USA ELECTION 2020: ଫ୍ଲୋରିଡାର ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ
Advertisement
Article Detail0/zeeodisha/odisha776270

USA ELECTION 2020: ଫ୍ଲୋରିଡାର ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ

ଫ୍ଲୋରିଡାର ଗୋଟିଏ ନିର୍ବାଚନୀ ସଭାରେ ମେଲାନିଆ, ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଭୋଟ୍ ମାଗିଥିଲେ। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ନିଜ ସ୍ୱାମୀଙ୍କ ପ୍ରଥମ କାର୍ଯ୍ୟକାଳକୁ ବେଶ ପ୍ରଶଂସା କରିଥିଲେ। 

USA ELECTION 2020: ଫ୍ଲୋରିଡାର ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ

ଅମିତ ମହାନ୍ତି, ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦ (USA Presidential Election 2020) ମଧ୍ୟରେ ଫ୍ଲୋରିଡା (Florida) ଠାର ଗୋଟିଏ ନିର୍ବାଚନୀ ରାଲିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (President Donald Trump) ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ (Melanian Trump) ଗୋଟିଏ ମଞ୍ଚରେ ଦେଖାଦେଇଛନ୍ତି। ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ରହିଛି। 

ଏହି ସମୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ଡେମେକ୍ରାଟିକ୍ ପାର୍ଟି (Democratic Party) ଏବଂ ରିପବ୍ଲିକାନ ପାର୍ଟି (Republican Party) ପକ୍ଷରୁ ଜୋରସୋରରେ ନିର୍ବାଚନୀ ପ୍ରଚାର ଜାରି ରହିଛି। ଫ୍ଲୋରିଡାର ଗୋଟିଏ ନିର୍ବାଚନୀ ସଭାରେ ମେଲାନିଆ, ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଭୋଟ୍ ମାଗିଥିଲେ। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ନିଜ ସ୍ୱାମୀଙ୍କ ପ୍ରଥମ କାର୍ଯ୍ୟକାଳକୁ ବେଶ ପ୍ରଶଂସା କରିଥିଲେ। 

ଆମେରିକା ଏକ ଆଶା ଏବଂ ସକାରାତ୍ମକ ଚିନ୍ତାଧାରାର ଦେଶ

ଆମେରିକାର ପ୍ରଥମ ମହିଳା କହିଛନ୍ତି ଆଗାମୀ ୪ ବର୍ଷ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ଦେଶର ବିକାଶ ଏବଂ ଅର୍ଥ ବ୍ୟବସ୍ଥା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି କି ରାଷ୍ଟ୍ରପତି ଟ୍ରମ୍ପ ଦେଶକୁ ପ୍ରଗତି ପଥରେ ଆଗେଇ ନେଇଛନ୍ତି। ଆମେରିକା ଏକ ଆଶା ଏବଂ ସକାରାତ୍ମକ ଚିନ୍ତାଧାରାର ଦେଶ, ଭୟର ନୁହେଁ। ଆମ ସୀମା ସୁରକ୍ଷିତ ଅଛି। ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ଆମେ ଶେଷ କରିବାକୁ ପ୍ରୟାସ କରୁଛୁ। ବିଶ୍ୱରେ ଆତଙ୍କବାଦୀଙ୍କ ବିରୋଧରେ ଆମେରିକା ମେଣ୍ଟ ଗଠନ କରିଛି। ବିଶେଷ କରି ଆମ ସହଯୋଗୀ ଦେଶ ବିରୋଧରେ ହେଉଥିବା ଆତଙ୍କବାଦ ବିରୋଧରେ ଆମେ ଛିଡା ହୋଇରହିଛୁ। 

fallback

କୋରୋନା ଭାଇରସ ଏକ ମୁକ ଶତ୍ରୁ

ମେଲାନିଆ କହିଛନ୍ତି କି କୋରୋନା ଭାଇରସ ଏକ ମୁକ ଶତ୍ରୁ।  ଏନେଇ ସେ କହିଛନ୍ତି ଦୁଃଖର ଏହି ସମୟରେ ମୋ ପରିବାର କୋଭିଡ୧୯ ଆକ୍ରାନ୍ତଙ୍କ ସହ ଛିଡା ହୋଇରହିଛି। ଆମ ଆତ୍ମବିଶ୍ୱାସ ଭାଇରସ ଠାରୁ ଅଧିକ ମଜଭୂତ। ମୋ ସ୍ୱାମୀ ଆଉ ମୁଁ ମହାମାରୀ ସହ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଲୋକଙ୍କୁ ଧନ୍ୟବାଦ ଜଣାଉଛୁ। ଏହା କାର୍ଯ୍ୟରେ ସାମିଲ ଥିବା ଆଗଧାଡିର କର୍ମୀ, ଶିକ୍ଷକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ମେଲାନିଆ ଧନ୍ୟବାଦ ଦେଇଛନ୍ତି। କିଛି ଦିନ ତଳେ ପେନସିଲଭାନିଆ (Pennsylvania) ଠାର ଏକ ନିର୍ବାଚନୀ ରାଲିରେ କୋରୋନା ଭାଇରସକୁ ନେଇ ଚିନ୍ତା ବ୍ୟକ୍ତ କରି କହିଥିଲେ ଏହି ମହାମାରୀରେ ଲୋକେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ମହାମାରୀ ଯୋଗୁ ମା'ର କୋଳ ଖାଲି ହୋଇଗଲା। ଅନେକ ଲୋକେ ଦୁଃଖରେ ମ୍ରିୟମ୍ରାଣ ହୋଇପଡ଼ିଲେ। 

ଟ୍ରମ୍ପ ପ୍ରଶାସନ ଭବିଷ୍ୟତ ଉପରେ କେନ୍ଦ୍ରୀତ

ମୋ ସ୍ୱାମୀଙ୍କ ପ୍ରଶାସନ ଭବିଷ୍ୟତ ଉପରେ କେନ୍ଦ୍ରୀତ। ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ସେ କହିଛନ୍ତି କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଯୋଦ୍ଧା। ସେ ଜଣେ ସୈନ୍ୟ।  ସେ ଦେଶକୁ ଭଲ ପାଆନ୍ତି। ପ୍ରତ୍ୟେକ ଦିନ ରାଷ୍ଟ୍ରପତି ଆପଣଙ୍କ ପାଇଁ ଲଢ଼ନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରତ୍ୟେକ ଦିନ ଦେଶର ନାଗରିକଙ୍କ ସହ ସିଧାସଳଖ ଆଲୋଚନା କରିଥାନ୍ତି। ମୁଁ ତାଙ୍କ ଦ୍ୱାରା କୁହାଯାଉଥିବା ପ୍ରତ୍ୟେକ କଥାରେ ସହମତି ପ୍ରକାଶ କରେ ନାହିଁ। ମେଲାନିଆ କହିଛନ୍ତି କି ଦେଶର ଇତିହାସରେ ଏମିତି ପ୍ରଥମ ଥର ହୋଇଛି, ଯେବେ ରାଷ୍ଟ୍ରପତି ଦେଶର ନାଗରିକଙ୍କ ସହ ସିଧାସଳଖ ଯୋଡି ହୋଇଛନ୍ତି।