ଉଇଘୁର ମୁସଲିମଙ୍କ ପ୍ରତି ବଦଳିଲାନି ଆଭିମୁଖ୍ୟ, ୧୬ ହଜାର ମସଜିଦକୁ ମାଟିରେ ମିଶାଇଦେଲେ ଚୀନ ସରକାର
Advertisement

ଉଇଘୁର ମୁସଲିମଙ୍କ ପ୍ରତି ବଦଳିଲାନି ଆଭିମୁଖ୍ୟ, ୧୬ ହଜାର ମସଜିଦକୁ ମାଟିରେ ମିଶାଇଦେଲେ ଚୀନ ସରକାର

ଏନେଇ କୁହାଯାଇଛି ଧାର୍ମିକ କାର୍ଯ୍ୟକଳାପ ଛାଡିବା ଲାଗି ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଶିବିରରେ ରହୁଥିବା ୧୦ ଲକ୍ଷରୁ ଅଧିକ ଉଇଘୁର ଏବଂ ଅନ୍ୟାନ୍ୟ ତୁର୍କୀ ଭାଷାଭାଷୀ ମୁସଲମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । 

ଉଇଘୁର ମୁସଲିମଙ୍କ ପ୍ରତି ବଦଳିଲାନି ଆଭିମୁଖ୍ୟ, ୧୬ ହଜାର ମସଜିଦକୁ ମାଟିରେ ମିଶାଇଦେଲେ ଚୀନ ସରକାର

ବେଜିଂ: ଦେଶରେ ଜିନଜିଆଙ୍ଗ ପ୍ରଦେଶ (Xinjiang Province) ରେ ଚୀନ ସରକାର (China Govt) ଙ୍କ ପକ୍ଷରୁ ଜାରି ରହିଥିବା ଉଇଘୁର ମୁସଲିମ (Uighur Muslims) ଦମନ ଅଭିଯାନ ଥମିବାର ନାଁ ନେଉନାହିଁ । ଏ ପ୍ରସଙ୍ଗରେ ଏକ ଅଷ୍ଟ୍ରେଲୀୟ ଥିଙ୍କ ଟ୍ୟାଙ୍କ (Australlian Think Tank) ପକ୍ଷରୁ କୁହାଯାଇଛି ମାନବାଧିକାରର ଉଲ୍ଲଂଘନ କରି ଚୀନ୍ କର୍ତ୍ତୃପକ୍ଷ ସେଠାରେ ହଜାର ହଜାର ମସଜିଦ ଭାଙ୍ଗି ଦେଇଛନ୍ତି ।  

ଏନେଇ କୁହାଯାଇଛି ଧାର୍ମିକ କାର୍ଯ୍ୟକଳାପ ଛାଡିବା ଲାଗି ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଶିବିରରେ ରହୁଥିବା ୧୦ ଲକ୍ଷରୁ ଅଧିକ ଉଇଘୁର ଏବଂ ଅନ୍ୟାନ୍ୟ ତୁର୍କୀ ଭାଷାଭାଷୀ ମୁସଲମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ଶହ ଶହ ପବିତ୍ର ସ୍ଥାନର ଉପଗ୍ରହ ଚିତ୍ର ଏବଂ ପରିସଂଖ୍ୟାନ ମଡେଲିଂ ଉପରେ ଆଧାରିତ ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) ରିପୋର୍ଟ ଅନୁସାରେ ପ୍ରାୟ ୧୬ ହଜାର ମସଜିଦ (Mosque) କୁ ଚୀନ ସରକାର ମାଟିରେ ମିଶାଇ ଦେଇଛନ୍ତି । ଯାହାର ବର୍ତ୍ତମାନ କୌଣସି ଚିହ୍ନବର୍ଣ୍ଣ ନାହିଁ । 

ଏହି ରିପୋର୍ଟରେ କୁହାଯାଇଛି ଚୀନ ବିଗତ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ କରିଛି । ଆନୁମାନିକ ପ୍ରାୟ ୮୫୦୦ ମସଜିଦକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ଉରୁମଚି ଏବଂ କାଶଗରର ସହରାଞ୍ଚଳ କେନ୍ଦ୍ର ବାହାରେ ଅଧିକ କ୍ଷୟକ୍ଷତି ହୋଇଛି। ଅନେକ ମସଜିଦ ଭାଙ୍ଗି ଦିଆଯାଇଥିଲା, ସେମାନଙ୍କର ଗମ୍ବୁଜ ଏବଂ ମିନାର ହଟାଯାଇଥିଲା । ପ୍ରାୟ ୧୫,୫୦୦ କ୍ଷତିଗ୍ରସ୍ତ ମସଜିଦ ଜିନଜିଆଙ୍ଗରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଅନୁମାନ କରାଯାଉଛି ।

ଷାଠିଏ ଦଶକରେ ଅର୍ଥାତ ୧୯୬୦ ମସିହାରେ ଚୀନରେ ହୋଇଥିବା ସାଂସ୍କୃତିକ ବିପ୍ଳବ (Cultural Revolution) ଦ୍ୱାରା ଆରମ୍ଭ ହୋଇଥିବା ସଂଘର୍ଷ ପର ଠାରୁ ଏହି ଅଞ୍ଚଳରେ ମୁସଲମାନଙ୍କ ସ୍ଥିତି ବିଗିଡିବାରେ ଲାଗିଛି । ଗତ ବର୍ଷ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଏହି ଅଞ୍ଚଳରେ ଅନେକ କବ୍ରିସ୍ଥାନ (Grave Yard) ଅର୍ଥାତ ଶ୍ମଶାନକୁ ନଷ୍ଟ କରି ଦିଆଯାଇଛି।

ଏହି ରିପୋର୍ଟ ଆସିବା ପରେ ଚୀନ୍ ପକ୍ଷରୁ କୁହାଯାଇଛି ଜିନଜିଆଙ୍ଗ ବାସିନ୍ଦା ସମ୍ପୂର୍ଣ୍ଣ ଧାର୍ମିକ ସ୍ୱାଧୀନତା ପାଇଛନ୍ତି । ଏ ବାବଦରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ (Chinese Forerign Ministry) କହିଛି ଯେ ଏହାର କୌଣସି ପ୍ରମାଣ ନାହିଁ । ଚୀନ୍ ବିରୋଧି ରିପୋର୍ଟ ପ୍ରସ୍ତୁତ କରାଯାଉଛି । ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଜିନଜିଆଙ୍ଗ ପ୍ରଦେଶରେ ପ୍ରାୟ ୨୪ ହଜାର ମସଜିଦ ରହିଛି ।