ରାହୁଲ ଗାନ୍ଧୀଙ୍କୁ ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀଙ୍କ ଉପରେ ବିଶ୍ୱାସ କରିବା ଦରକାର: ଗିରିରାଜ ସିଂହ
Advertisement
Article Detail0/zeeodisha/odisha698947

ରାହୁଲ ଗାନ୍ଧୀଙ୍କୁ ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀଙ୍କ ଉପରେ ବିଶ୍ୱାସ କରିବା ଦରକାର: ଗିରିରାଜ ସିଂହ

ରାହୁଲ ଗାନ୍ଧୀଙ୍କୁ ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀଙ୍କ ଉପରେ ବିଶ୍ୱାସ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ |

ରାହୁଲ ଗାନ୍ଧୀଙ୍କୁ ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀଙ୍କ ଉପରେ ବିଶ୍ୱାସ କରିବା ଦରକାର: ଗିରିରାଜ ସିଂହ

ପାଟନା: ନିଜର ବୟାନ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ବିହାର ବେଗୁସରାୟ ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଏବେ ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତି | ଲଦାଖ ସଂଘର୍ଷ  ମାମଲାରେ ରାହୁଲ ଗାନ୍ଧୀ ଉଠାଇଥିବା ପ୍ରଶ୍ନର ମୁହଁତୋଡ ଜବାବ ଦେଇଛନ୍ତି |   
 
ସେ ଶନିବାର ଟ୍ୱିଟ କରି କହିଛନ୍ତି, " ରାହୁଲ ଗାନ୍ଧୀ ବର୍ତ୍ତମାନର ସମୟରେ ଭାରତୀୟ ସେନା ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସ କରିବା ଉଚିତ | ଯଦି ଏହା ତାଙ୍କ ପାଇଁ ସମ୍ଭବ ନୁହେଁ, ତାହେଲେ ଡୋକଲାମ ବିବାଦ ସମୟରେ ଯେପରି ଭାବେ ଚୀନ ରାଷ୍ଟ୍ରଦୂତଙ୍କ ପାଖକୁ ଚାଲି ଯାଇଥିଲେ, ବର୍ତ୍ତମାନ ମଧ୍ୟ ସେପରି କରିପାରନ୍ତି | ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀଙ୍କୁ ରାହୁଲ ଗାନ୍ଧୀ ବିଶ୍ୱାସ କରିବା ଦରକାର | "

 ଲଦାଖ ଘଟଣାରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଏନେଇ ସେ କହିଛନ୍ତି, "ଚୀନ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଅଞ୍ଚଳକୁ ସମର୍ପଣ କରିଛନ୍ତି | ଯଦି ଏହି ଚୀନର ଥିଲା ତାହେଲେ କାହିଁକି ଆମର ସୈନିକଙ୍କୁ ହତ୍ୟା କରାଗଲା? ସେମାନେ କେଉଁଠାରେ ପ୍ରାଣ ବଳି ଦେଲେ? "

ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ପରେ ତାଙ୍କୁ ବିହାର ଉଜିୟାରପୁର ଲୋକସଭା ସାଂସଦ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି | ଏନେଇ ମନ୍ତ୍ରୀ କହିଛନ୍ତି, "ରାହୁଲ ଗାନ୍ଧୀ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହିବା ଦରକାର | ଅନ୍ତତଃ ପକ୍ଷେ ସେନାର ସାହସୀ ସୈନିନିକଙ୍କ ସାହସୀ ପିତାଙ୍କ କଥା ଶୁଣିବା ଦରକାର | ବର୍ତ୍ତମାନ ସମୟରେ ରାଜନୀତି କରିବା ଠିକ ନୁହେଁ | ଜାତୀୟ ବିପତ୍ତି ସମୟରେ ଏକତା ଦେଖାଇବା ଆବଶ୍ୟକ | "