War Against Ukraine : କେତେ କ୍ଷତି ସହିଛି Russia?
Advertisement
Article Detail0/zeeodisha/odisha1156986

War Against Ukraine : କେତେ କ୍ଷତି ସହିଛି Russia?

ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଯେ କେବଳ  ୟୁକ୍ରେନ  କ୍ଷତି ସହିଛି  ତାହା ନୁହେଁ  ଏହା ଦ୍ୱାରା ଋଷିଆ  ମଧ୍ୟ ବିପୁଳ ପରିମାଣର କ୍ଷତି  ସହିଛି। 

 War  Against   Ukraine :   କେତେ  କ୍ଷତି  ସହିଛି  Russia?

ମସ୍କୋ:  ଋଷିଆ-ୟୁକ୍ରେନ ମଧ୍ୟରେ  ଚାଲିଥିବା  ଯୁଦ୍ଧକୁ  ୫୪ ଦିନ  ପୂରଣ ହେବାକୁ  ଯାଉଛି।  ଗୋଟିଏ ଋଷୀୟ  ସେନା ୟୁକ୍ରେନ  ଦଖଲ କରିବାକୁ  ଚାହୁଁଥିବା ବେଳେ ଅନ୍ୟ ପଟେ ୟୁକ୍ରେନ  ସେନା  ଏହାର  ଜବାବୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି  ଯୁଦ୍ଧରେ ଉଭୟ ଦେଶ ବିପୁଳ ପରିମାଣର  ଧନ ଜୀବନ କ୍ଷତି  ସହିଛନ୍ତି।  ଯୁଦ୍ଧରେ  ଋଷୀୟ ସୈନ୍ୟଙ୍କ ଆକ୍ରମଣରେ  ଶହ ଶହ ୟୁକ୍ରେନ ସୈନିକଙ୍କ ସମେତ ସାଧାରଣ  ନାଗରିକ ମଧ୍ୟ ନିହତ ହୋଇଛନ୍ତି।

ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଯେ କେବଳ  ୟୁକ୍ରେନ  କ୍ଷତି ସହିଛି  ତାହା ନୁହେଁ  ଏହା ଦ୍ୱାରା ଋଷିଆ  ମଧ୍ୟ ବିପୁଳ ପରିମାଣର କ୍ଷତି  ସହିଛି।  ଏହି  ଯୁଦ୍ଧରେ ଋଷିଆ  କେବଳ  ଏହାର ସୈନିକଙ୍କୁ ହରାଇ ନାହିଁ  ବରଂ ବିପୁଳ  ପରିମାଣର  ଯୁଦ୍ଧାସ୍ତ୍ର ମଧ୍ୟ  ହରାଇଛି। ୟୁକ୍ରେନ  ଭିତ୍ତିକି  ସମ୍ବାଦପତ୍ର   କୀଭ୍ ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁସାରେ  ଏହି   ଯୁଦ୍ଧରେ  ୧୯ ହଜାର ୯୦୦ ଋଷୀୟ ସୈନିକଙ୍କ ମୃତ୍ୟୁ ହୋଇଛି।  ଯଦି  ଯୁଦ୍ଧାସ୍ତ୍ର କଥା କୁହାଯାଏ  ତାହେଲେ  ୧୬୦ ଯୁଦ୍ଧ ବିମାନ,  ୧୪୪  ହେଲିକ୍ୟାପ୍ଟର,  ୭୫୩ ଟ୍ୟାଙ୍କ  ହରାଇଛି  ଋଷିଆ।    

Also Read: ଧରିବାର ଥିଲା ଟ୍ରେନ; ହେଲେ ଷ୍ଟେସନ ଉପରେ ପଡିଲା ମିସାଇଲ

ଏହି ଯୁଦ୍ଧରେ ୟୁକ୍ରେନ ସୈନିକ  ଋଷୀୟ ସେନା ବ୍ୟବହାର କରୁଥିବା  ୩୬୬ ତୋପ,  ୧୯୬୮ ସାଞ୍ଜୁଆ ଗାଡ଼ି,  ଚାରୋଟି ମୋବାଇଲ SRBM  System, ୧୨୨ Multiple  Rocket  Launcher Sytem, ୧୪୩୭ ସୈନ୍ୟ ଗାଡ଼ି  ହରାଇଛି ଋଷିଆ।  କେବଳ ଏତିକି ନୁହେଁ  ୭୬  Fuel Tank, ୧୩୪ ଡ୍ରୋନ,  ୬୪  Anti  Air craft  War fare,  ୨୫ Special  Equipment  ହରାଇଛି ଋଷିଆ।  ଏହା ବ୍ୟତୀତ ଗଗତ ଗୁରୁବାର ୟୁକ୍ରେନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର  ଆକ୍ରମଣରେ ଋଷୀୟ ଯୁଦ୍ଧ ମସ୍କୋବା  କୃଷ୍ଣ ସାଗରରେ ବୁଡ଼ି ଯାଇଛି।

Also Read: ରେଳ ଷ୍ଟେସନ ଉପରେ ଭୟାନକ ଆକ୍ରମଣ; ୩୦ ମୃତ, ୧୦୦ ଆହତ

କିଛି ଦି ନ ପୂର୍ବେ  ୟୁକ୍ରେନ ପକ୍ଷରୁ ଦାବି କରି କୁହାଯାଇଥିଲା  ଯେ ଏହି  ଯୁଦ୍ଧରେ  ୧୮,୯୦୦ ଋଷୀୟ ସୈନିକ,  ୬୯୮ ଟ୍ୟାଙ୍କ,  ୧୮୯୧ ଯୁଦ୍ଧ ଯାନ,  ୩୩୨  ତୋପଖାନା, ୧୦୮ ବୃହତ ରକେଟ ସିଷ୍ଟମ,  ୫୫ ବାୟୁ ପ୍ରତିରକ୍ଷା ପ୍ରଣାଳୀ,  ୧୫୦ ସୈନ୍ୟ ବିମାନ ଏବଂ  ୭୬  ଇନ୍ଧନ ଟାଙ୍କି ନଷ୍ଟ ହୋଇଯାଇଛି। ଅନ୍ୟପଟେ ଋଷିଆ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ  ଯୁଦ୍ଧ  ୟୁକ୍ରେନ ପକ୍ଷର  ୨୯ ସୈନ୍ୟ ଘାଟି, ୧୦ ଅସ୍ତ୍ରଶସ୍ତ୍ର ଗୋଦାମ, ୨୧୮ ବିମାନ, ୪୧୩ ମାନବ ବିହୀନ ବିମାନ, ୨୨୭ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ୧୯୮୭ ଟ୍ୟାଙ୍କ, ୨୧୮ ରକେଟ ସିଷ୍ଟମ, ୮୬୬ ମୋର୍ଟାର ଏବଂ ୧୮୯୪  ସାମରିକ ଯାନ ନଷ୍ଟ ହୋଇଯାଇଛି।