Crime: (ଅଭୟ ମହାନ୍ତି) ଫିଷ୍ଟ୍ କରିବା ପାଇଁ ଏକ ଘରକୁ ଡ଼ାକିଲେ , ଖାଇ ସାରି ହାତ ଧୋଇବା ବେଳେ ପଛ ପଟୁ ହାଣି ଦେଲେ। ପରେ ଘର ନିକଟରେ ଆଣି ଫିଙ୍ଗିଦେଲେ। ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାରେ ଏମିତି ଭାବେ ହତ୍ୟା କରାଯାଇଥିବା ବିଶ୍ଵସ୍ଥ ସୂତ୍ର ରୁ ଖବର ମିଳିଛି। ପୋଲିସ ଘଟଣା ସ୍ଥଳରେ ସିନ ରିକ୍ରିଏସନ କରିଥିଲେ ବି ଘଟଣାକୁ ନେଇ ମୁଁହ ଖୋଲି ନାହିଁ । ଗତ ନଭେମ୍ବର ୧୩ ତାରିଖ ରାତିରେ ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ହତ୍ୟା ଘଟଣା ପରେ ପୁଣି ଥରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ଗ୍ରାମାଞ୍ଚଳ ପୋଲିସ। ୪ ଜଣ ଅଜଣା ଅଭିଯୁକ୍ତଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।
ଗତ ୧୩ ତାରିଖ ରାତିରେ ବନ୍ଧଗାଁ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିଲା। ଗ୍ରାମାଞ୍ଚଳ ପୋଲିସ ଝାଟିଆ କେନାଲ ବନ୍ଧ ନିକଟର ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାରେ ବ୍ୟଵହୃତ ଲୁହା କଟୁରୀ ସହ ଅଭିଯୁକ୍ତମାନେ ଭାଙ୍ଗି ଫୋପାଡ଼ି ଥିବା ଚିତ୍ତ ରଞ୍ଜନ ଙ୍କ ଭଙ୍ଗା ମୋଵାଇଲ ସହ ଜୋତାକୁ ସିଜ କରିଛି ପୋଲିସ। ପୋଲିସ ଅଭିଯୁକ୍ତ କୁହାଯାଉଥିବା ଯୁବକଙ୍କୁ ନେଇ ପଚରା ଉଚୁରା କରିଛି। ତେବେ ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୃତଦେହ ମିଳିବା ପୂର୍ବଦିନ ରାତିରେ ଅଭିଯୁକ୍ତମାନେ ଚିତ୍ତ ରଞ୍ଜନଙ୍କୁ ଫିଷ୍ଟ ପାଇଁ ଡାକିଥିଲେ। ଚିତ୍ତ ଖାଇ ସାରି ହାତ ଧୋଇବା ବେଳେ ତାଙ୍କୁ ପଛରୁ ଆକ୍ରମଣ କରାଯାଇଥିଲା । ତାଙ୍କ ମୃତ୍ୟୁ ହୋଇଥିବା ଜାଣି ସେଠାରୁ ନେଇ ତାଙ୍କୁ ନେଇ ଘର ନିକଟ ଏକ ବିଲ ରେ ଫିଙ୍ଗି ଦେଇଥିଲେ । କିନ୍ତୁ ଘଟଣାରେ ଅଧିକ ତଦନ୍ତ ଚାଲିଥିବା ରୁ ପୋଲିସ କୌଣସି ତଥ୍ୟ ଦେଇ ନାହିଁ।