Road Accident: ଛାତିଥରା ଦୁର୍ଘଟଣା, ଜଳିଗଲା କାର୍, ଗୋଟିଏ ପରିବାରର ୭ ମୃତ
Advertisement

Road Accident: ଛାତିଥରା ଦୁର୍ଘଟଣା, ଜଳିଗଲା କାର୍, ଗୋଟିଏ ପରିବାରର ୭ ମୃତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସବୁକିଛି । ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । 

Road Accident: ଛାତିଥରା ଦୁର୍ଘଟଣା, ଜଳିଗଲା କାର୍, ଗୋଟିଏ ପରିବାରର ୭ ମୃତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସବୁକିଛି । ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ସେମାନଙ୍କ ବୟସ ୪ ବର୍ଷ । ରାଜସ୍ଥାନର ଚୁରୁ-ସାଲାସାର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି (Churu-Salasar state highway in Rajasthan)। କାରକୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ କାରଟି ଜଳି ଯାଇଥିଲା। ଏବଂ କାରରେ ଥିବା ଲୋକେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ALSO READ: Road Accident: ରାସ୍ତା କଡକୁ ଓଲଟିଲା କାର୍, ଘଟଣାସ୍ଥଳରେ ୫ ମୃତ,୪ ଆହତ

ସୂଚନା ଅନୁସାରେ,ଗତକାଲି ଉତ୍ତରପ୍ରଦେଶ ମିରଟର ଏକ ପରିବାରର ୯ ଜଣ ସଦସ୍ୟ ଏକ କାର ଯୋଗେ ରାଜସ୍ଥାନରେ ଥିବା (Salasar Balaji temple ) ସାଲାସାର୍ ବାଲାଜି ମନ୍ଦିରକୁ ଯାଇଥିଲେ। ଏବଂ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। କିନ୍ତୁ ଫେରିବା ବାଟରେ ଗାଡିଟି ନିୟନ୍ତ୍ରଣ ହରାଇ  ଚୁରୁ-ସାଲାସାର ଜାତୀୟ ରାଜପଥରେ ଏକ ଟ୍ରକକୁ ଧକ୍କା ଦେଇଥିଲା।  ଫଳରେ କାରଟି ଜଳି ଯାଇଥିଲା। ଆଉ କାର ମଧ୍ୟରେ ଥିବା ୭ ଜଣ ଜୀଅନ୍ତା ଜଳି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ୨ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବଂ ୭ ଜଣଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଛି।   ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିଭଳି ସ୍ଥିତିରେ ଏହି ଅଗ୍ନିକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି।   ମୃତକମାନେ ହେଉଛନ୍ତି, ନୀଲମ ଗୋୟଲ, ଆଶୁତୋଷ ଗୋୟଲ, ମଞ୍ଜୁ ବିନ୍ଦଲ, ହାର୍ଦ୍ଦିକ ବିନ୍ଦଲ, ସ୍ବାତୀ ବିନ୍ଦଲ, ଦିଶା ଓ ଆୟୁଷ(୪ ଚାରି ବର୍ଷର ଶିଶୁ)।

ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା  ଜମ୍ମୁ କାଶ୍ମୀରରରେ। ଦୋହା ଜିଲ୍ଲା (Thathri)ର ଏକ ପରିବାରର ୯ ଜଣ ସଦସ୍ୟ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ କାରରେ ଖାନପୁରା ଯାତ୍ରା କରୁଥିଲେ। ହଠାତ୍ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଏବଂ ମୃତଦେହ ଗୁଡିକୁ ପୋଷ୍ଟମଟମ୍ ପାଇଁ ପଠାଇଛି । ଏବଂ ଘଟଣାର ଛାନଭିନ୍ ଚଳାଇଛି।