ନପୁର ଶର୍ମାଙ୍କୁ ପଚରାଉଚରା ପାଇଁ ପୁନର୍ବାର ନୋଟିସ ପଠାଇବ ଦିଲ୍ଲୀ ପୋଲିସ
Advertisement
Article Detail0/zeeodisha/odisha1240446

ନପୁର ଶର୍ମାଙ୍କୁ ପଚରାଉଚରା ପାଇଁ ପୁନର୍ବାର ନୋଟିସ ପଠାଇବ ଦିଲ୍ଲୀ ପୋଲିସ

Prophet remark: ନୁପୁର ଶର୍ମାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ଦିଲ୍ଲୀ ପୋଲିସ ୪୧A ଅଧୀନରେ ତଦନ୍ତରେ ଯୋଗଦେବା ପାଇଁ ନୁପୁର ଶର୍ମାଙ୍କୁ ଏକ ନୋଟିସ୍ ପଠାଇଥିଲା । ଏହା ପରେ ପୋଲିସ ୧୮ ଜୁନ୍ ୨୦୨୨ ରେ ନୁପୁର ଶର୍ମାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ।

ସାଙ୍କେତିକ ଫଟୋ

Nupur Sharma Case: ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବାରେ ନିଲମ୍ବିତ ଭାରତୀୟ ଜନତା ପାର୍ଟି (BJP) ନେତା ନୁପୁର ଶର୍ମାଙ୍କ (Nupur Sharma) ଅସୁବିଧା ବଢ଼ିବାରେ ଲାଗିଥିବା ଜଣାପଡିଛି । ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ (Delhi Police) ଖୁବ୍ ଶୀଘ୍ର ନୁପୁରକୁ ଆଉ ଏକ ନୋଟିସ୍ ପଠାଇବାକୁ ଯାଉଛି ।

ନୁପୁର ଶର୍ମାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ଦିଲ୍ଲୀ ପୋଲିସ ୪୧A ଅଧୀନରେ ତଦନ୍ତରେ ଯୋଗଦେବା ପାଇଁ ନୁପୁର ଶର୍ମାଙ୍କୁ ଏକ ନୋଟିସ୍ ପଠାଇଥିଲା । ଏହା ପରେ ପୋଲିସ ୧୮ ଜୁନ୍ ୨୦୨୨ ରେ ନୁପୁର ଶର୍ମାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ।

ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନୁପୁର ଶର୍ମାଙ୍କୁ ନିନ୍ଦା କରିଛନ୍ତି ଓ ଏଥିପାଇଁ ସେ ଦେଶକୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ଏକ ବେଞ୍ଚ ମଧ୍ୟ ଏହି ଦୃଢ଼ ମନ୍ତବ୍ୟ ଦେଇ ନୁପୁର ଶର୍ମାଙ୍କ ବିରୋଧରେ ବିରୋଧରେ ପଞ୍ଜୀକୃତ ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିବେଦନକୁ ଖାରଜ କରିଦେଇଛି ।

ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଏହି ବେଞ୍ଚ କହିଛନ୍ତି ଯେ, ଏକ ଟିଭି କାର୍ଯ୍ୟକ୍ରମରେ ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଯୋଗୁଁ ଅନେକ ରାଜ୍ୟରେ ଘଟିଥିବା ଦଙ୍ଗା ଓ ହିଂସାତ୍ମକ ଘଟଣା ପାଇଁ ନୁପୁର ଶର୍ମା ଦେଶକୁ କ୍ଷମା ମାଗିବା ଉଚିତ୍ ।

ବେଞ୍ଚ କଡ଼ା ମନ୍ତବ୍ୟ ଦେଇଥିବାବେଳେ କହିଛନ୍ତି ଯେ ଆମେ ବିତର୍କ ଦେଖିଛୁ । କେଉଁ ଢଙ୍ଗରେ ବିତର୍କ ସମୟରେ ଦେଶକୁ ଉତ୍ତେଜିତ କରାଯାଇଥିଲା । କେବଳ ସେହି ମହିଳା ଏଥିପାଇଁ ଦାୟୀ । ଜଣେ ଓକିଲ ହେବା ପରେ ମଧ୍ୟ ଆହୁରି ଅଧିକ ଲଜ୍ଜାଜନକ । ସେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ୍ । 

ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୁପୂରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କ୍ଷଭୋ ପ୍ରକାଶ କରିବା ସହ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ଯାହା ସବୁ ଘଟି ଯାଉଛି ସେଥିପାଇଁ କେବଳ ନୁପୂର ଶର୍ମା ଦାୟୀ। ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ନୁପୂରଙ୍କ ଆଇନଜୀବୀ ମନିନ୍ଦର ସିଂହ କହିଥିଲେ ଯେ, ପୂର୍ବରୁ ସେ ଏ ସମନ୍ଧରେ ଲିଖିତ ଭାବେ କ୍ଷମା ମାଗିଛନ୍ତି। ତେବେ ସେ ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କୋର୍ଟ କହିବା ସହ ବର୍ତ୍ତମାନ ତାହା ବିଳମ୍ବ ହୋଇଗଲାଣି, ପୂର୍ବରୁ ନୁପୂର ସର୍ତ୍ତମୂଳକ ଭାବେ କ୍ଷମା ମାଗିଥିବା କୋର୍ଟ କହିଛନ୍ତି । 

ଏହା ବି ପଢ଼ନ୍ତୁ: ଦେବେନ୍ଦ୍ର ଫଡନାଭିସଙ୍କୁ ବନ୍ଧୁ ରାଜ ଠାକରେ ଲେଖିଲେ ଚିଠି; କହିଲେ ଆପଣ ...

ଏହା ବି ପଢ଼ନ୍ତୁ: ମୁର୍ମୁଙ୍କୁ ସମର୍ଥନ କରିବ ଅକାଳି ଦଳ; ଏପର୍ଯ୍ୟନ୍ତ ଏହି ଅଣ-ଏନଡିଏ ଦଳ କରିସାରିଛନ୍ତି ଘୋଷଣା