ୍ଞାନ  ଓ ସାମାଜିକ  ବିଜ୍ଞାନ ରେ  ଉପଲବ୍ଧି ପାଇଥିବା ଶିଶୁଙ୍କୁ ମିଳିଥାଏ ଏହି ପୁରସ୍କାର । ତାଙ୍କ ଇନୋଭେସନ ସହ ମନୁଷ୍ୟ, ଜୀବଜନ୍ତୁ ଓ ପର୍ୟାବରଣ ଉପରେ କିଛି ପ୍ରଭାବ ପଡ଼ିଥିବ ଏହି ଶିଶୁଙ୍କୁ ମିଳିଥାଏ ବାଲ୍ ପୁରସ୍କାର।

ସାମାଜିକ କାର୍ଯ୍ୟ- ବାଲ୍ୟ ବିବାହ, ଯୌନ ଶୋଷଣ, ମଦ୍ୟପାନ ଆଦି ଅସାମାଜିକ କୁକାର୍ଯ୍ୟକୁ ବିରୋଧ କରିବା ସହ ସମାଜକୁ ଏ ବାବଦରେ ସଚେତନ କରୁଥିବା ଶିଶୁଙ୍କୁ ମିଳେ ବାଲ୍ ପୁରସ୍କାର।

ଶିକ୍ଷା- ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଲଗାତାର ଉପଲବ୍ଧି ହାସଲ କରିଥିବା ଶିଶୁ।

ଖେଳ-  ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଖେଳକୁଦରେ ଲଗାତାର ଉପଲବ୍ଧି ହାସଲ କରିଥିବା ଶିଶୁ।

ଆର୍ଟ ଆଣ୍ଡ କଲଚର- ମ୍ୟୁଜିକ, ଡ୍ୟାନ୍ସ, ପେଣ୍ଟିଂ ଓ ଆର୍ଟ କଲଚର ସହ ଜଡ଼ିତ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଉପଲବ୍ଧି ହାସଲ କରିଥିବା ଶିଶୁଙ୍କୁ ମିଳେ ପୁରସ୍କାର।

ସାହାସ- ନିଜ ଜୀବନକୁ ବାଜିରେ ଲଗାଇ ନିଃସ୍ୱାର୍ଥ ଭାବେ ସେବା କରୁଥିବା ଶିଶୁ ଏହି ପୁରସ୍କାରରେ ସାମିଲ ହୋଇଥାନ୍ତି। ଏମିତି ଶିଶୁ ପ୍ରାକୃତିକ ଓ ମାନବ କ୍ଷେତ୍ରର ଯେଉଁ ବି ପରିସ୍ଥିତି ରେ ସାହାସିକତା ଦେଖାଇଥାନ୍ତି ସେମିତି ଶିଶୁଙ୍କୁ ମିଳିଥାଏ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । 

ବିଜେତାଙ୍କୁ କ'ଣ ମିଳିଥାଏ
PMRBP ବା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ଏହା ସହ ନଗଦ ଏକ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ରାଶିରେ ମିଳିଥାଏ। ଏହା ସହ ଶିଶୁଙ୍କୁ ଗଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ମଧ୍ୟ ନିମନ୍ତ୍ରଣ ମିଳିଥାଏ। ଚଳିତବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଦେଶର ସବୁ କ୍ଷେତ୍ରରୁ ପ୍ରାୟ ୧୧ ଟି ଶିଶୁଙ୍କୁ ଚୟନ କରାଯାଇଛି । କଳା ଓ ସଂସ୍କୃତିରୁ ୪, ବୀରତ୍ୱ ପାଇଁ ୧,  ଇନୋଭେସନ ପାଇଁ ୨, ସମାଜ ସେବା ପାଇଁ ୧ ଓ ଖେଳ କ୍ଷେତ୍ରରେ ୩ ଟି ପୁରସ୍କାର ପ୍ରଦାନ କରାଯିବ। ମହିଳା ଏବଂ ବାଲ୍ ବିକାଶ ମନ୍ତ୍ରାଳୟ ଦ୍ୱାରା ଏହି ବର୍ଷ ୧୧ ଶିଶୁଙ୍କ ମଧ୍ୟରେ ୬ ପୁଅ ୫ ଝିଅ ଅଛନ୍ତି।

Also Read: Kiren Rijiju On BBC: 'ନିଶା ଛାଡ଼ି ନାହିଁ ... BBC କୁ କିଛି ଲୋକ ସୁପ୍ରିମକୋର୍ଟଙ୍କ ଉପରେ ବୋଲି ବିଚାର କରନ୍ତି'