ନମାଜ ଚାଲିଥିବା ବେଳେ ସିଆ ମସଜିଦରେ ବିସ୍ଫୋରଣ; ୩୨ ମୃତ, ୫୦ ଆହତ
Advertisement

ନମାଜ ଚାଲିଥିବା ବେଳେ ସିଆ ମସଜିଦରେ ବିସ୍ଫୋରଣ; ୩୨ ମୃତ, ୫୦ ଆହତ

ଶୁକ୍ରବାର ଅନୁଷ୍ଠିତ ହେଉଥିବା ଜୁମା ନମାଜରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ ଅଂଶଗ୍ରହଣ କରିଥାନ୍ତି।

ନମାଜ ଚାଲିଥିବା ବେଳେ ସିଆ ମସଜିଦରେ ବିସ୍ଫୋରଣ; ୩୨ ମୃତ, ୫୦ ଆହତ

କାବୁଲ: ପୁଣି ଥରେ ମସଜିଦରେ ହୋଇଥିବା ବିସ୍ଫୋରଣରେ କମ୍ପି ଉଠିଛି ଆଫଗାନିସ୍ତାନ। ଦେଶର କନ୍ଧାର ପ୍ରଦେଶରେ ଅବସ୍ଥିତ ଏକ ଶିଆ ମସଜିଦରେ ହୋଇଥିବା ବିସ୍ଫୋରଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଛନ୍ତି। ଶୁକ୍ରବାର ଏହି ମସଜିଦରେ ହୋଇଥିବା ଜୁମା ନମାଜ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। 

କନ୍ଧାର ପ୍ରଦେଶରେ (Kandahar Province) ହୋଇଥିବା ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖି ତାଲିବାନ (Taliban) ପ୍ରବକ୍ତା ବିଲାଲ କରିମ କହିଛନ୍ତି ଏଠାରେ ଅବସ୍ଥିତ ଶିଆ ମସଜିଦକୁ (Shia Mosque) ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି। ଚଳିତ ସପ୍ତାହ ଆରମ୍ଭରେ ଦେଶର ଉତ୍ତର ଭାଗରେ ମଧ୍ୟ ଏପରି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣର ତଦନ୍ତ ଚାଲିଛି ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ଏହି ବିସ୍ଫୋରଣ ପଛରେ କିଏ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶୁକ୍ରବାର ଅନୁଷ୍ଠିତ ହେଉଥିବା ଜୁମା ନମାଜରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ ଅଂଶଗ୍ରହଣ କରିଥାନ୍ତି।

Also Read: ମସଜିଦ ଆକ୍ରମଣର ବଦଲା ନେଲା Taliban; ମାଟିରେ ମିଶିଲା IS-K ଶିବିର

ଆଫଗାନିସ୍ତାନର ସଂଖ୍ୟାଲଘୁ ଶିଆ ସମ୍ପ୍ରଦାୟର ଲୋକ ଏହି ମସଜିଦକୁ ପ୍ରାୟତଃ ପରିଦର୍ଶନ କରିଥାନ୍ତି। ଯାହା ଏବେ ଇସଲାମିକ୍ ଷ୍ଟେଟ୍ (Islamic State) ଆତଙ୍କୀ ଗୋଷ୍ଠୀ ଟାର୍ଗେଟରେ ରହୁଥିବା ଜଣାପଡି଼ଛି। ଗତ ସପ୍ତାହରେ ଦେଶର କୁନ୍ଦୁଜ ପ୍ରଦେଶର ଅବସ୍ଥିତ ଅନ୍ୟ ଏକ ଶିଆ ମସଜିଦରେ ଆଇଏସ୍ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଗତ ସପ୍ତାହରେ ଏହି ପ୍ରଦେଶରେ ଅବସ୍ଥିତ ଏକ ମସଜିଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହେରୁ ଅଧିକ ଲୋକ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିଲେ।