ବଡ଼ ଝଟକା! ରାସନ କାର୍ଡଧାରକଙ୍କୁ ମିଳିବ ନାହିଁ ଏହି ସୁବିଧା, ସରକାର ଜାରି କଲେ ଆଦେଶ
Advertisement

ବଡ଼ ଝଟକା! ରାସନ କାର୍ଡଧାରକଙ୍କୁ ମିଳିବ ନାହିଁ ଏହି ସୁବିଧା, ସରକାର ଜାରି କଲେ ଆଦେଶ

Free Ration Scheme: ଅତି ଜରୁରୀ ସୂଚନା, ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟରର ଏକ ପ୍ଲଟ୍/ ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ଅଛି । ଏହିପରି ଲୋକମାନେ ନିଜର ରାସନ କାର୍ଡକୁ ତହସିଲ କିମ୍ୱା ଡିଏସଓ କାର୍ଯ୍ୟାଳୟରେ ସରେଣ୍ଡ (Surrender Ration Card) କରିବାକୁ ପଡ଼ିବ । ସରକାରଙ୍କ ନିୟମ ଅନୁଯାୟୀ, ଯଦି ରାସନ କାର୍ଡଧାରୀ କାର୍ଡ ସରେଣ୍ଡ ନକରନ୍ତି, ତେବେ ଯାଞ୍ଚ ପରେ ଏହିପରି ଲୋକଙ୍କ କାର୍ଡ ବାତିଲ ହୋଇଯିବ...

ବଡ଼ ଝଟକା! ରାସନ କାର୍ଡଧାରକଙ୍କୁ ମିଳିବ ନାହିଁ ଏହି ସୁବିଧା, ସରକାର ଜାରି କଲେ ଆଦେଶ

ନୂଆଦିଲ୍ଲୀ: Free Ration Scheme: ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡଧାରକ (Ration Card Beneficiaries) ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ସରକାରଙ୍କ ନିଷ୍ପତ୍ତିରୁ ଆପଣଙ୍କୁ ବଡ଼ ଝଟକା ଲାଗିପାରେ । ବାସ୍ତବରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅନ୍ତର୍ଗତ ମିଳୁଥିବା ମାଗଣା ରାସନ (Free Ration) ଅଧୀନରେ ବର୍ତ୍ତମାନ ଗହମ (Wheat) ମିଳିବ ନାହିଁ । ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ଗହମ କୋଟାକୁ ହ୍ରାସ କରାଯାଇଛି । 

ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶରେ ଜୁନ ୧୯-୩୦ ପର୍ଯ୍ୟନ୍ତ ମାଗଣା ରାସନ ବଣ୍ଟନ କରାଯିବ । କିନ୍ତୁ, ଏଥର ଗହମ ବଦଳରେ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ । ଅର୍ଥାତ ଏଥର ଆପଣ ମାଗଣା ରାସନ ଅନ୍ତର୍ଗତ ଗହମରୁ ବଞ୍ଚିତ ହେବେ । ଏହି ପରିପ୍ରେକ୍ଷୀରେ ଖାଦ୍ୟ ଓ ଲଜିଷ୍ଟିକ୍ ବିଭାଗର କମିଶନର ମଧ୍ୟ ଆଦେଶ  କରିଦେଇଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା ( Free Ration Scheme) ଅନ୍ତର୍ଗତ ହିତାଧିକାରୀଙ୍କୁ ୩ କିଲୋଗ୍ରାମ ଗହମ ଓ ୩ କିଲୋଗ୍ରାମ ଚାଉଳ ଦିଆଯାଇଥିଲା | କିନ୍ତୁ ଖାଦ୍ୟ ଓ ଲଜିଷ୍ଟିକ୍ ବିଭାଗ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଥର ଗହମ ବଦଳରେ ହିତାଧିକାରୀଙ୍କୁ କେବଳ ୫ କିଲୋଗ୍ରାମ ଚାଉଳ ଦେବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର (Central Government) ୟୁପି ସମେତ ଅନେକ ରାଜ୍ୟରେ ଗହମ କୋଟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଗହମ କ୍ରୟ କମ୍ ଯୋଗୁଁ ସରକାର ରାସନ କୋଟାରେ ଗହମର ପରିମାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ସଂଶୋଧନ କେବଳ ପ୍ରଧାନମନ୍ତ୍ରୀ ଗାରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ପାଇଁ କରାଯାଇଛି । ସରକାର ଦେଇଥିବା ସୂଚନା ଅନୁଯାୟୀ ଗହମ ବଦଳରେ ପ୍ରାୟ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଅତିରିକ୍ତ ଆବଣ୍ଟନ କରାଯାଇଛି ।

ଏହା ବି ପଢ଼ନ୍ତୁ:-ଶ୍ରୀମନ୍ଦିର ଉପରେ କାହିଁକି ଉଡ଼ନ୍ତି ନାହିଁ ପକ୍ଷୀ ଓ ବିମାନ, ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...

ଅତି ଜରୁରୀ ସୂଚନା, ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟରର ଏକ ପ୍ଲଟ୍/ ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ଅଛି । ଏହିପରି ଲୋକମାନେ ନିଜର ରାସନ କାର୍ଡକୁ ତହସିଲ କିମ୍ୱା ଡିଏସଓ କାର୍ଯ୍ୟାଳୟରେ ସରେଣ୍ଡ (Surrender Ration Card) କରିବାକୁ ପଡ଼ିବ । ସରକାରଙ୍କ ନିୟମ ଅନୁଯାୟୀ, ଯଦି ରାସନ କାର୍ଡଧାରୀ କାର୍ଡ ସରେଣ୍ଡ ନକରନ୍ତି, ତେବେ ଯାଞ୍ଚ ପରେ ଏହିପରି ଲୋକଙ୍କ କାର୍ଡ ବାତିଲ ହୋଇଯିବ । ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । କେବଳ ଏତିକି ନୁହେଁ, ଯେହେତୁ ସେ ରାସନ ନେଉଛନ୍ତି, ସେହି ରାସନ (Ration) ମଧ୍ୟ ଆଦାୟ କରାଯିବ ।