Indian Army Rally: ଏହି ରାଜ୍ୟରେ ଏହି ତାରିଖରୁ ଆରମ୍ଭ ହେବ ନିଯୁକ୍ତି ରାଲି, ଜାଣନ୍ତୁ ଅପଡ଼େଟ୍
Advertisement
Article Detail0/zeeodisha/odisha1034683

Indian Army Rally: ଏହି ରାଜ୍ୟରେ ଏହି ତାରିଖରୁ ଆରମ୍ଭ ହେବ ନିଯୁକ୍ତି ରାଲି, ଜାଣନ୍ତୁ ଅପଡ଼େଟ୍

ନାମ ଗୋପନ ରଖିବା ସର୍ତ୍ତରେ ବିଭାଗ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ନଭେମ୍ବର-ଡିସେମ୍ବରରୁ ଭାରତୀୟ ସେନା ଦ୍ୱାରା ଏହି ରାଲିର ଆୟୋଜନ କରାଯିବ । ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ବେଙ୍ଗଲ ସମେତ ଅନେକ ରାଜ୍ୟରେ ଏହି ନିଯୁକ୍ତି ରାଲିର ମଧ୍ୟ ଆୟୋଜନ କରାଯିବ ।

Indian Army Rally: ଏହି ରାଜ୍ୟରେ ଏହି ତାରିଖରୁ ଆରମ୍ଭ ହେବ ନିଯୁକ୍ତି ରାଲି, ଜାଣନ୍ତୁ ଅପଡ଼େଟ୍

ନୂଆଦିଲ୍ଲୀ: ଭାରତୀୟ ସେନା (Indian Army) ଚଳିତ ମାସ ଶେଷରେ ସିକନ୍ଦରାବାଦ ଅର୍ଡାନ୍ସ କର୍ପସ ସେଣ୍ଟର୍, ଏବିସି ଟ୍ରାକ, ଏଓସି ସେଣ୍ଟର ସିକନ୍ଦରାବାଦରେ ଆର୍ମି ଜିଡି, ଆର୍ମି ଟେକିନିକାଲ, ଆର୍ମି କ୍ଲର୍କ, ଆର୍ମି ଷ୍ଟୋରକିପର ଏବଂ ଟ୍ରେଡ୍ସମ୍ୟାନ୍ ପଦବୀରେ ନିଯୁକ୍ତି ପାଇଁ ଏକ ନିଯୁକ୍ତି ରାଲିର (Indian Army Bharti Rally) ଆୟୋଜନ କରିବ । ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ରାଲି ୨୯ ନଭେମ୍ବର ୨୦୨୧ ରୁ ୩୦ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ । ଯଦି କୋରୋନା ମାମଲାରେ ବୃଦ୍ଧି ଘଟେ ତେବେ ନିଯୁକ୍ତି ପାଇଁ ହେବାକୁ ଥିବା ରାଲି ମଧ୍ୟ ବାତିଲ ହେବ । ନିଯୁକ୍ତି ରାଲିକୁ ବାତିଲ କରିବାକୁ କମାଣ୍ଡାଣ୍ଟ AOC କେନ୍ଦ୍ରର ସମ୍ପୂର୍ଣ୍ଣ ଅଧିକାର ରହିବ । ଏଥି ସହିତ ଅନ୍ୟ ରାଜ୍ୟରେ ନିଯୁକ୍ତି ରାଲି ଶୀଘ୍ର ଭାରତୀୟ ସେନା ଦ୍ୱାରା ଆରମ୍ଭ ହେବ ।

ନାମ ଗୋପନ ରଖିବା ସର୍ତ୍ତରେ ବିଭାଗ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ନଭେମ୍ବର-ଡିସେମ୍ବରରୁ ଭାରତୀୟ ସେନା ଦ୍ୱାରା ଏହି ରାଲିର ଆୟୋଜନ କରାଯିବ । ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ବେଙ୍ଗଲ ସମେତ ଅନେକ ରାଜ୍ୟରେ ଏହି ନିଯୁକ୍ତି ରାଲିର ମଧ୍ୟ ଆୟୋଜନ କରାଯିବ । ରାଲି ସହ ଜଡିତ ବିବରଣୀ ଅଫିସିଆଲ୍ ୱେବସାଇଟ୍ https://joinindianarmy.nic.in/default.aspx ରେ ଦିଆଯିବ । ତେବେ ଏପର୍ଯ୍ୟନ୍ତ ନିଯୁକ୍ତି ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ସମୟ ସମୟରେ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଯାହା ଦ୍ୱାରା କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ହାତଛଡ଼ା ନ ହେବ ।

ଦଶମ-ଦ୍ୱାଦଶ ପାସ୍ କରିଥିବା ପାର୍ଥି କରିପାରିବେ ଆବେଦନ
ଦଶମ-ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ସମର୍ଥ ହେବେ । ନିଯୁକ୍ତି ପାଇଁ ପଞ୍ଜୀକରଣର ଲିଙ୍କ ଅଫିସିଆଲ୍ ୱେବସାଇଟରେ ଦିଆଯିବ ।

ଏହିପରି କରିପାରିବେ ଆବେଦନ
ଆଗ୍ରହୀ ପ୍ରାର୍ଥୀମାନେ https://joinindianarmy.nic.in/default.aspx ଭିଜିଟ୍ କରି ଆବେଦନ କରିପାରିବେ । ଆବେଦନ କରିବାକୁ ପଦକ୍ଷେପଗୁଡିକ ଅଫିସିଆଲ୍ ୱେବସାଇଟ୍ ରେ ଦିଆଯାଇଛି ।

ଏହା ବି ପଢ଼ନ୍ତୁ: ୬୦ ନୁହେଁ, ବର୍ତ୍ତମାନ ୪୦ ବର୍ଷ ବୟସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍!