Rajyasabha Elections 2024: ଆଜି ରାଜ୍ୟସଭା ପାଇଁ ବିଜ୍ଞପ୍ତି, ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା
Advertisement
Article Detail0/zeeodisha/odisha2383231

Rajyasabha Elections 2024: ଆଜି ରାଜ୍ୟସଭା ପାଇଁ ବିଜ୍ଞପ୍ତି, ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା

Rajyasabha Elections 2024: ରାଜ୍ୟସଭାରେ ଖାଲି ପଡ଼ିଥିବା ୧୨ ଆସନ ପାଇଁ ସେପ୍ଟମ୍ବର ୩ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆଜି ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

 Rajyasabha Elections 2024: ଆଜି ରାଜ୍ୟସଭା ପାଇଁ ବିଜ୍ଞପ୍ତି, ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା

Rajyasabha Elections 2024: (ଭୁବନେଶ୍ୱର): ରାଜ୍ୟସଭାରେ ଖାଲି ପଡ଼ିଥିବା ୧୨ ଆସନ ପାଇଁ ସେପ୍ଟମ୍ବର ୩ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆଜି ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା। ଓଡ଼ିଶାରେ ଦୁଇ ବର୍ଷ ପୂର୍ବରୁ ମମତା ମହନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିାରୁ ତାଙ୍କ ସ୍ଥାନରେ ଜଣେ ସଦସ୍ୟଙ୍କୁ ଓଡ଼ିଶା ବିଧାନସଭାର ନିର୍ବାଚିତ ବିଧାୟକମାନେ ନିର୍ବାଚିତ କରିବେ। ଏଥିଲାଗି କିଏ ହେବେ ପ୍ରାର୍ଥୀ, କାହା ମୁଣ୍ଡରେ ଦଳର ଆଶୀର୍ବାଦ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ସର୍ବାଧିକ ସଦସ୍ୟଙ୍କ ସଂଖ୍ୟା ୨୪୧ ରହିଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟ ମାନ୍ୟତା ପ୍ରତ୍ୟାହାର ତଥା ନିର୍ବାଚନ ନ ହେବା କାରଣରୁ ଏହି ସଦନ ଲାଗି ଉଦ୍ଦିଷ୍ଟ ୪ ସଦସ୍ୟଙ୍କ ନିର୍ବାଚନ ହୋଇପାରି ନାହିଁ। ଯେପର୍ଯ୍ୟନ୍ତ ଜମ୍ମୁ କଶ୍ମୀର  ବିଧାନସଭା ଗଠନ ନହୋଇଛି ସେ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୪୧ ହିଁ ରହିବ। ଏବେ ଏହି ମୋଟ ସଂଖ୍ୟାରୁ ୧୨ଟି ଆସନ ଲାଗି ନିର୍ବାଚନ ହେବ। ଯେଉଁଥି ପାଇଁ ୯ ରାଜ୍ୟର ବିଭଧାନସଭାରେ ନିର୍ବାଚନ ହେବ। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି, ହରିୟାଣା, ବିହାର, ଆସାମଳ ତ୍ରିପୁରା, ଓଡ଼ିଶା, ତେଲେଙ୍ଗାନା, ମହାରାଷ୍ଟ୍ରଅ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ। 

ବିହାର, ଆସାମ, ମହାରାଷ୍ଟ୍ରରେ ଦୁଇଟି ଲେଖାଏଁ ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଯେହେତୁ ଭୋଟ ହେବାକୁ ଥିବା ରାଜ୍ୟଗୁଡ଼ିକରେ ବିଜେପି ଓ ଏହାର ସହଯୋଗୀଙ୍କ ସଂଖ୍ୟା ଗରିଷ୍ଠତା ରହିଛି ଏଣୁ ୧୨ରୁ ୧୧ ଆସନରେ ବିଜେପି ବିଜୟ ଲାଭ କରିବା ଆଶା ରହିଛି।

ବିହାର, ମହାରାଷ୍ଟ୍ର, ଏବଂ ଆସାମରେ ବିଜେପି ତଥା ଏନ୍‍ଡିଏର ସଂଖଗରିଷ୍ଠତା ଥିବାରୁ ଏସବୁ ରାଜ୍ୟରୁ ୨ଟି ଲେଖାଏଁ ଆସନ ବିଜେପି ଅକ୍ତିଆର କରିବା ସମ୍ଭାବନା ରହିଛି। ହରିୟାଣା, ମଧ୍ୟପ୍ରଦେଶ, ତ୍ରିପୁରା, ରାଜସ୍ଥାନ ଏବଂ ଓଡ଼ିଶାରୁ ଗୋଟିଏ ଲେଖାଏ ଆସନ ଲାଭ କରିବ ବିଜେପି। କେବଳ ତେଲେଙ୍ଗାନାରୁ ଖାଲି ହୋଇଥିବା େଗାଟିଏ ଆସନ କଂଗ୍ରେସ ସପକ୍ଷରେ ଯିବା ସମ୍ଭାବନା ରହିଛି। 

ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ମମତା ମହନ୍ତ ବିଜେଡିରୁ ରାଜ୍ୟସଭାରେ ସଦସ୍ୟ ଥିଲେ। ଏବେ ସେ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଅନେକ କଳ୍ପନା ପ୍ରକାଶ ପାଇଛି। ଯେହେତୁ ଏବେ ବିଜେପିର ସଂଖ୍ୟା ଗରିଷ୍ଠତା ରାଜ୍ୟ ବିଧାନସଭାରେ ରହିଛି, ଏଣୁ  ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ହିଁ ନିର୍ବାଚିତ ହେବା ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ତାଲିକାରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାଁ ସାମ୍ନାକୁ ଆସୁଛି। ଏପରିକି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ମମତା ମହାନ୍ତଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।