ରୋହିଙ୍ଗ୍ୟା ହେଉଛନ୍ତି ବେଆଇନ ଅନୁପ୍ରବେଶକାରୀ।
Trending Photos
ନୂଆଦିଲ୍ଲୀ: ଜମୁସ୍ଥିତ ଶିବିରରେ ରହୁଥିବା ୧୫୦ରୁ ଉର୍ଦ୍ଧ୍ୱ ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାର ନପଠାଇବା ଲାଗି ହୋଇଥିବା ଆବେଦନ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏ ମାମଲାରେ ପ୍ରତିକ୍ରିୟା ରଖି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଛି ଧରାପଡିଥିବା ରୋହିଙ୍ଗ୍ୟାଙ୍କୁ ଆଇନଗତ ପଦ୍ଧତି ଅନୁଯାୟୀ ନିର୍ବାସିତ କରାଯିବ। କୋର୍ଟଙ୍କ ଏପରି ନିଷ୍ପତ୍ତି ଆସିବା ପରେ ଦେଶରେ ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ଭାରତ ଛାଡି ମିଆଁମାର ଫେରିଯିବା ରାସ୍ତା ଏବେ ପରିଷ୍କାର ହୋଇଯାଇଛି।
ଦେଶରେ (India) ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ (Rohingya Muslim) ମିଆଁମାର (Myanmar) ନପଠାଇବା ଲାଗି ହୋଇଥିବା ଆବେଦନ ଉପରେ ରାୟ ଶୁଣାଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (Supreme Court Chief Justice) ଜଷ୍ଟିସ ଏସଏ ବୋବଡେ (SA Bobde) କହିଛନ୍ତି ଆଇନଗତ ପଦ୍ଧତି ଅନୁଯାୟୀ ସେମାନଙ୍କୁ ନିର୍ବାସିତ କରାଯାଇ ପାରିବ। ଯେ ପର୍ଯ୍ୟନ୍ତ ଏହି ଆଇନକୁ ପାଳନ କରାଯିବ ନାହିଁ ସେ ପର୍ଯ୍ୟନ୍ତ ବେଆଇନ ଅନୁପ୍ରବେଶକାରୀ ଦେଶରୁ ବାହାର କରାଯାଇ ପାରିବ ନାହିଁ।
ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ କେନ୍ଦ୍ର ସରକାର ଏବେ ଦେଶର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାର ଅଭିମୁଖେ ପଠାଇବା ପ୍ରକ୍ରିୟାକୁ ଆହୁରି ଜୋରସୋରରେ କାର୍ଯ୍ୟକାରୀ କରିପାରନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆହୁରି ଦ୍ରୁତ ଗତିରେ କରାଯିବ। ଏପରିକି ସେମାନଙ୍କୁ ଭାରତରେ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ
ଏ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣ ଅଦାଲତକୁ ଜଣାଇଥିଲେ ରୋହିଙ୍ଗ୍ୟା ସମ୍ପ୍ରଦାୟର ପିଲାଙ୍କୁ ହତ୍ୟା କରାଯିବା ସହ ସେମାନଙ୍କୁ ପଙ୍ଗୁ କରି ଦିଆଯାଉଛି। ସେମାନଙ୍କର ଯୌନ ଶୋଷଣ କରାଯାଉଛି। ମିଆଁମାର ସେନା ଆନ୍ତର୍ଜାତୀୟ ମାନବାଧିକାର ଆଇନକୁ ସମ୍ମାନ ଦେବାରେ ବିଫଳ ହୋଇଛି। ରୋହିଙ୍ଗ୍ୟାଙ୍କୁ ମିଆଁମାର ନପଠାଇବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଓକିଲ ପ୍ରଶାନ୍ତ ଭୂଷଣ।
ଏହି ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଦେଶକୁ ବେଆଇନ ଶରଣାର୍ଥୀଙ୍କ ରାଜଧାନୀ ହେବାକୁ ଦିଆଯାଇ ପାରିବ ନାହିଁ। ଅନ୍ୟପଟେ ଭାରତ ସରକାରଙ୍କ ପକ୍ଷରୁ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ସେମାନେ ଶରଣାର୍ଥୀ ନୁହଁନ୍ତି। ଏ ମାମଲାରେ କୋର୍ଟରେ ଆବେଦନ କରିଥିବା ଆବେଦନକାରୀ ନିଜେ ଜଣ ରୋହିଙ୍ଗ୍ୟା। ହେଲେ ତାଙ୍କର ଓକିଲ ମିଆଁମାରରେ ଚାଲିଥିବା ଏହି ସମସ୍ୟା କଥା ଭାରତରେ ଉଠାଉଛନ୍ତି।
Also Read: ଡଙ୍ଗା ବୁଡ଼ିଯିବାରୁ ୧୪ଜଣଙ୍କ ମୃତ୍ୟୁ, ଏକାଧିକ ନିଖୋଜ
ଏହା ସହିତ ସଲିସିଟର ଜେନେରାଲ ଆହୁରି କହିଥିଲେ ପୂର୍ବରୁ ଆସାମରେ ମଧ୍ୟ ଏପରି ଆବେଦନ କରାଯାଇଥିଲା। ଏନେଇ ଆବେଦନ କରିଥିବା ଆବେଦନକାରୀ କହିଥିଲେ କୌଣସି ରୋହିଙ୍ଗ୍ୟାଙ୍କୁ ନିର୍ବାସିତ କରାନଯାଉ। ହେଲେ ସେମାନେ ହେଉଛନ୍ତି ବେଆଇନ ଅନୁପ୍ରବେଶକାରୀ। ଆମେ ଏ ମାମଲାରେ ଆଇନଗତ ପ୍ରକ୍ରିୟାକୁ ପାଳନ କରିବା ଲାଗି ଜଣାଇସାରିଛୁ।
ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦେଶରୁ ନିର୍ବାସିତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଖଣ୍ଡପୀଠ ପ୍ରଶ୍ନ କରି କହିଥିଲେ ଯେତେବେଳେ ମିଆଁମାର ସେମାନଙ୍କୁ ସ୍ୱୀକାର କରିବା ସେତେବେଳେ କ'ଣ ସେମାନଙ୍କୁ ଭାରତରୁ ନିର୍ବାସିତ କରାଯିବ। ଏହା ଉପରେ ଜବାବ ରଖି ସଲିସିଟର ଜେନେରାଲ ଆହୁରି କହିଥିଲେ ଦେଶକୁ ବେଆଇନ ଅନୁପ୍ରବେଶକାରୀଙ୍କ ରାଜଧାନୀ ହେବାକୁ ଦିଆଯାଇ ପାରିବ ନାହିଁ।
Also Read: ଦେଶ ଭାଙ୍ଗିବାକୁ ତୁର୍କୀର ଭୟାନକ ଷଡଯନ୍ତ୍ର!
ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କ ନେତୃତ୍ୱାଧିନ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି.ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତ ମାର୍ଚ୍ଚ ୨୭ ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏ ମାମଲାରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜାତିସଂଘ ଅଧିକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ହସ୍ତକ୍ଷେପ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଥିଲେ।