Red Fort Violence: କାର୍ଯ୍ୟାନୁଷ୍ଠାନ ଜାରି, ଧରାପଡିଲା ହିଂସାକାରୀ ସୁଖଦେବ ସିଂହ
Advertisement
Article Detail0/zeeodisha/odisha844657

Red Fort Violence: କାର୍ଯ୍ୟାନୁଷ୍ଠାନ ଜାରି, ଧରାପଡିଲା ହିଂସାକାରୀ ସୁଖଦେବ ସିଂହ

ଅଭିଯୁକ୍ତ ସୁଖଦେବ ସିଂହ ହରିୟାଣା କର୍ଣ୍ଣାଲ ଅଞ୍ଚଳର ବାସିନ୍ଦା। 

Red Fort Violence: କାର୍ଯ୍ୟାନୁଷ୍ଠାନ ଜାରି, ଧରାପଡିଲା ହିଂସାକାରୀ ସୁଖଦେବ ସିଂହ

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ରାଜଧାନୀ ଠାରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ। ହିଂସାକାଣ୍ଡ ଭିଆଇଥିବା ଲୋକଙ୍କୁ ଧରିବା ଲାଗି ପ୍ରୟାସ ଜାରି ରଖିଛି ପୋଲିସ।  

ଜାନୁଆରୀ ୨୬ ତାରିଖରେ ଆୟୋଜିତ ହୋଇଥିବା ଟ୍ରାକ୍ଚର ରାଲି (Tractor Rally) ବେଳେ ଲାଲକିଲ୍ଲା (Red Fort) ପରିସରରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡ଼ିତ ଅଭିଯୁକ୍ତ ସୁଖଦେବ ସିଂହଙ୍କୁ (Sukhdev Singh) ଚଣ୍ଡିଗଡରୁ ଗିରଫ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚର (Delhi Crime Branch) ସ୍ପେଶାଲ ଟାସ୍କ ଫୋର୍ସ (Special Task Force)। ସୋମାବାର ଦିଲ୍ଲୀ ପୋଲିସ (Delhi Police) ତାଙ୍କୁ କୋର୍ଟର ହାଜର କରାଇବ।   

ଏସଆଇଟିକୁ ମିଳିଥିବା ଖବର ଅନୁସାରେ ଅଭିଯୁକ୍ତ ସୁଖଦେବ ସିଂହ ହରିୟାଣା (Haryana) କର୍ଣ୍ଣାଲ (Karnal) ଅଞ୍ଚଳର ବାସିନ୍ଦା। ସେ ଚଣ୍ଡିଗଡରେ ଛପି ରହିଥିବା ନେଇ ଖବର ମିଳିବା ପରେ ତାକୁ ଧରିବା ଲାଗି ତୁରନ୍ତ ଏକ ଟିମ ସେଠାକୁ ବାହାରିଯାଇଥିଲା। ନିଜର ଗିରଫଦାରୀ ନେଇ ଭୟଭୀତ ହୋଇଉଠିଥିଲା ଅଭିଯୁକ୍ତ। ତା'ର ଅବସ୍ଥିତ ଚଣ୍ଡିଗଡ ଦେଖାଇଥିଲା। ସେ କାର ଯୋଗେ ପଳାୟନ କରିଥିଲା।         

Also Read: Farmer Protest Update: ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ

 

ଗିରଫ କରିବାକୁ ପୋଲିସ ପିଛା କରୁଥିବା ନେଇ ଜାଣିବା ପରେ ସେ ଚମ୍ପଟ ମାରଥିଲା। ତୃତୀୟ ଥରର ପ୍ରୟାସ ପରେ ପୋଲିସ ସୁଖଦେବକୁ ଗିରଫ କରିଥିଲା। ଲାଲକିଲ୍ଲା ହିଂସାକାଣ୍ଡ ପରେ ତାକୁ ଗିରଫ କରିବା ଲାଗି ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ହିଂସାକାଣ୍ଡ ଭିଆଇବାର ୧୨ ଦିନ ପରେ ସେ ଏବେ ଧରାପଡିଛି। ଅନ୍ୟପଟେ ପଞ୍ଜାବୀ ଗାୟକ (Punjabi Singer) ଦୀପ ସିଦ୍ଧୁ (Deep Sidhu) ଏବେ ମଧ୍ୟ ଧରାପଡିନାହିଁ। ଅନ୍ୟପଟେ ହରିୟାଣାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି. 

ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ରାଜଧାନୀ ଠାରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣାରେ ୩୮ ମାମଲା ରୁଜ୍ଜୁ କରାଯିବା ସହ ୧୨୬ ଲୋକଙ୍କୁ ଗିରଫ କରାଯାଇଛି।  ହିଂସାକଣ୍ଡରେ ସାମିଲ ଥିବା ୭୦ରୁ ଅଧିକ ଲୋକଙ୍କ ପୋଷ୍ଟର ମାରିଛି ପୋଲିସ। ସେମାନଙ୍କୁ ଧରିବା ଲାଗି ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

Also Read: ଚକାଜାମ ଶେଷ; ପୋଲିସ ହେପାଜତରେ ଆନ୍ଦୋଳନକାରୀ

 

କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଭୁଲ ସୂଚନା ଦେବା ସହ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ପାକିସ୍ତାନ-ଖଲିସ୍ତାନ (Pakistan-Khalistan) ଟ୍ୱିଟର ଆକାଉଣ୍ଟ (Twiter Account) ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।     

ଗତ ୪ ତାରିଖରେ ଭାରତ ସରକାର ଏପରି ଧରଣର ୧୧୭୮ଟି ଆକାଉଣ୍ଟ ତାଲିକା ଟ୍ୱିଟରକୁ ଦେଇଛନ୍ତି। ହେଲେ ପର୍ଯ୍ୟନ୍ତ ସୋସିଆଲ ମିଡିଆ ସାଇଟ ଟ୍ୱିଟର ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିର୍ଦ୍ଦେଶକତୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇନାହିଁ। ପୂର୍ବରୁ ଗତ ମାସ ୩୧ ତାରିଖରେ ୨୫୭ଟି ଟ୍ୱିଟର ଆକାଉଣ୍ଟ ତାଲିକା ପ୍ରଦାନ କରାଯାଇସାରିଛି। ଏହି ଆକାଉଣ୍ଟକୁ ଟ୍ୱିଟର ବ୍ଲକ କରିବା ପରେ ପୁନର୍ବାର ଚାଲୁ କରିଦେଇଥିଲା। 

Also Read: ଚାଷୀଙ୍କ ଚକାଜାମ, ଦିଲ୍ଲୀରେ ୫୦ ହଜାର ସୁରକ୍ଷା କର୍ମୀ ନିୟୋଜିତ

 

ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି (Twitter CEO Jack Dorsey) ଭାରତରେ ଚାଲିଥିବା କୃଷକ ବିରୋଧକୁ ସମର୍ଥନ କରି କିଛି ବିଦେଶୀ ବ୍ୟକ୍ତି କରିଥିବା ଟ୍ୱିଟକୁ ସେ ଲାଇକ କରିଥିଲେ। ଯାହାକୁ ନେଇ ଭାରତ ସରକାର ଟ୍ୱିଟରର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ।