ସ୍ଥଳ ପରେ ମହାକାଶରେ ସମସ୍ୟା: ଭାରତୀୟ ଏବଂ ଆମେରିକାର ଉପଗ୍ରହ ପ୍ରତି ବିପଦ ଚୀନ୍ ନିର୍ମିତ ଲେଜର ଅସ୍ତ୍ର
Advertisement
Article Detail0/zeeodisha/odisha711455

ସ୍ଥଳ ପରେ ମହାକାଶରେ ସମସ୍ୟା: ଭାରତୀୟ ଏବଂ ଆମେରିକାର ଉପଗ୍ରହ ପ୍ରତି ବିପଦ ଚୀନ୍ ନିର୍ମିତ ଲେଜର ଅସ୍ତ୍ର

ଭାରତୀୟ ଏବଂ ଆମେରିକାର ଉପଗ୍ରହ ପ୍ରତି ଚୀନ୍ ନିର୍ମିତ ଲେଜର ଅସ୍ତ୍ରରୁ ବିପଦ ରହିଛି ବୋଲି ଜଣାପଡିଛି। 

ସ୍ଥଳ ପରେ ମହାକାଶରେ ସମସ୍ୟା: ଭାରତୀୟ ଏବଂ ଆମେରିକାର ଉପଗ୍ରହ ପ୍ରତି ବିପଦ ଚୀନ୍ ନିର୍ମିତ ଲେଜର ଅସ୍ତ୍ର

ନୂଆଦିଲ୍ଲୀ: ଚୀନ୍‌ର ମହାକାଶ କାର୍ଯ୍ୟକ୍ରମ ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଲେଜର ମାଧ୍ୟମରେ ଶତ୍ରୁ ଦେଶର ଉପଗ୍ରହକୁ ଧ୍ୱଂସ କରିବାର ଚୀନ୍ ସମ୍ପୂର୍ଣ୍ଣ କ୍ଷମତା ହାସଲ କରିଛି । ଯାହା ଦ୍ୱାରା ପୃଥିବୀର ନିମ୍ନ କକ୍ଷରେ ଅବସ୍ଥିତ  ଆମେରିକା ଏବଂ ଭାରତୀୟ ଉପଗ୍ରହ ଲାଗି ବିପଦ ଭାବେ ଉଭା ହୋଇଛି । ମନୁଷ୍ୟ ନିର୍ମିତ ସାଟେଲାଇଟକୁ ଠାବ କରିବା କରିବା ସହ ଏହାର ସେନସରଙ୍କୁ କ୍ଷତି ପହଞ୍ଚାଇବା ଲାଗି ଚୀନ ଦ୍ୱାରା  ପ୍ରସ୍ତୁତ ୫ଟି ଲେଜର ବେସର ଉପସ୍ଥିତି ବାବଦରେ ଖବର ମିଳିଛି । ଯାହା ମଧ୍ୟରେ ଗୋଟିଏ ଜିନଜିଆଙ୍ଗ ପ୍ରଦେଶରେ ଅବସ୍ଥିତ ରହିଛି ।  

ଏଠାରେ ଅବସ୍ଥିତ ୪ଟି କୋଠା ମଧ୍ୟରୁ ଗୋଟିଏରେ ସାଟେଲାଇଟ୍ ଚିହ୍ନଟ ବ୍ୟବସ୍ଥା ଥିବାବେଳେ ଅବଶିଷ୍ଟ ୩ଟି ଅଟ୍ଟାଳିକା ଶତ୍ରୁ ଦେଶର ଉପଗ୍ରହ ସେନ୍ସରକୁ କ୍ଷତି ପହଞ୍ଚାଇବା ପାଇଁ ଲେଜର ଅସ୍ତ୍ରଶସ୍ତ୍ର ନିୟୋଜିତ କରାଯାଇଛି। ଏହା ସହିତ ଚୀନ୍ ଅନେକ ସ୍ଥାନରେ ସାଟେଲାଇଟ୍ ଲେଜର ରାଗିଂ ଷ୍ଟେସନ୍ ମଧ୍ୟ ନିର୍ମାଣ କରିଛି, ଯାହା ମାଧ୍ୟମରେ ଉପଗ୍ରହର ଅବସ୍ଥିତି ଏବଂ ଏହାର କାର୍ଯ୍ୟକ୍ରମ ଉପର ନଜର ରଖାଯାଉଛି । 

ଦୁନିଆର ଖୁବ୍ କମ୍ ଦେଶରେ ଏଭଳି ଲେଜର ରାଗିଂ ଷ୍ଟେସନ୍ ଅଛି । ଚୀନରେ ୫ଟି  ଫିକ୍ସଡ ଷ୍ଟେସନ ରହିଛି ଯାହା ହେଉଛି ସାଂଘାଇ, ଚାଙ୍ଗଚୁନ୍, ବେଜିଂ, ୱୁହାନ୍ ଏବଂ କୁମିଙ୍ଗ।  ଅବଶିଷ୍ଟ ଦୁଇଟି ହେଉଛି ମୋବାଇଲ୍ ରାଗିଂ ଷ୍ଟେସନ୍ ଯାହା ଆବଶ୍ୟକତା ଅନୁଯାୟୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଇପାରିବ । 

ସ୍ପେସ୍ ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ, “ୟୁଏସ ସାଟେଲାଇଟ ଇନକ୍ରିଜିଂଲି ଭଲନଗରେବୁଲ ଟୁ ଚାଇନା ଗ୍ରାଉଣ୍ଡ ବେସଡ ଲେଜର” ଶୀର୍ଷକ ପ୍ରସଙ୍ଗରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। 

ଚୀନ୍ ଲେଜର ଅସ୍ତ୍ର ମାଧ୍ୟମରେ ଭାରତ ସମେତ ଆମେରିକାର 'ଲୋ ଆର୍ବିଟ୍ ଆର୍ଥ' ଠାରେ ଅବସ୍ଥିତ ଉପଗ୍ରହର ସେନ୍ସରକୁ କ୍ଷତି ପହଞ୍ଚାଇପାରେ । ଗତବର୍ଷ ଆମେରିକୀୟ ସୌନ୍ୟବାହିନୀର ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ପ୍ରକାଶିତ ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ସ୍ପେସ୍ ଥ୍ରେଟ୍ ସମ୍ପର୍କିତ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ଚୀନ୍ ସୈନ୍ୟବାହିନୀ ଚଳିତ ବର୍ଷ 'ଲୋ ଆର୍ବିଟ୍ ଆର୍ଥ'ରେ ଥିବା ଉପଗ୍ରହକୁ ନଷ୍ଟ କିମ୍ବା କ୍ଷତି ପହଞ୍ଚାଇବାରେ ସକ୍ଷମ ଲେଜର ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିପାରନ୍ତି। 

ପେଣ୍ଟାଗନ୍ ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି, ଚୀନ ମହାକାଶରେ ହେବାକୁ ଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଚାଇନା ଆଣ୍ଟି ସାଟେଲାଇଟ୍ (ASAT) କ୍ଷେପଣାସ୍ତ୍ର, ଇଲେକ୍ଟ୍ରୋନିକ୍ ଜାମର, ସାଇବର ଆକ୍ରମଣ ଏବଂ ଛୋଟ ଉପଗ୍ରହ ସମେତ ଅନେକ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ନିୟୋଜିତ ଅଛି। ଯାହାକୁ ଯୁଦ୍ଧ ସମୟରେ ବ୍ୟବହାର କରାଯାଇ ପାରିବ। ଏହି ରିପୋର୍ଟରେ ପ୍ରଥମ ଥର ପାଇଁ ଆମେରିକାର ଗୁପ୍ତଚର ସଂସ୍ଥା ଚୀନ୍‌ର ଆଣ୍ଟି ସାଟେଲାଇଟ୍ (ASAT) ଲେଜର ଯୋଜନା ବିଷୟରେ ପ୍ରକାଶ କରିଛି।