Advertisement
Article Detail0/zeeodisha/odisha685533

ଅଢ଼େଇ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଟ୍ରେନ ଚଳାଇଛି ରେଲୱେ, କେବଳ ୟୁପି-ବିହାରକୁ ଯାଇଛି ୮୦ ପ୍ରତିଶତ ଟ୍ରେନ

ରେଲୱେ ଅନୁଯାୟୀ, ମେ ୨୦ରେ ସର୍ବାଧିକ ୨୭୯ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ୨୬୦୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏହାସହ ୩୬  ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବ ।

ଅଢ଼େଇ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଟ୍ରେନ ଚଳାଇଛି ରେଲୱେ, କେବଳ ୟୁପି-ବିହାରକୁ ଯାଇଛି ୮୦ ପ୍ରତିଶତ ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଅନୁଯାୟୀ, ଆଜି ପର୍ଯ୍ୟନ୍ତ ସାରା ଦେଶରେ ୨୫୭୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଇଛି । ଏହି ଟ୍ରେନଗୁଡିକର ପ୍ରାୟ ୮୦ ପ୍ରତିଶତ ବିହାର ଏବଂ ଉତ୍ତରପ୍ରଦେଶକୁ ଯାଇଛି । ରେଳବାଇ ଦାବି କରିଛି ଯେ, ୪ ଦିନରେ ହାରାହାରି ୨୬୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରତିଦିନ ୩.୫ ଲକ୍ଷ ଶ୍ରମିକଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଛି । ସାମ୍ବାଦିକ ସମ୍ମିଳନୀରେ ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ ଯାଦବ ଏହି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିବା ଶ୍ରମ ଟ୍ରେନ୍ ମଧ୍ୟରୁ ବିହାରରେ ୩୧.୩ ପ୍ରତିଶତ ଟ୍ରେନ୍, ୟୁପି ୪୮.୫ ପ୍ରତିଶତ, ଝାଡଖଣ୍ଡ ୪.୮ ପ୍ରତିଶତ, ଓଡ଼ିଶା ୨.୮ ପ୍ରତିଶତ, ମଧ୍ୟପ୍ରଦେଶ ୪.୪ ପ୍ରତିଶତ, ଆସାମ ୦.୭ ପ୍ରତିଶତ, ଜମ୍ମୁ କାଶ୍ମୀରରେ ୦.୬ ପ୍ରତିଶତ ଓ ଅନ୍ୟାନ୍ୟ ରାଜ୍ୟରେ ୫.୩ ପ୍ରତିଶତ ଟ୍ରେନ୍ ଯାଇଛି ।

ରେଲୱେ ଅନୁଯାୟୀ, ମେ ୨୦ରେ ସର୍ବାଧିକ ୨୭୯ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ୨୬୦୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏହାସହ ୩୬  ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବ ।

Add Zee News as a Preferred Source

ପଶ୍ଚିମବଙ୍ଗ ଏପର୍ଯ୍ୟନ୍ତ କେବଳ ୧୦୫ଟି ଟ୍ରେନ୍ ଦାବି କରିଛି । ଏହି ଟ୍ରେନ୍ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ଜୁନ୍ ୧୫ ସୁଦ୍ଧା ବିକଳ୍ପ ଭାବରେ ପଠାଯିବ । ଏପର୍ଯ୍ୟନ୍ତ ୧୭ ଲକ୍ଷ ଟିକେଟ୍ ବୁକ୍ ହୋଇସାରିଛି । ସମୁଦାୟ ୨୦୦ମଧ୍ୟରୁ ୧୯୦ଟି ଟ୍ରେନରେ ବୁକିଂ ଉପଲବ୍ଧ ରହିଛି । ସେମାନଙ୍କ ମଧ୍ୟରୁ କେବଳ ୩୦% ବର୍ଥ ଅଛି । ରେଳବାଇ ୪୭ ଲକ୍ଷ ଅଭାବୀ ଲୋକଙ୍କୁ ମାଗଣା ଖାଦ୍ୟ ଦେଇଛି ।

About the Author