Red Fort Violence: ଦେଶକୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର
Advertisement
Article Detail0/zeeodisha/odisha846718

Red Fort Violence: ଦେଶକୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର

ପୋଲିସର ପଚରାଉଚରା ବେଳେ ସେ କହିଛି ଯେ ଲାହୌରୀ ଫାଟକରେ ଉପସ୍ଥିତ ଥିବା ବିଦେଶୀ ଗଣମାଧ୍ୟମ ସାହର୍ଯ୍ୟରେ ସେ ଏକ ଭାଷଣ ରେକର୍ଡିଂ କରିବାକୁ ଚାହୁଁଥିଲା।

Red Fort Violence: ଦେଶକୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: ଲାଲକିଲ୍ଲା ହିଂସା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସୁଖଦେବ ସିଂ ପୋଲିସ ପଚରାଉଚରା ବେଳେ ଏକ ଚାଞ୍ଚଲ୍ୟକର କରିଛି। ଏ ଘଟଣା ବାବଦରେ ସେ କହିଛି ଜାନୁଆରୀ ୨୬ ତାରିଖରେ  ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ପରେ ହୋଇଥିବା ହିଂସାକାଣ୍ଡ ପରେ ସେ ରାତି ୧୧ଟା ପର୍ଯ୍ୟନ୍ତ ଲାଲକିଲ୍ଲା ପରିସରରେ ରହିଥିଲେ। ଏହା ପରେ ସେ ପ୍ରଥମେ ସିଂଘୁ ଏବଂ ପରେ ଗାଜିପୁର ସୀମାରେ ପହଞ୍ଚି ପଞ୍ଜାବ ଚାଲିଯାଇଥିଲା।

ଜାନୁଆରୀ ୨୬ ତାରିଖ ପର ଠାରୁ ସୁଖଦେବ ସିଂଙ୍କୁ (Sukhdev Singh) ପୋଲିସ ଖୋଜୁଥିଲା। ଗିରଫ ହେବା ପର୍ଯ୍ୟନ୍ତ ସେ ସେ କ୍ରମାଗତ ଭାବେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ (Delhi Farmer Protest) ସାମିଲ ହୋଇଥିଲେ। ଫେବୃଆରୀ ୬ ତାରିଖରେ ସେ ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ କରାଯାଇଥିବା ଚକ୍କା ଜାମରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେ ଫେବୃଆରୀ ୨ ତାରିଖରେ ଗାଜିପୁର ସୀମାରେ ପହଞ୍ଚି କିଛି କୃଷକ ନେତାଙ୍କୁ ଭେଟିବାକୁ ଆସିଥିଲେ। ଏହା ପରେ ମଧ୍ୟ ସେ ପୋଲିସକୁ ଚକମା ଦେଇ ପଞ୍ଜାବ ଫେରିଯାଇଥିଲା।

Also Read:  Farmer Protest Update: ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ

 

ପୋଲିସର ପଚରାଉଚରା ବେଳେ ସେ କହିଛି ଯେ ଲାହୌରୀ ଫାଟକରେ ଉପସ୍ଥିତ ଥିବା ବିଦେଶୀ ଗଣମାଧ୍ୟମ ସାହର୍ଯ୍ୟରେ ସେ ଏକ ଭାଷଣ ରେକର୍ଡିଂ କରିବାକୁ ଚାହୁଁଥିଲା। ଲାଲକିଲ୍ଲା ପରିସରରେ ଅଧିକ ହିଂସାକାଣ୍ଡ ଭିଆଇବାକୁ ଉସକାଇଥିଲା। ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛି। ବୁଧବାର ପୋଲିସ ଅନ୍ୟ ଅଭିଯୁକ୍ତ ଇକବାଲ ସିଂଙ୍କୁ ମଧ୍ୟ ଗିରଫ କରିଛି। ତା ନାଁରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

Also Read: ଚାଷୀଙ୍କ ଚକାଜାମ, ଦିଲ୍ଲୀରେ ୫୦ ହଜାର ସୁରକ୍ଷା କର୍ମୀ ନିୟୋଜିତ
 
ଏହାପୂର୍ବରୁ ଦୀପ ସିଦ୍ଧୁ (Deep Sidhu) ଗିରଫ ହେବା ପରେ ଏକ ବଡ ଖୁଲାସା ହୋଇଥିଲା। ଫେରାର ହୋଇଯାଇଥିବା ସମୟରେ ତାକୁ କାଲିଫର୍ଣ୍ଣିଆର ଜଣେ ମହିଳା ବନ୍ଧୁ ସାହାଯ୍ୟ କରୁଥିଲେ। ଯେତେବେଳେ ଦୀପ ସିଦ୍ଧୁ ଖସି ପଳାଇଲେ ତାଙ୍କର ଶେଷ ସ୍ଥାନ ଥିଲା ଲୁଧିଆନା। ଏହା ପରେ ଦୀପ ସିଦ୍ଧୁ ତାଙ୍କ ଫୋନରୁ ଫେସବୁକ୍ ଆକାଉଣ୍ଟ ଲଗ୍ କରିଥିଲେ। ଦିଲ୍ଲୀ ପୋଲିସର ଟିମ୍ ତାଙ୍କ ଫେସବୁକ୍ ଆକାଉଣ୍ଟ ଉପରେ ନଜର ରଖିଥିଲା। କାରଣ ସେ ଲଗାତାର ଫେସବୁକରେ ଭିଡିଓ ଅପଲୋଡ୍ କରୁଥିଲେ। ପରେ ପୋଲିସ ଜାଣିବାକୁ ପାଇଲା ଦୀପ ସିଦ୍ଧୁ କାଲିଫର୍ନିଆର ଅନ୍ୟ ଏକ ଫୋନରେ ଲଗ୍ ଇନ  କରାଯାଇଥିଲା। ସେହି ଫୋନ୍ ଦୀପ ସିଦ୍ଧୁଙ୍କ ଜଣେ ମହିଳା ବନ୍ଧୁଙ୍କ ଥିଲା ଯିଏ ନିଜେ ଜଣେ ଅଭିନେତ୍ରୀ। ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।