5G Launch: ଭାରତରେ ଲଞ୍ଚ ହେଲା 5G, ୧୩ଟି ସହରରେ ମିଳିବ ସେବା
Advertisement

5G Launch: ଭାରତରେ ଲଞ୍ଚ ହେଲା 5G, ୧୩ଟି ସହରରେ ମିଳିବ ସେବା

5g services launched in india : ଏହି ଉଦଘାଟନ ଉତ୍ସବରେ ମୋଦିଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ସହରକୁ ସ୍ଥାନ ଦିଆଯାଇଛି। ଏହି ୧୩ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ,  ଜାମନଗର, ଲକ୍ଷ୍ନୌ, ପୁଣେ । ଏହି ୧୩ ସହରରେ ପ୍ରଥମେ ଆରମ୍ଭ ହେବ 5G ସେବା ।

5G Launch: ଭାରତରେ ଲଞ୍ଚ ହେଲା 5G, ୧୩ଟି ସହରରେ ମିଳିବ ସେବା

PM Modi Launched 5g services in India : ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ମୋବାଇଲ କଂଗ୍ରେସର ଷଷ୍ଠତମ ସଂସ୍କରଣ ଉଦଘାଟନ କରିଛନ୍ତି। ଏହି କ୍ରମରେ ଦେଶରେ ଆଜିଠାରୁ ୫ଜି ସେବାର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆଜି ପ୍ରଗତି ମୈଦାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସେବାର ଉଦଘାଟନ କରିଛନ୍ତି। ସେପଟେ ଏହି କାର୍ଯ୍ୟକ୍ରମ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ନେଇ ଜଣାପଡ଼ିଛି।

IMC 2022 ଏହାର ଅଫିସିଆଲ୍ ଆପରୁ ଲାଇଭ୍ ମଧ୍ୟ ଦେଖାଯାଇପାରିବ। ଏହି ପ୍ରୋଗ୍ରାମରେ, 5G ନେଟୱାର୍କର ବ୍ୟବହାର ବିଷୟରେ ସୂଚନା ମଧ୍ୟ ମିଳିବ। ଏଠାରେ କହି ରଖୁ ଯେ IMC ପ୍ରଥମେ ୨୦୧୭ରେ ଆରମ୍ଭ ହୋଇଥିଲା। ଗତ ଦୁଇ ବର୍ଷ ଧରି, IMC ଭର୍ଚୁଆଲ୍ ସଂଗଠିତ ହେଉଥିଲା। ତେବେ ଏହି 4G ତୁଳନାରେ 5G ଦଶ ଗୁଣା ଅଧିକ ସ୍ପିଡ଼ରେ ଚାଲିବ ବୋଲି ଜଣାପଡ଼ିଛି। 

 

ଏହି ଉଦଘାଟନ ଉତ୍ସବରେ ମୋଦିଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ସହରକୁ ସ୍ଥାନ ଦିଆଯାଇଛି। ଏହି ୧୩ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ,  ଜାମନଗର, ଲକ୍ଷ୍ନୌ, ପୁଣେ । ଏହି ୧୩ ସହରରେ ପ୍ରଥମେ ଆରମ୍ଭ ହେବ 5G ସେବା ।

5G ସେବାରେ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା ପାଇପାରିବେ। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G । 2G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ଲାଗୁଥିଲା, ଏବେ 5Gରେ ସେହି ଫାଇଲ ଡାଉନ୍‌ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ। ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ 5G ସେବା ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିଲାଗି ୩୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। 

ଅଧିକ ପଢନ୍ତୁ: ଚମତ୍କାରୀ ପୁରୁଷ ନବୀନ! ମୁଖ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ କଟାକ୍ଷ, କହିଲେ ଏମିତି

ଅଧିକ ପଢନ୍ତୁ: LPG price reduced: ଶସ୍ତା ହେଲା LPG cylinder ମୂଲ୍ୟ, ଜାଣନ୍ତୁ କେତେ କମିଲା ରେଟ୍

ଅଧିକ ପଢନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି