Rajiv Gandhi assassination case: ପୁଣି ଜେଲକୁ ଫେରିବେ କି ହତ୍ୟାକାରୀ? ଅଡୁଆ ବଢିଲା ପରେ କେନ୍ଦ୍ର ନେଲା ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1446102

Rajiv Gandhi assassination case: ପୁଣି ଜେଲକୁ ଫେରିବେ କି ହତ୍ୟାକାରୀ? ଅଡୁଆ ବଢିଲା ପରେ କେନ୍ଦ୍ର ନେଲା ଏହି ପଦକ୍ଷେପ


Rajiv Gandhi assassination case: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଛଅ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଛି। ୩୦ ବର୍ଷ କାଳ କୋଠରୀରେ ରହିବା ପରେ ସେମାନେ ଦୋଷମୁକ୍ତ ହୋଇଛନ୍ତି। ପୂର୍ବରୁ କୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ତେବେ ଜେଲରୁ ବାହାରିଲାପରେ ଦୋଷୀମାନେ ଯେଉଁଭଳି ମନ୍ତ୍ରବ୍ୟ ଦେଇଛନ୍ତି, ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।

 Rajiv Gandhi assassination case: ପୁଣି ଜେଲକୁ ଫେରିବେ କି ହତ୍ୟାକାରୀ? ଅଡୁଆ ବଢିଲା ପରେ କେନ୍ଦ୍ର ନେଲା ଏହି ପଦକ୍ଷେପ

Rajiv Gandhi assassination case, ନୂଆଦିଲ୍ଲୀ: ପୁଣି ଥରେ ଜେଲକୁ ଫେରିବେ କି ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ? କାରଣ ଅଡୁଆ ବଢିଲା ପରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟରେ ମୋଦି ସରକାର ଗତ ୧୧ ତାରିଖର ରାୟ ବିରୁଦ୍ଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଛଡା ଯିବାକୁ ନେଇ ଦିଆଯାଇଥିବା ରାୟର ପୁନଃ ବିଚାର କରିବାକୁ କେନ୍ଦ୍ର ସର୍ବୋଚ୍ଚ ଅଦାଲତକୁ ଅପିଲ କରିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବା କେନ୍ଦ୍ର ସରକାରଙ୍କୁ ମହଙ୍ଗା ପଡିଛି। କାରଣ ଏବେ ଅନ୍ୟ ହତ୍ୟା ପାଇଁ ଜେଲଦଣ୍ଡ ଭୋଗୁଥିବା କଏଦୀମାନେ ମୁକ୍ତି ପାଇଁ ଅପିଲ କଲେଣି। ସମ୍ପତ୍ତିକୁ ନେଇ ନିଜ ପତ୍ନୀଙ୍କୁ ହତ୍ୟାକରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ମୃତ୍ୟୁଦଣ୍ଡରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନିକଟରେ ମୁକ୍ତ ହୋଇଥିବା ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀଙ୍କୁ ନେଇ ସେ ମଧ୍ୟ ମୁକ୍ତ ହେବା ପାଇଁ ବୁଧବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

Also Read: Rajiv Gandhi: ରାଜୀବଙ୍କ ହତ୍ୟାକାରୀଙ୍କୁ ମିଳିବ ମୁକ୍ତି, ସୁପ୍ରିମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

 ଆଗାମୀ ଦିନରେ  ଶ୍ରଦ୍ଧାନନ୍ଦଙ୍କ ଭଳି ଅନ୍ୟ ଦୋଷୀମାନେ ମଧ୍ୟ ଏଭିଳି ଯୁକ୍ତି ବାଢିବାର ସମ୍ଭାବନା ଅଛି। ଯହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତ ୧୧ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ସର୍ବାଧିକ ରିଭ୍ୟୁ ପିଟିସନ ମାମଲାରେ କୋର୍ଟ ପୂର୍ବ ରାୟକୁ ବଜୟ ରଖନ୍ତି। ରାଜୀବ ଗାନ୍ଧିଙ୍କ ଦୋଷୀଙ୍କ କ୍ଷେତ୍ରରେ ମଧ୍ୟ ତାହା ହୋଇପାରେ। ଯଦି କୋର୍ଟଙ୍କ ରାୟ ବଦଳେ ତେବେ ଏହା ଏକ ଐତିହାସିକ ଘଟଣା ହେବ ଓ ପୁଣିଥର ଦୋଷୀମାନେ ଜେଲକୁ ଫେରିବେ ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଦୋଷୀ ନଳିନୀ ଶ୍ରୀହରନ୍ ଏବଂ ରବିଚନ୍ଦ୍ରନଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ରାଜ୍ୟପାଳଙ୍କ ସହମତି ବିନା ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ସମ୍ବିଧାନର ଧାରା ୨୨୬ ଅନୁଯାୟୀ ହାଇକୋର୍ଟଙ୍କର ଏହା କରିବାର କ୍ଷମତା ନାହିଁ, କିନ୍ତୁ ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟଙ୍କର ବିଶେଷ କ୍ଷମତା ରହିଛି। ଏଥି ସହିତ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଏହାର ଅସାଧାରଣ ଶକ୍ତି ବ୍ୟବହାର କରି ହାଇକୋର୍ଟ ମେ ୧୮ରେ ୩୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗୁଥିବା ପେରିଭାଲାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତାମିଲନାଡୁ ରାଜ୍ୟପାଳ ଏହା କରିବା ଉଚିତ ବୋଲି କହିଥିଲେ। 

Also Read: Rajiv Gandhi assassination case: ଜେଲରୁ ବାହାରିଲା ପରେ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ

ସୂଚନାଯୋଗ୍ୟ, ରାଜୀବ ଗାନ୍ଧିଙ୍କୁ ୧୯୯୧ ମସିହା ମେ୨୧ ତାରିଖରେ ତାମିଲନାଡ଼ୁର ଶ୍ରପେରବୁନ୍ଦୁରରେ ଜଣେ ମହିଳାଙ୍କ ଦ୍ୱାରା ଆତ୍ମଘାତୀ ବୋମାରେ ହତ୍ୟା କରାଯାଇଥିଲା। ପରବର୍ତ୍ତି ସମୟରେ ଉକ୍ତ ମହିଳାଙ୍କୁ ଧନୁ ନାମରେ ପରବର୍ତ୍ତି ସମୟରେ ଏକ ରାଲିରେ ଚିହ୍ନଟ କରାଯାଇଥିଲା। ୧୯୯୯ ମସିହାରେ ସୁପ୍ରିମକୋର୍ଟ କହିଥିଲେ ଯେ, ପେରାରିଓ୍ୱଲନ, ମୁରୁଗାନ, ସନ୍ଥାନ ଓ ନଳୀନଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୪ରେ ସନ୍ଥନ୍ ଏବଂ ମୁରୁଗାନଙ୍କ ସହିତ ସେମାନଙ୍କର ଦୟା ଆବେଦନକୁ ନିଷ୍ପତ୍ତି ନେବାରେ ୧୧ ବର୍ଷ ବିଳମ୍ବ ଆଧାରରେ ଏହା ପେରାରିଭାଲନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲା। ଏହି ହତ୍ୟାକାଣ୍ଡରେ ଶ୍ରୀହରନ୍, ରବିଚନ୍ଦ୍ରନ୍, ସନ୍ଥାନ୍, ମୁରୁଗାନ୍, ଏଜି ପେରିଭାଲାନ୍, ରୋବର୍ଟ ପାୟାସ ଏବଂ ଜୟକୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୦୧ରେ ନାଲିନୀଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା।