Rajya Sabha Cross Voting: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତୁରନ୍ତ ପ୍ରଭାବ ସହିତ ଦଳ ବିଷ୍ଣୋଇଙ୍କୁ ଦଳର ସମସ୍ତ ପଦବୀରୁ ନିଲମ୍ବିତ କରିଛି ।
Trending Photos
Congress Expels Kuldeep Bishnoi: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ହରିୟାଣାରେ ରାଜ୍ୟସଭା ନିର୍ବାଚନରେ 'କ୍ରସ୍ ଭୋଟିଂ' ଅଭିଯୋଗରେ ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇଙ୍କୁ ସମସ୍ତ ଦଳୀୟ ପଦରୁ ହଟାଇ ଦେଇଛନ୍ତି । ରାଜ୍ୟସଭା ନିର୍ବାଚନରେ ଅଜୟ ମାକେନଙ୍କ ପରାଜୟ ପରେ କୁଲଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା । ଏହାପୂର୍ବରୁ କୁଲଦୀପ ମଧ୍ୟ ପାର୍ଟି ଉପରେ କ୍ରୋଧିତ ଥିଲେ । ଏହି ସବୁ କାରଣରୁ ବିଧାୟକ କୁଲଦୀପ ବିଷ୍ଣୋଇଙ୍କ ଉପରେ କଂଗ୍ରେସ ଏକ ବଡ଼ ପଦକ୍ଷେପ ନେଇ ଦଳରୁ ବାହାରିବାର ରାସ୍ତା ଦେଖାଇଛି ।
ଦଳର ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଅନୁଯାୟୀ ସୋନିଆ ଗାନ୍ଧୀ ବିଷ୍ଣୋଇଙ୍କୁ କଂଗ୍ରେସ କାର୍ଯ୍ୟ ସମିତିର ଏକ ବିଶେଷ ନିମନ୍ତ୍ରଣକାରୀ ମେମ୍ବରରୁ ହଟାଇବା ସମେତ ଦଳର ସମସ୍ତ ଦାୟିତ୍ୱରୁ ମୁକ୍ତ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିଷ୍ଣୋଇଙ୍କ ସଦସ୍ୟତା ରଦ୍ଦ କରିବାକୁ କଂଗ୍ରେସ ହରିୟାଣା ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ସୁପାରିଶ କରିବ ।
Congress expels party MLA Kuldeep Bishnoi from all his present party positions, with immediate effect.
Bishnoi had earlier cross-voted in Rajya Sabha polls in Haryana. pic.twitter.com/tjPdWyXAEi
— ANI (@ANI) June 11, 2022
ଉଲ୍ଲେଖନୀୟ କଥା ହେଉଛି, ହରିୟାଣାରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କ ପରାଜୟ ପରେ ବିଷ୍ଣୋଇ ଟ୍ୱିଟ୍ କରି କହିଛନ୍ତି, "ମୋତେ ଫଣା ଭାଙ୍ଗିବାର କୌଶଳ ଆସେ, ସାପର ଭୟ ଯୋଗୁଁ ଜଙ୍ଗଲ ଛାଡିବା ଦରକାର ନାହିଁ । ଶୁଭ ସକାଳ ।"
ସେ ଏକ ଟ୍ୱିଟର ୟୁଜର୍ସଙ୍କ ଟ୍ୱିଟକୁ ମଧ୍ୟ ରିଟ୍ୱିଟ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଠିକ ସମୟରେ ନିଆଯାଇଥିବା ନିଷ୍ପତ୍ତି ହିଁ ଜଣେ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ପୃଥକ କରିଥାଏ ।
କହିରଖୁଛୁ ଯେ ସମସ୍ତ ପ୍ରୟାସ ସତ୍ତ୍ୱେ କଂଗ୍ରେସ ଏହାର ପ୍ରାର୍ଥୀ ଅଜୟ ମାକେନଙ୍କୁ ଜିତାଇ ପାରି ନାହିଁ । ହରିୟାଣାରେ କଂଗ୍ରେସକୁ ପଛରେ ପକାଇ ବିଜେପିର କୃଷ୍ଣ ଲାଲ ପାନୱାର ଏବଂ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ହରିୟାଣାର ଦୁଇଟି ରାଜ୍ୟସଭା ଆସନ ଜିତିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ଉଭୟଙ୍କ ବିଜୟ ଘୋଷଣା କରିଛନ୍ତି । ନିର୍ବାଚନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୋଟ ଗଣତି ସାତ ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ଫଳାଫଳ ଅପରାହ୍ନ ୨ ଟାରେ ଘୋଷଣା କରାଯାଇଥିଲା । ରିଟର୍ଣ୍ଣିଂ ଅଫିସର ଆର.କେ ନନ୍ଦଲ କହିଛନ୍ତି ଯେ ପାନୱାରଙ୍କୁ ୩୬ ଟି ଭୋଟ୍ ମିଳିଥିବାବେଳେ ୨୩ ଟି ପ୍ରଥମ ପସନ୍ଦ ଭୋଟ୍ ଶର୍ମାଙ୍କ ଆକାଉଣ୍ଟକୁ ଯାଇଥିଲା ଏବଂ ୬.୬ ଭୋଟ୍ ବିଜେପିରୁ ତାଙ୍କ ମୋଟ ଭୋଟ୍ ୨୯.୬ କୁ ନେଇଥିଲା । ଏହି ଘନିଷ୍ଠ ପ୍ରତିଯୋଗିତାରେ ମାକେନ୍ ୨୯ ଟି ଭୋଟ୍ ପାଇଥିଲେ କିନ୍ତୁ ଦ୍ୱିତୀୟ ପସନ୍ଦ ଭୋଟ୍ ନ ଥିବାରୁ ହାରି ଯାଇଥିଲେ ।