ଭାରତ ଗସ୍ତ କରିବାକୁ ନେଇ ଉଭୟପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି।
Trending Photos
ନୂଆଦିଲ୍ଲୀ: ଭାରତ ଗସ୍ତକୁ ନେଇ ମୁହାଁମୁହିଁ ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟଜ୍। ଆସନ୍ତା ମାସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ ଭାରତ ଗସ୍ତରେ ଆସୁଛନ୍ତି। ହେଲେ ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟଜ୍ ଭାରତ ଭାରତ ଗସ୍ତ କରିବା ନେଇ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।
ଭାରତ ଗସ୍ତ କରିବାକୁ ନେଇ ଉଭୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ପୂର୍ବରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷକୁ କୁହାଯାଇଥିଲା ଭାରତ ସହ ୩୦ ବର୍ଷର କୂଟନୈତିକ ସମ୍ପର୍କ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ ସରକାରୀ ଭାବେ ଆସନ୍ତା ମାସରେ ଭାରତ ଗସ୍ତ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘୋଷଣା ପରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟଜ୍ ଅନ୍ୟ ପ୍ରତିରକ୍ଷା ଅଧିକାରୀଙ୍କ ସହ ମାର୍ଚ୍ଚ ୨୯ ତାରିଖ ମଙ୍ଗଳବାର ଭାରତ ଗସ୍ତ କରିବେ। ଏହି ସମୟରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଇସ୍ରାଏଲ ସମ୍ବାଦପତ୍ର ହାରେଜ୍ (Israeli Newspaper Haaretz) ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାରତ ଗସ୍ତକୁ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଶ୍ଚର୍ଯ୍ୟ ହୋଇଯାଇଛି।
Also Read: ଇସ୍ରାଏଲ ଭଳି ଅପରେସନ କରି ଚର୍ଚ୍ଚାରେ ଭାରତ; ୨୩ ବର୍ଷ ପରେ ସଫଳ ହେଲା ଟାର୍ଗେଟ
ପ୍ରଥମେ ଭାରତ ଗସ୍ତ କରି ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟଜ୍, ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ଠାରୁ ଉପରକୁ ଉଠିବାକୁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ଯଥା ଶୀଘ୍ର ଭାରତ ଗସ୍ତ କରିବା ନେଇ ଘୋଷଣା କରି ନିଜ ଗୋଡରେ ନିଜେ କୁରାଢୀ ମାରିଛନ୍ତି। ପ୍ରକୃତରେ ପ୍ରୋଟୋକଲ୍ ଅନୁଯାୟୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ଇସ୍ରାଏଲ୍ ଅଧିକାରୀଙ୍କୁ ଭେଟିବା ପୂର୍ବରୁ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ। ଏଭଳି ପରିସ୍ଥିତିରେ ବେନି ଗ୍ୟାଣ୍ଟଜ୍ ଚାହିଁଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଭାରତ ଗସ୍ତ ସମୟରେ ଭେଟି ପାରିବେ ନାହିଁ।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂତ୍ରରୁ ପ୍ରକାଶ ଯେ ତାଙ୍କର ଭାରତ ଗସ୍ତ ୫ ମାସ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା, ଏହା ପରେ ପ୍ରଧାନମନ୍ତ୍ରୀ ଜାଣିଶୁଣି ସେହି ସମୟରେ ଭାରତ ଗସ୍ତ କରିବାକୁ ସ୍ଥିର କରିଥିଲେ। ଏହି ଘୋଷଣା ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ପ୍ରକାଶ କରିଛି। ଉଲ୍ଲେଖନୀୟ ବିଷୟ ହେଉଛି ଉଭୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟଜ୍ ଭିନ୍ନ ଭିନ୍ନ ଦଳର ଏବଂ ସେମାନେ ମେଣ୍ଟ କରି ଏକ ସରକାର ଗଠନ କରିଛନ୍ତି। ହେଲେ ଉଭୟଙ୍କ ଆଦର୍ଶ ଅଲଗା ଏବଂ ଏହି କାରଣରୁ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥାଏ।