'କିଛି ବି କର ଆଜି ହିଁ ୟୁକ୍ରେନର କିଭ୍ ଅଞ୍ଚଳ ଛାଡ'
Advertisement
Article Detail0/zeeodisha/odisha1111916

'କିଛି ବି କର ଆଜି ହିଁ ୟୁକ୍ରେନର କିଭ୍ ଅଞ୍ଚଳ ଛାଡ'

ଋଷର ଆକ୍ରମଣ ପରେ ୟୁକ୍ରେନକୁ ପଠାଯାଇଥିବା ଏହା ହେଉଛି ଦୀର୍ଘତମ ସାମରିକ କାରକେଡ । ଏହାପୂର୍ବରୁ, ପଠାଯାଇଥିବା ଋଷର କାରକେଡର ଆକାର ୩ ମାଇଲ ପର୍ଯ୍ୟନ୍ତ ଥିଲା।

'କିଛି ବି କର ଆଜି ହିଁ ୟୁକ୍ରେନର କିଭ୍ ଅଞ୍ଚଳ ଛାଡ'

Russia Ukraine War: ୟୁକ୍ରେନର ରାଜଧାନୀ କିଭ୍ ରେ ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି। ଏହାରି ମଧ୍ୟରେ ଅନେକ ଭାରତୀୟ ସେଠାରେ ଫସିରହିଥିବା ବେଳେ ଆଜଭାଇଜରି ଜାରି କରିଛି ଭାରତୀୟ ଦୂତାବାସ। ଏଥିରେ ଦର୍ଶାଯାଇଛି ଯେ, ସମସ୍ତ ଭାରତୀୟ ନାଗରିକ ଏବଂ ବିଦ୍ୟାର୍ଥୀ ମାନେ ଆଜିହିଁ କିଭ୍  ଛାଡିବା ଉଚିତ୍। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସେମାନେ ତୁରନ୍ତ କିଭ୍ ଛାଡିଲେ ହିଁ ଜୀବନ ବଞ୍ଚିବ। 

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ (Indian Embassy) ତରଫରୁ କୁହାଯାଇଛି ଯେ, ଟ୍ରେନ ହେଉ କି କୌଣସି ବି ଯାନବାହନ ତା ସାହାଯ୍ୟରେ କିଭ୍ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଋଷର ସେନା ଦ୍ରୁତ ଗତିରେ କିଭ୍ ଆଡକୁ ଗତି କରୁଛନ୍ତି। ୟୁକ୍ରେନର ରାଜଧାନୀ କିଭ୍କୁ ନିଜ ଅକ୍ତିଆରରେ ନେବା ପାଇଁ ଋଷ ଏକ ବିରାଟ ସାମରିକ କାରକେଡ ପଠାଇଛି। ଋଷର ଏକ ୪୦ ମାଇଲ୍ (୬୪ କିଲୋମିଟର) ଲମ୍ବା ସୈନ କାରକେଡ କିଭ୍ ଆଡକୁ ଗତି କରୁଛି। ଋଷର ଆକ୍ରମଣ ପରେ ୟୁକ୍ରେନକୁ ପଠାଯାଇଥିବା ଏହା ହେଉଛି ଦୀର୍ଘତମ ସାମରିକ କାରକେଡ । ଏହାପୂର୍ବରୁ, ପଠାଯାଇଥିବା ଋଷର କାରକେଡର ଆକାର ୩ ମାଇଲ ପର୍ଯ୍ୟନ୍ତ ଥିଲା।

ଏଠାରେ କହିରଖୁଛୁ ଯେ, ୟୁକ୍ରେନ (Ukraine) ରେ ପ୍ରାୟ ୨୦ ହଜାର ଭାରତୀୟ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେଠାରେ ମେଡିକାଲ ପଢିବାକୁ ଯାଇଥିଲେ। ଏଥିମଧ୍ୟରୁ ଚାରି ହଜାରରୁ ଅଧିକ ଲୋକ ଭାରତକୁ ଫେରି ଆସିଛନ୍ତି, ଅବଶିଷ୍ଟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ମୋଦି ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଅପରେସନ୍ ଗଙ୍ଗାର ଅଷ୍ଟମ ବିମାନ ମଙ୍ଗଳବାର ବୁଡାପେଷ୍ଟ (ହଙ୍ଗେରୀ) ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଏହାପୂର୍ବରୁ ଆଜି ୟୁକ୍ରେନରୁ ଏକ ବିମାନ ୧୮୨ ଜଣ ଭାରତୀୟ ବିଦ୍ୟାର୍ଥୀଙ୍କୁ ନେଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଡରନ୍ୟାସନାଲ ବିମାନବନ୍ଦରରେ ପହଞ୍ଚିଛି।

ପଡୋଶୀ ଦେଶ ୟୁକ୍ରେନର ସହାୟତାରେ ଭାରତୀୟମାନଙ୍କୁ ବର୍ତ୍ତମାନ ସୀମା ଦେଇ ସ୍ଥାନାନ୍ତର କରାଯାଉଛି। ଏହି କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ସୋମବାର ଦିନ ମୋଦି ସରକାର ଚାରିଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଥିରେ କିରଣ ରିଜିଜୁ ସ୍ଲୋଭାକିଆ ଯାଉଛନ୍ତି। ଏହା ବ୍ୟତୀତ ଭି.କେ ସିଂ ପୋଲାଣ୍ଡ ଯିବେ। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ଏବଂ ମୋଲଡୋଭା ଯିବେ । ଏହା ବ୍ୟତୀତ ହାର୍ଦ୍ଦିକ ସିଂ ପୁରୀ ହଙ୍ଗେରୀ ଯିବେ।

ସୂଚନାନୁସାରେ, ଅପରେସନ୍ ଗଙ୍ଗା (Operation Ganga) ଅଧୀନରେ ଭାରତୀୟ ନାଗରିକଙ୍କୁ ଥଇଥାନ କାର୍ଯ୍ୟ ଶୀଘ୍ର କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭାରତୀୟ ବାୟୁସେନାକୁ ଏହି ଅପରେସନରେ ଯୋଗଦେବାକୁ କହିଛନ୍ତି। ବାୟୁସେନା ବିମାନ ଯୋଗେ ଭାରତୀୟମାନଙ୍କୁ ଫେରିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏକକାଳୀନ, ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ । ଭାରତୀୟ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ଉଡ଼ାଣ ଆରମ୍ଭ କରିପାରେ ।

Also Read: Microsoft ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷୀୟ ପୁଅର ମୃତ୍ୟୁ, ଜାଣନ୍ତୁ ହୃଦୟବିଦାରକ କାରଣ

Also Read: ଗର୍ଭାବସ୍ଥାରେ ଛାଡ଼ପତ୍ରକୁ ନେଇ ଆସିଲା ବଡ଼ ଅପଡେଟ୍

Also Read: ମହଙ୍ଗା ହେଲା LPG Cylinder, ଜାଣନ୍ତୁ କେତେ ଟଙ୍କା ବଢିଲା