ରାଜ୍ୟରେ କୋରନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ତେଣୁ ଦ୍ଵନ୍ଦରେ ଏବେ ପଂଚାୟତ ଓ ପୌର ନିର୍ବାଚନ ଅଛି। ବର୍ତ୍ତମାନ ସ୍ଥିତିର ମୁକାବିଲା କରି କିଭଳି ନିର୍ବାଚନ କରିହେବ, ସେନେଇ ଶନିବାର ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ସାମିଲ ହୋଇଥିଲେ।
Trending Photos
ଭୁବନେଶ୍ୱର: କୋରୋନା ଭୟବହତା ଭିତରେ କେମିତି ହେବ ପଞ୍ଚାୟତ ନିର୍ବାଚନ? ନିଷ୍ପତ୍ତି ଆଗରୁ ଆଲୋଚନାରେ ହେଲା ମାନସମନ୍ଥନ। ସଂକ୍ରମଣ ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଶନିବାର ନିର୍ବାଚନ କମିଶନକୁ ରାଜ୍ୟ ସରକାର ଅବଗତ କଲେ। ଏବେ ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ। ତେବେ ନିର୍ଦ୍ଧାରିତ ସମୟରେ ହିଁ ନିର୍ବାଚନ ହେବ ବୋଲି କମିଶନ ସ୍ପଷ୍ଟ କରିଛି।
ରାଜ୍ୟରେ କୋରନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ତେଣୁ ଦ୍ଵନ୍ଦରେ ଏବେ ପଂଚାୟତ ଓ ପୌର ନିର୍ବାଚନ ଅଛି। ବର୍ତ୍ତମାନ ସ୍ଥିତିର ମୁକାବିଲା କରି କିଭଳି ନିର୍ବାଚନ କରିହେବ, ସେନେଇ ଶନିବାର ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ସାମିଲ ହୋଇଥିଲେ। ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ସ୍ଥିତି ଓ ମୁକାବିଲା ପଦକ୍ଷେପ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ବୈଠକରେ ଅବଗତ କରାଇଥିଲେ। ଯାହାକୁ ଆଧାର କରି ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
Also Read: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ପ୍ରୋତ୍ସାହନ ରାଶିରେ ବୃଦ୍ଧି, ମିଳିବ Paid Medical Leave
କୋଭିଡ ଭୟବହତା ଭିତରେ କିପରି ହେବ ପଞ୍ଚାୟତ ନିର୍ବାଚନ? ସଂକ୍ରମଣର ସୁନାମି ଭିତରେ କେମିତି ସମ୍ଭବ ହେବ ମତଦାନ? ଏହାକୁ ନେଇ ମାନସମନ୍ଥନ ହୋଇଛି। ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଜୋରଦାର ଚର୍ଚ୍ଚା କରାଯାଇଛି। ରାଜ୍ୟରେ ସଂକ୍ରମଣ ସ୍ଥିତି, ଟିକାକରଣ ଓ କୋଭିଡ ମୁକାବିଲା ପାଇଁ କି କି ପଦକ୍ଷେପ ସବୁ ନିଆଯାଇଛି, ସେନେଇ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ଅବଗତ କରିଛନ୍ତି। ହେଲ୍ଥ ୱାର୍କର, ଫ୍ରଣ୍ଟ ଲାଇନ୍ ୱାର୍କରଙ୍କ ଟେଷ୍ଟିଂ, ବୁଷ୍ଟର୍ ଡୋଜ ଆଦି ଉପରେ ମଧ୍ୟ ଆଲୋଚନା ହୋଇଛି। ଆଗକୁ ମହାମାରୀର ସମ୍ଭାବ୍ୟ ସ୍ଥିତି ନେଇ ନିର୍ବାଚନ କମିଶନକୁ ଅବଗତ କରାଯିବ।
ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେଜେଣ୍ଟେସନ ଦିଆଯାଇଛି। ନିର୍ବାଚନ ସମୟରେ ସୁରକ୍ଷା କର୍ମୀ, ରାଜନୈତିକ ଦଳ, ନିର୍ବାଚନ କରାଉଥିବା ଅଧିକାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଆଲୋଚନା ହୋଇଛି। ତେବେ ସରକାରଙ୍କ ଇନପୁଟକୁ ଆଧାର କରି ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଆବଶ୍ୟକ ପଡିଲେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ପାରେ ବୋଲି ନିର୍ବାଚନ କମିଶନ କହିଛି।
Also Read: Zee Odisha Covid-19 Update: ଜାଣନ୍ତୁ, ରାଜ୍ୟରେ କେମିତି ଅଛି ସଂକ୍ରମଣର ସ୍ଥିତି?
ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୧୧ରେ ରାଜ୍ୟର ପଞ୍ଚାୟତ ସମିତି ସ୍ତରୀୟ ନିର୍ବାଚିତ ପ୍ରତିନିଧି ଓ ୧୨ ତାରିଖରେ ଜିଲ୍ଲା ପରିଷଦ ସଭ୍ୟଙ୍କ କାର୍ଯ୍ୟକାଳ ସରୁଛି। ତେଣୁ ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ଚିନ୍ତା କରୁଛି। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ସରିଛି। ନିର୍ବାଚନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଜିଲ୍ଲା ଗୁଡିକୁ ପଠା ଯାଇଛି। ଜାନୁଆରୀ ୧୦ ରେ ସର୍ବଦଳୀୟ ବୈଠକ ହେବ। ଏହାର ଦିନକ ପରେ ଅର୍ଥାତ ୧୨ ତାରିଖରେ ଜିଲ୍ଲାପାଳ ଓ ଏସପି ସହ ଆଲୋଚନା ହେବ। ତେଣୁ ଜାନୁଆରୀ ୧୩ କିମ୍ବା ତାପରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।
ସାରା ଦେଶରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି। ଏହା ସତ୍ତ୍ୱେ ଦେଶର ୫ଟି ରାଜ୍ୟରେ ନିର୍ବାଚନ ନେଇ ତାରିଖ ଘୋଷଣା ସରିଛି। ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ଯାଏଁ ୟୁପିରେ ୭ଟି ଫେଜରେ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ଫେଜରେ ଫେବୃଆରୀ ୧୪ରେ ଭୋଟିଂ ହେବ। ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ରେଜଲ୍ଟ ଆସିବ।