Rath Yatra 2022: ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା; ଏଠାରେ ଜାଣନ୍ତୁ ..
Advertisement

Rath Yatra 2022: ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା; ଏଠାରେ ଜାଣନ୍ତୁ ..

Traffic Arrangements For Rath Yatra : ଆସନ୍ତା କାଲି ସକାଳ ୬ ଟାରୁ ପୁରୀରେ ଆରମ୍ଭ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ଟ୍ରାଫିକ ପ୍ଲାନ ଘୋଷଣା କରିଛି । ଏହାର ସବିଶେଷ ବିବରଣୀ ନିମ୍ନରେ ଦେଖିପାରିବେ ...

ସୌ: ସୋସିଆଲ ମିଡିଆ

Traffic Arrangements For Rath Yatra : ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ଦିନ ସକାଳ ୬ ଟାରୁ ପୁରୀରେ ଆରମ୍ଭ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ଟ୍ରାଫିକ ପ୍ଲାନ ଘୋଷଣା କରିଛି । ଏହାର ସବିଶେଷ ବିବରଣୀ ନିମ୍ନରେ ଦେଖିପାରିବେ ...

1- ଇଣ୍ଟର ଷ୍ଟେଟ-ଟୁରିଷ୍ଟ ବସ୍: ଭୁବନେଶ୍ୱର ପାର୍ଶ୍ୱରୁ ପୁରୀକୁ ଆସୁଥିବା ସମସ୍ତ ଆନ୍ତଃ ରାଜ୍ୟ ପର୍ଯ୍ୟଟନ ବସ୍ କୁ ମାଳତିପାଟପୁର ପର୍ଯ୍ୟନ୍ତ ଅନୁମତି ଦିଆଯିବ ଓ ମାଳତିପାଟପୁର ନୂଆ ବସ୍ ଷ୍ଟାଣ୍ଡରେ ପାର୍କ କରିବ । ସମାନ ମାର୍ଗରେ ମଧ୍ୟ ବସ୍ ଫେରିବ ।

2- ହାଲୁକା ଯାନ (ତିନି ଚକିଆ ଯାନ ଓ ଚାରି ଚକିଆ ଯାନ): ତିନି ଓ ଚାରି ଚକିଆ ଯାନ ସମେତ ସମସ୍ତ ହାଲୁକା ଯାନକୁ ମାଳତିପାଟପୁର, ROB, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ୍ ଓ ଭୁଦାନ ଦେଇ ତାଲାବାନିଆରେ ପାର୍କିଂ ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

3- ପରିବହନ ଯୋଗ୍ୟ ହାଲୁକା ଯାନ: ପାସ୍ ଥିବା ଯାନ ଗୁଡିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବ ଓ ଭୁବନେଶ୍ୱରକୁ ଫେରିବା ସମୟରେ ସମାନ ମାର୍ଗରେ ଆସିବ ।

4- ମୋଟରସାଇକେଲ୍ (ଦୁଇ ଚକିଆ ଯାନ): ଭୁବନେଶ୍ୱରରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଶାଣୀ ଚଣ୍ଡୀ ଠାରେ ପାର୍କିଂ କରିବେ ।

5- ଅଟୋ ରିକ୍ସା: ସମସ୍ତ ଅଟୋ ରିକ୍ସା ତାଳବଣିଆରୁ ରାମ ମନ୍ଦିର ଛକକୁ ଯିବ । ପ୍ରତ୍ୟାବର୍ତ୍ତନ ଶ୍ରୀକେନ୍ଦ୍ର କଲୋନୀ ରାସ୍ତା ଦେଇ ହେବ ।

ଏହା ବି ପଢ଼ନ୍ତୁ: ପାକିସ୍ତାନ ବିରୋଧରେ ଭାରତକୁ ସମର୍ଥନ କଲା ଚୀନ୍, ଜାଣନ୍ତୁ କ'ଣ ରହିଛି ମାମଲା

ଏହା ବି ପଢ଼ନ୍ତୁ: LPG ସିଲିଣ୍ଡରରେ ଥାଏ ଏକ୍ସପାୟରି ଡେଟ୍? କିପରି ଜାଣିବେ ସିଲିଣ୍ଡର କେବେ ହେବ ଖରାପ