ପ୍ରଥମ କୋରୋନା ଟୀକା ପ୍ରସ୍ତୁତ କଲା ଋଷ, ଘୋଷଣା କଲେ ପୁଟିନ
Advertisement

ପ୍ରଥମ କୋରୋନା ଟୀକା ପ୍ରସ୍ତୁତ କଲା ଋଷ, ଘୋଷଣା କଲେ ପୁଟିନ

ପୁଟିନ କହିଛନ୍ତି ଯେ, ତାଙ୍କ ଝିଅ କୋରୋନା ଭାଇରସ ଆକ୍ରାନ୍ତ ଅଛନ୍ତି, ଯାହା ପରେ ତାଙ୍କୁ ଏହି ନୂତନ ଟୀକା ଦିଆଯାଇଥିଲା । ତାଙ୍କର ତାପମାତ୍ରା କିଛି ସମୟ ପାଇଁ ବଢ଼ି ଥିଲା କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ।

ପ୍ରଥମ କୋରୋନା ଟୀକା ପ୍ରସ୍ତୁତ କଲା ଋଷ, ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି(Russia President) ଭ୍ଲାଦିମିର ପୁଟିନ(Vladimir Putin) ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ତାଙ୍କ ଦେଶ କୋରୋନା ଭାଇରସ ପାଇଁ ପ୍ରଥମ ଟୀକା(COVID-19 Vaccine) ପ୍ରସ୍ତୁତ କରିସାରିଛି । ପୁଟିନ୍ ଦାବି କରିଛନ୍ତି ଯେ, ଏହା ହେଉଛି ବିଶ୍ୱର ପ୍ରଥମ ସଫଳ କୋରୋନା ଟୀକା, ଯାହା ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଛି । କେବଳ ଏତିକି ନୁହେଁ, ଭ୍ଲାଦିମିର ପୁଟିନ କହିଛନ୍ତି ଯେ ତାଙ୍କ ଝିଅ ମଧ୍ୟ ଏହି ଟୀକା ନେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି AFPର ସୂଚନା ଅନୁଯାୟୀ, ଏହି ଟୀକା ମସ୍କୋର ଗାମେଲିଆ ପ୍ରତିଷ୍ଠାନ(Gamalya Institute) ଦ୍ୱାରା ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟୀକାକୁ ସଫଳ ବୋଲି କହିଛି । ଏହା ସହ ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ଋଷରେ ଏହି ଟୀକା ଉତ୍ପାଦନ ଆରମ୍ଭ ହେବ । ଆଉ ବହୁ ସଂଖ୍ୟକ ଟୀକା ପ୍ରସ୍ତୁତ କରାଯିବ ।

ପୁଟିନ କହିଛନ୍ତି ଯେ, ତାଙ୍କ ଝିଅ କୋରୋନା ଭାଇରସ ଆକ୍ରାନ୍ତ ଅଛନ୍ତି, ଯାହା ପରେ ତାଙ୍କୁ ଏହି ନୂତନ ଟୀକା ଦିଆଯାଇଥିଲା । ତାଙ୍କର ତାପମାତ୍ରା କିଛି ସମୟ ପାଇଁ ବଢ଼ି ଥିଲା କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଟୀକା !

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ବିଶ୍ୱରେ କୋରୋନା ଟୀକା ପ୍ରସ୍ତୁତି ବହୁ ଟ୍ରାୟଲ ଚାଲିଛି । WHO ଅନୁଯାୟୀ ୧୦୦ରୁ ଅଧିକ ଟୀକା ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଯେଉଁଥିରେ ଆମେରିକା, ବ୍ରିଟେନ, ଇସ୍ରାଏଲ୍, ଚୀନ୍, ଋଷ, ଭାରତ ଭଳି ଦେଶ ଅନ୍ତର୍ଭୁକ୍ତ ଅଛନ୍ତି । ଭାରତରେ କୋରୋନା ଭୂତାଣୁ ଟୀକା ବର୍ତ୍ତମାନ ମାନବ ପରୀକ୍ଷା ପର୍ଯ୍ୟାୟରେ ଅଛି । ଏହି ଟୀକା ତିଆରି କରିବାର ଦ୍ୱିତୀୟ ପର୍ଯ୍ୟାୟ ।

ବର୍ତ୍ତମାନ ଯଦି ଋଷ ଦ୍ୱାରା କରାଯାଇଥିବା ଘୋଷଣା ସଠିକ୍ ପ୍ରମାଣିତ ହୁଏ । ଆଉ ଏହି ଟୀକା WHO ଦ୍ୱାରା ଅନୁମୋଦିତ ହୁଏ, ତେବେ ଏହା ବିଶ୍ୱବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ।