Bullet Train Update: ବୁଲେଟ ଟ୍ରେନକୁ ନେଇ ବଡ଼ ଅପଡେଟ ଦେଲେ ରେଳମନ୍ତ୍ରୀ
Advertisement
Article Detail0/zeeodisha/odisha1384419

Bullet Train Update: ବୁଲେଟ ଟ୍ରେନକୁ ନେଇ ବଡ଼ ଅପଡେଟ ଦେଲେ ରେଳମନ୍ତ୍ରୀ

  ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ବୁଲେଟ ଟ୍ରେନ (Bullet Train) ଗଡ଼ିବ। ଏଥିପାଇଁ ଜୋରଦାର କାମ ଆଗେଇ ଚାଲିଛି। ତେବେ ନିକଟରେ ଗୁଜୁରାଟ (Gujurat) ଗସ୍ତ ସମୟରେ କାର୍ଯ୍ୟ ତଦାରଖ କରିଥିଲେ ରେଳମନ୍ତ୍ରୀ (Railway Minister) ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)। ଏନେଇ ରେଳମନ୍ତ୍ରୀ (Railway Minister) ଶ୍ରୀ ବୈଷ୍ଣବ ଏକ ବଡ଼

Bullet Train Update: ବୁଲେଟ ଟ୍ରେନକୁ ନେଇ ବଡ଼ ଅପଡେଟ ଦେଲେ ରେଳମନ୍ତ୍ରୀ

Bullet Train Update:  ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ବୁଲେଟ ଟ୍ରେନ (Bullet Train) ଗଡ଼ିବ। ଏଥିପାଇଁ ଜୋରଦାର କାମ ଆଗେଇ ଚାଲିଛି। ତେବେ ନିକଟରେ ଗୁଜୁରାଟ (Gujurat) ଗସ୍ତ ସମୟରେ କାର୍ଯ୍ୟ ତଦାରଖ କରିଥିଲେ ରେଳମନ୍ତ୍ରୀ (Railway Minister) ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)। ଏନେଇ ରେଳମନ୍ତ୍ରୀ (Railway Minister) ଶ୍ରୀ ବୈଷ୍ଣବ ଏକ ବଡ଼ ଅପଡେଟ ଦେଇଛନ୍ତି। ଏହି ଗସ୍ତ ସମୟରେ ରେଳ ମନ୍ତ୍ରୀ କହିଥିଲେକି ଦେଶ ଖୁବ ଶୀଘ୍ର ପ୍ରଥମ ବୁଲେଟ ଟ୍ରେନ  (Bullet Train) ଦେଖିବ। ଏଥିପାଇଁ କାର୍ଯ୍ୟ ଜୋରଦାର ଗତିରେ ଆଗେଇ ଚାଲିଛି। ୨୦୨୬ ସୁଦ୍ଧା ବୁଲେଟ ଟ୍ରେନ ଟ୍ରାକରେ ଗଡ଼ୁଥିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କି ଦେଶରେ ୧୯୯ଟି ଷ୍ଟେସନର ପରିବର୍ତ୍ତନ କରାଯାଉଛି। ବିଶ୍ୱସ୍ତରୀୟ ରୂପରେଖ ଦେବାକୁ ପ୍ରୟାସ ଜାରି ରହିଛି। ଏଥିପାଇଁ ସ୍ୱତନ୍ତ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ ଜାରି ରହିଛି। ଏହି କ୍ରମରେ ଅହମ୍ମଦାବାଦ ଷ୍ଟେସନର ମଧ୍ୟ ପରିବର୍ତ୍ତନ କରାଯିବ। 

ସେହିପରି ଗତକାଲି ବନ୍ଦେଭାରତ ଏକ୍ସପ୍ରେସର ଦୁର୍ଘଟଣାକୁ ନେଇ ମଧ୍ୟ ଅଶ୍ୱିନ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ଦେଶର ସମସ୍ତ ରେଳ ଟ୍ରାକ୍ ଏବେ ମଧ୍ୟ ଭୂମି ଉପରେ ରହିଛି। ତେଣୁ ଗାଈଗୋରୁ ଜନ୍ତୁ ଟ୍ରାକ ଉପରକୁ ଆସିବା ଫଳରେ ସମସ୍ୟା ସୃଷ୍ଟି ହେଉଛି। ତେବେ ଏହି ସମସ୍ୟାର ମୁକାବିଲା ପାଇଁ ଟ୍ରେନ୍ ଟ୍ରାକ ଗୁଡିକର ଡିଜାଇନ୍ କରାଯାଉଛି। ଗତକାଲିର ଦୁର୍ଘଟଣା ପରେ ମଧ୍ୟ ବନ୍ଦେ ଭାରତ ଟ୍ରେନର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା। ମରାମତି ପରେ ବନ୍ଦେ ଭାରତ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। 

ମୁମ୍ବାଇରୁ ଗାନ୍ଧିନଗର ଅଭିମୁଖେ ଯାଉଥିବା ଦେଶର ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ଦିନ ଅହମ୍ମଦାବାଦ ପୂର୍ବରୁ ବାଟୱା ଏବଂ ମଣିନାଗର ମଧ୍ୟରେ ଏକ ମଇଁଷି ଟ୍ରେନ୍ ସହ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ଟ୍ରେନର ଅଗ୍ର ଭାଗ ଭାଙ୍ଗି ଯାଇଛି। ବର୍ତ୍ତମାନ ଏହି ଟ୍ରେନ୍ ସଂପୂର୍ଣ୍ଣ ମରାମତି ହୋଇଥିବା ବେଳେ ଟ୍ରାକକୁ ଫେରିଛି ବନ୍ଦେ ଭାରତ ଏକ୍ସପ୍ରେସ। 

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅହମ୍ମଦାବାଦରେ ଗୁଜୁରାଟରେ 5G ଲ୍ୟାବ ନିର୍ମାଣ ହେବ। ବୈଷ୍ଣବ ମଧ୍ୟ ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଛନ୍ତି। ନିକଟରେ ସେ ଭାରତୀୟ ମୋବାଇଲ୍ କଂଗ୍ରେସରେ କହିଛନ୍ତି ଯେ ଦେଶରେ 5G ଟେକ୍ନୋଲୋଜି ସହିତ ସଜ୍ଜିତ ୧୦୦ଟି ଲ୍ୟାବ ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରିଛନ୍ତି। ଏଥିମଧ୍ୟରେ ଅତି କମରେ ୧୨ଟି ଲ୍ୟାବ ଛାତ୍ରମାନଙ୍କୁ ତାଲିମ ଦେବା ପାଇଁ ବ୍ୟବହାର କରାଯିବ ଏବଂ ନୂତନ ଲ୍ୟାବଗୁଡିକ ନୂତନ ପରୀକ୍ଷଣ ପାଇଁ ବ୍ୟବହୃତ ହେବ।

ଅଧିକ ପଢନ୍ତୁ: Mushtaches Gang: ସେଲ୍ଫି ବାଲା ନିଶ... ଉଦୟପୁରର ଏହି ନିଶୁଆ ବ୍ୟକ୍ତିଙ୍କ ସ୍ୱତନ୍ତ୍ର କାହାଣୀ ଯେଉଁମାନଙ୍କର ସାରା ଦୁନିଆ ପାଲଟିଛି ଦିଓ୍ୱାନା

ଅଧିକ ପଢନ୍ତୁ: Ales Bialiatski: ଚଳିତ ବର୍ଷ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଜାଣନ୍ତୁ କାହାକୁ ମିଳିବ ଏହି ପୁରସ୍କାର