ଅସୁସ୍ଥ ହୋଇପଡିଛନ୍ତି ଇମ୍ରାନ ଖାନ; ଚିକିତ୍ସା ଉପାୟ କହିଲେ ଶାହୱାଜ ସରିଫ୍
Advertisement
Article Detail0/zeeodisha/odisha1141279

ଅସୁସ୍ଥ ହୋଇପଡିଛନ୍ତି ଇମ୍ରାନ ଖାନ; ଚିକିତ୍ସା ଉପାୟ କହିଲେ ଶାହୱାଜ ସରିଫ୍

ପ୍ରଧାନମନ୍ତ୍ରୀଙ୍କ ପ୍ରାୟ ୪୫ ମିନିଟ ଅଭିଭାଷଣ ଉପରେ କଟାକ୍ଷ କରି ସେ କହିଛନ୍ତି ତାଙ୍କୁ ଲଜ୍ଜା ନାହିଁ? 

ଅସୁସ୍ଥ ହୋଇପଡିଛନ୍ତି ଇମ୍ରାନ ଖାନ; ଚିକିତ୍ସା ଉପାୟ କହିଲେ ଶାହୱାଜ ସରିଫ୍

ଇସଲାମବାଦ: ଦେଶର ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ହେବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି ଶାହୱାଜ ସରିଫ୍। ଏନେଇ ସେ କହିଛନ୍ତି ତାଙ୍କର ପରାଜୟ ହେବାକୁ ଯାଉଛି। କାରଣ ତାଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ରବିବାର ହେବାକୁ ଯାଉଛି ମତଦାନ।

ଶୁକ୍ରବାର ଏକ ସାମ୍ବାଦକ ସମ୍ମିଳନୀରେ ଶାହୱାଜ ସରିଫ୍ କହିଛନ୍ତି ଅହଂକାରୀ ତଥା ଜିଦଖୋର ସ୍ୱଭାବର ବ୍ୟକ୍ତିଙ୍କ ଅସୁସ୍ଥତାର ଏକମାତ୍ର ଉପଶମ ହେଉଛି ଏକ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଗତ କରି ସେଭଳି ସରକାରକୁ ଗାଦିରୁ ହଟାଇବା।   

Also Read: Pakistan Political History: ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ

ତାଙ୍କ ସରକାରକୁ ହଟାଇବା ଲାଗି ବିଦେଶୀ ଶକ୍ତିର ସାହାଯ୍ୟ ନିଆଯାଉଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଣିଥିବା ଅଭିଯୋଗ ଉପରେ ଜବାବ ରଖି ଶାହୱାଜ ସରିଫ୍ କହିଛନ୍ତି "ମୁଁ କୌଣସି ଅନୁମାନ ଉପରେ କଥାବାର୍ତ୍ତା କରେ ନାହିଁ। ମୁଁ ଦୃଢ ପ୍ରମାଣ ଉପରେ କହୁଛି।" ଗୁରୁବାର ସନ୍ଧ୍ୟାରେ ଖାନଙ୍କ ଦେଶକୁ ସମ୍ବୋଧିତ କରିବା ବେଳେ କହିଥିଲେ ତାଙ୍କୁ ଗାଦିରୁ ହଟାଇବା ଲାଗି ବୈଦେଶିକ ଶକ୍ତିଙ୍କ ସହ ମିଶି ଷଡଯନ୍ତ୍ର କରିଛନ୍ତି ବିରୋଧୀ। 

ଏହାର ଜବାବ ଶାହୱାଜ ସରିଫ୍ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ନାହାଁନ୍ତି। ବିରୋଧି ଦଳର ନେତା ହୋଇଥିବାରୁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ବାବଦରେ ତାଙ୍କୁ ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ପ୍ରାୟ ୪୫ ମିନିଟ ଅଭିଭାଷଣ ଉପରେ କଟାକ୍ଷ କରି ସେ କହିଛନ୍ତି ତାଙ୍କୁ ଲଜ୍ଜା ନାହିଁ? 

Also Read: ଗାଦି ଛାଡିବା ପୂର୍ବରୁ ଆମେରିକା ବିରୋଧରେ ବର୍ଷିଲେ ଇମ୍ରାନ ଖାନ; ଉଠାଇଲେ କାଶ୍ମୀର ପ୍ରସଙ୍ଗ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ ତାରିଖ ଗୁରୁବାର ଦେଶର ସଂସଦରେ ଆୟୋଜିତ ହୋଇଯାଇଛି ବିତର୍କ। ନିଜର ଗାଦି ବଞ୍ଚାଇବାରେ ସେ ସଫଳ ହୋଇ ପାରୁଛନ୍ତି ନା ନାହିଁ ତାହା ବିତର୍କ ପରେ ସ୍ପଷ୍ଟ ହୋଇଯିବ। ଏହି ବିତର୍କ ପ୍ରାୟ ୩ ଦିନ ଧରି ଚାଲିବ। ଏହି ପ୍ରସ୍ତାବ  ଉପରେ ଅପ୍ରେଲ ୩ ତାରିଖରେ ହେବାକୁ ଯାଉଛି ମତଦାନ। ଏହାକୁ ଦେଶର ସଂସଦରେ ଆଗତ କରିଥିଲେ ଶାହୱାଜ ସରିଫ୍।